ନାବାଳିକାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଗିରଫ
ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ନିଖୋଜ ନାବାଳିକା(୧୭ବର୍ଷ)ଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ସୋମବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅତାବିରାର ରାଜ ବାରିକ(୨୦) ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ସେଠାରୁ ତାଙ୍କୁ ବରଗଡ଼ ଜିଲା କାରାଗାର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା(ନଂ-୧୪୦/୨୫) ରୁଜୁ ହୋଇଛି। ଘଟଣା ସମ୍ପର୍କରେ […] The post ନାବାଳିକାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଗିରଫ appeared first on Dharitri Odia News.
ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ନିଖୋଜ ନାବାଳିକା(୧୭ବର୍ଷ)ଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ସୋମବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅତାବିରାର ରାଜ ବାରିକ(୨୦) ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ସେଠାରୁ ତାଙ୍କୁ ବରଗଡ଼ ଜିଲା କାରାଗାର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା(ନଂ-୧୪୦/୨୫) ରୁଜୁ ହୋଇଛି।
ଘଟଣା ସମ୍ପର୍କରେ ବରଗଡ଼ ଅତିରିକ୍ତ ଏସପି ଈନ୍ଦୁପ୍ରଭା ପଶ୍ଚିମକବାଟ କହିଛନ୍ତି, ଗତ 20ତାରିଖ ରାତିରେ ନାବାଳିକାଙ୍କ ନିଖୋଜ ନେଇ ତାଙ୍କ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ତାକୁ ଆଧାର କରି ପୋଲିସ ଅନୁସନ୍ଧାନ ଚଲାଇଥିଲା। ସିସିଟିଭି ଫୁଟେଜ୍ରୁ ୨ ଜଣ ଯୁବକ ଏକ ବାଇକ୍ ଯୋଗେ ସମ୍ପୃକ୍ତ ନାବାଳିକାଙ୍କୁ ନେଇ ଯାଉଥିବା ଜଣାପଡ଼ିଥିଲା। ନିଖୋଜ ନାବାଳିକାଙ୍କ ମୃତଦେହ ବୁର୍ଲା ଥାନା ଅଶୋକ ନିବାସ ନିକଟ ଏକ ଜଙ୍ଗଲରେ ପଡ଼ିଥିବା ସୂଚନା ମିଳିଥିଲା। ସେଠାରୁ ନାବାଳିକାଙ୍କ ମୃତଦେହକୁ ଜବତ କରି ୍ଯଯବଚ୍ଛେଦ ପାଇଁ ଭୀମସାର୍ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା।
ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳିକାଙ୍କୁ ହ୍ଯଯା କରାଯାଇଥିବା ଜଣାପଡ଼ିଛି। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିବା ସହିତ କେଉଁ କାରଣ ପାଇଁ ନାବାଳିକାଙ୍କୁ ହ୍ଯଯା କରାଯାଇଛି, ସେ ନେଇ ଅଧିକ ତଦନ୍ତ ଚାଲୁଛି ବୋଲି ଅତିରିକ୍ତ ଏସପି ପଶ୍ଚିମକବାଟ କହିଛନ୍ତି। ଅପରପକ୍ଷେ ବରଗଡ଼ ସହର ଉପକଣ୍ଠରେ ରହିଥିବା ଏକ ଅନାଥାଶ୍ରମରୁ ଗତ ୧୯ ତାରିଖରୁ ଅନ୍ୟଜଣେ ନାବାଳିକା ନିଖୋଜ ହୋଇଛନ୍ତି। ଏ ନେଇ ମଧ୍ୟ ପୋଲିସରେ ନିଖୋଜ ମାମଲା ରୁଜୁ ହୋଇଛି। ତେବେ ଉକ୍ତ ନିଖୋଜ ନାବାଳିକାଙ୍କୁ ଏପର୍ଯ୍ୟନ୍ତ ପୋଲିସ ଠାବ କରି ପାରି ନାହିଁ। ସେ ନେଇ ମଧ୍ୟ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସପି ପଶ୍ଚିମକବାଟ କହିଛନ୍ତି।
The post ନାବାଳିକାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଗିରଫ appeared first on Dharitri Odia News.