ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ
ନୂଆଦିଲ୍ଲୀ,୮।୪: ଆଇପିଏଲ୍ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର ଖେଳାଯାଉଥିବା ୨୧ତମ ମ୍ୟାଚ୍ରେ ମଧ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରନ୍ କେକେଆର୍ ବୋଲର୍ମାନଙ୍କୁ ଘାଇଲା କରି ୩୬ ବଲ୍ରେ ଅପରାଜିତ ୮୭ ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସ ସହ ସେ ଅରେଞ୍ଜ କ୍ୟାପ୍ ଦୌଡ଼ରେ ଶୀର୍ଷ ସ୍ଥାନ ହାସଲ କରି ନେଇଛନ୍ତି। ଏଥିସହ ସେ ଅନେକ ରେକର୍ଡ […] The post ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ appeared first on Dharitri Odia News.
ନୂଆଦିଲ୍ଲୀ,୮।୪: ଆଇପିଏଲ୍ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର ଖେଳାଯାଉଥିବା ୨୧ତମ ମ୍ୟାଚ୍ରେ ମଧ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରନ୍ କେକେଆର୍ ବୋଲର୍ମାନଙ୍କୁ ଘାଇଲା କରି ୩୬ ବଲ୍ରେ ଅପରାଜିତ ୮୭ ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସ ସହ ସେ ଅରେଞ୍ଜ କ୍ୟାପ୍ ଦୌଡ଼ରେ ଶୀର୍ଷ ସ୍ଥାନ ହାସଲ କରି ନେଇଛନ୍ତି। ଏଥିସହ ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏକାକି ସେ ଚେନ୍ନାଇ ସୁପରକିଙ୍ଗ୍ସ ଅପେକ୍ଷା ଅଧିକ ଛକା ମାରିଛନ୍ତି। ଆସନ୍ତୁ ନଜର ପକାଇବା ପୁରନଙ୍କ ଉପଲବ୍ଧି ଉପରେ…
-ଏହି ମ୍ୟାଚ୍ରେ ନିକୋଲାସ ପୁରନ ମାତ୍ର ୨୧ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଖେଳାଳି ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଅର୍ଦ୍ଧଶତକ ଅର୍ଥାତ ୭ ଥର ଅର୍ଦ୍ଧଶତକ ମାରିଛନ୍ତି। କେବଳ ଏତିକି ନୁହେଁ, ସେ ଆଇପିଏଲରେ ୨୦୦ ଷ୍ଟ୍ରାଇକ ରେଟରେ ୭ ଥର ପଚାଶ ପ୍ଲସ ଇନିଂସ ଖେଳିଛନ୍ତି।
-ନିକୋଲାସ ପୁରନ ଆଇପିଏଲ୍ ଇତିହାସରେ ସ୍ପିନରଙ୍କ ବିପକ୍ଷରେ ସର୍ବାଧିକ ଷ୍ଟ୍ରାଇକ ରେଟ୍ ସହିତ ଖେଳିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ସ୍ପିନ୍ ବିପକ୍ଷରେ ପୁରନଙ୍କର ଷ୍ଟ୍ରାଇକ ରେଟ ୨୯୦ ରହିଛି। ନିକୋଲାସ ପୁରନ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୮୭ ରନ କରି IPLରେ ତାଙ୍କର ସର୍ବୋତ୍ତମ ସ୍କୋର କରିଥିଲେ।
-ନିକୋଲାସ ପୁରାନ ଆଇପିଏଲରେ ୨୦୦୦ ରନ ପୂରଣ କରିଛନ୍ତି। ଏହି ଖେଳାଳି ୧୧୯୯ ବଲରେ ଏହି ସଫଳତା ହାସଲ କରିଛନ୍ତି। ସେ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତତମ ୨୦୦୦ ରନ ପୂରଣ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତେବେ ୧୧୨୦ ବଲ୍ରେ ୨୦୦୦ ରନ କରିବାର ରେକର୍ଡ ରସେଲଙ୍କ ନାମରେ ଅଛି।
-ନିକୋଲାସ ପୁରନ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୦୦ ଛକା ମାରିସାରିଛନ୍ତି। ଏହି ସଫଳତା ପାଇଥିବା ସେ ଏକମାତ୍ର ଖେଳାଳି। ତାଙ୍କ ପରେ ଶିବମ ଦୁବେ ୮୪ଟି ଛକା ମାରିଛନ୍ତି।
-ନିକୋଲାସ ପୁରନ ଏହି ସିଜିନରେ ଏପର୍ଯ୍ୟନ୍ତ ୨୪ଟି ଛକା ମାରିସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ସମ୍ପୂର୍ଣ୍ଣ ଦଳ ଏକାଠି ଏପର୍ଯ୍ୟନ୍ତ ଏତେ ଛକା ମାରିନାହାନ୍ତି। ଚେନ୍ନାଇର ନାମରେ ୨୩ଟି ଛକା ଅଛି। ପ୍ରକାଶ ଥାଉକି, ଲକ୍ଷ୍ନୌ ଦଳ ଏହି ସିଜିନରେ IPLରେ ସର୍ବାଧିକ ୫୮ଟି ଛକା ମାରିଛି।
Going…Going…GONE!
![]()
Raining sixes in Kolkata courtesy of Nicholas Pooran
![]()
He brings up a 21-ball 5⃣0⃣
![]()
Updates
https://t.co/3bQPKnwPTU#TATAIPL | #KKRvLSG | @nicholas_47 pic.twitter.com/GYxDjAQSMX
— IndianPremierLeague (@IPL) April 8, 2025
ନିକୋଲାସ ପୁରନଙ୍କ ଏକ ଦୃଢ଼ ଇନିଂସ ଆଧାରରେ ଲକ୍ଷ୍ନୌ ସୁପରଜିଆଣ୍ଟସ ୨୩୮ ରନ କରିଥିଲା। ମିଚେଲ ମାର୍ଶ ମଧ୍ୟ ୮୧ ରନର ଇନିଂସ ଖେଳିଥିଲେ। ମାର୍କରାମ ୪୭ ରନ କରିଥିଲେ।
The post ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ appeared first on Dharitri Odia News.