କେସିଙ୍ଗାରେ ଜାତୀୟ ପଞ୍ଚାୟତିରାଜ ଦିବସ

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ବ୍ଲକ ପରିସରରେ ମଧ୍ୟରେ ଗୁରୁବାର ମହାସାମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ବାଇଁ, ଅତିରିକ୍ତ ବିଡିଓ ସିଧେଶ୍ୱର ମେହେର, କନିଷ୍ଠ ଯନ୍ତ୍ରୀ ସୁବାସ ଚନ୍ଦ୍ର ନାୟକ, ଜଳେଶ୍ବର ନାଏକ, ସିଡିପିଓ ସସ୍ମିତା ମିଶ୍ର, ସମସ୍ତ […] The post କେସିଙ୍ଗାରେ ଜାତୀୟ ପଞ୍ଚାୟତିରାଜ ଦିବସ appeared first on Dharitri Odia News.

କେସିଙ୍ଗାରେ ଜାତୀୟ ପଞ୍ଚାୟତିରାଜ ଦିବସ

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରିସରରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ବ୍ଲକ ପରିସରରେ ମଧ୍ୟରେ ଗୁରୁବାର ମହାସାମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ବାଇଁ, ଅତିରିକ୍ତ ବିଡିଓ ସିଧେଶ୍ୱର ମେହେର, କନିଷ୍ଠ ଯନ୍ତ୍ରୀ ସୁବାସ ଚନ୍ଦ୍ର ନାୟକ, ଜଳେଶ୍ବର ନାଏକ, ସିଡିପିଓ ସସ୍ମିତା ମିଶ୍ର, ସମସ୍ତ ଯନ୍ତ୍ରୀ, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ସୁଶାନ୍ତ ସ୍ବାଇଁ, ମହିଳା ଗ୍ରୁପ ପ୍ରମୁଖ ଯୋଗଦେଇଥିଲେ। ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଭଜନ, ନାଚ ଗୀତ ଓ ସଂସ୍କୃତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବିଜେତା ଛାତ୍ରୀମାନଙ୍କୁ ଅଧ୍ୟକ୍ଷଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ କ୍ୟାସିୟର ବିନାୟକ ବିଶ୍ୱାଳ। ପରିଶେଷରେ ପୁରୀ ବେଳା ଭୂମିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍‌ଫରେରନି୍ଂସ ଦ୍ୱାରା ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ।

The post କେସିଙ୍ଗାରେ ଜାତୀୟ ପଞ୍ଚାୟତିରାଜ ଦିବସ appeared first on Dharitri Odia News.