ପ୍ରାଣପ୍ରତିଷ୍ଠା ପୂର୍ବରୁ ୧୨୧ ଆଚାର୍ଯ୍ୟଙ୍କ ମହାପୂଜା
ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି। ପ୍ରଥମ ଦୁଇଦିନ ଧାର୍ମିକ କ୍ରିୟାକର୍ମ ମନ୍ଦିର ବାହାରେ କରାଯାଇଥିଲା। ଗୁରୁବାର ରାମମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ରାମମନ୍ଦିର ଟ୍ରଷ୍ଟି ଅନୀଲ ମିଶ୍ରା ଏବଂ ତାଙ୍କର ସ୍ତ୍ରୀ ଯଜମାନ ଭାବେ ସମସ୍ତ ରୀତିନୀତି ସମ୍ପନ୍ନ କରୁଥିବା ବେଳେ ଅଶୋକ […] The post ପ୍ରାଣପ୍ରତିଷ୍ଠା ପୂର୍ବରୁ ୧୨୧ ଆଚାର୍ଯ୍ୟଙ୍କ ମହାପୂଜା appeared first on Dharitri Odia News.
ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି।
ପ୍ରଥମ ଦୁଇଦିନ ଧାର୍ମିକ କ୍ରିୟାକର୍ମ ମନ୍ଦିର ବାହାରେ କରାଯାଇଥିଲା। ଗୁରୁବାର ରାମମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ରାମମନ୍ଦିର ଟ୍ରଷ୍ଟି ଅନୀଲ ମିଶ୍ରା ଏବଂ ତାଙ୍କର ସ୍ତ୍ରୀ ଯଜମାନ ଭାବେ ସମସ୍ତ ରୀତିନୀତି ସମ୍ପନ୍ନ କରୁଥିବା ବେଳେ ଅଶୋକ ସଂଘଲ ଫାଉଣ୍ଡେଶନର ମହେଶ ଚାନ୍ଦଭାଗ୍କା ସହଯୋଗ କରୁଛନ୍ତି। ପ୍ରଥମେ ଭଗବାନ ଗଣେଶଙ୍କ ପୂଜା ପରେ ଭଗବାନ ରାମଙ୍କ ମହାପୂଜା ହେବା ସହ ମନ୍ତ୍ର ଓ ଶ୍ଳୋକ ଆବୃତ୍ତି କରାଯାଇଥିଲା।
The post ପ୍ରାଣପ୍ରତିଷ୍ଠା ପୂର୍ବରୁ ୧୨୧ ଆଚାର୍ଯ୍ୟଙ୍କ ମହାପୂଜା appeared first on Dharitri Odia News.