ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ
ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର ମହକୁମାସ୍ଥିତ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ଦାବି କରିଛନ୍ତି। ମନ୍ଦିର ପରିଚାଳନା କମିଟି ସଭାପତି ବସନ୍ତ ସିଂ ଠାକୁର, ସମ୍ପାଦକ କ୍ଷିତିଶ ଅଶୋକ ବୋଧନକର, ମନ୍ଦିର ପୂଜକ ଅକ୍ଷୟ କୁମାର ରଥ ପ୍ରମୁଖ ଜିଲାପାଳଙ୍କୁ ସହ ଆଲୋଚନା କରି ଆସନ୍ତା ୨୨ରେ […] The post ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ appeared first on Dharitri Odia News.
ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର ମହକୁମାସ୍ଥିତ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ଦାବି କରିଛନ୍ତି।
ମନ୍ଦିର ପରିଚାଳନା କମିଟି ସଭାପତି ବସନ୍ତ ସିଂ ଠାକୁର, ସମ୍ପାଦକ କ୍ଷିତିଶ ଅଶୋକ ବୋଧନକର, ମନ୍ଦିର ପୂଜକ ଅକ୍ଷୟ କୁମାର ରଥ ପ୍ରମୁଖ ଜିଲାପାଳଙ୍କୁ ସହ ଆଲୋଚନା କରି ଆସନ୍ତା ୨୨ରେ ରାମ ଜନ୍ମଭୂମି ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏହି ଦିନ ଜିଲାରେ ମଦ ଓ ମାଂସ ଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି। ଜିଲାପାଳ ଆବେଦନ ଗ୍ରହଣ କରି ରୋକ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ବ୍ୟକ୍ତି ଅମାନିଆ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
The post ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ appeared first on Dharitri Odia News.