ବଟି ପାଇଁ ୧୯ ବସ୍କୁ ୫ଘଣ୍ଟା ଅଟକାଇଲେ
ନିରାକାରପୁର,୧୮।୧(ମାନସଚନ୍ଦ୍ର ପଟ୍ଟନାୟକ)ଖୋର୍ଦ୍ଧା ଜିଲା ବଡ଼ ପୋଖରିଆ ଛକ ୧୬ ନଂ. ଜାତୀୟ ରାଜପଥଠାରେ ବୁଧବାର ସକାଳ ସାଢେ ୫ଟାରୁ ୯ଟା ପର୍ଯ୍ୟନ୍ତ ଏକ ଯାତ୍ରୀବାହୀ ବସ୍କୁ କିଛି ବ୍ୟକ୍ତି ବଟି ଆଦାୟ ପାଇଁ ଅଟକାଇଥିଲେ। ଫଳରେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ଓ କଟକ ଆଡକୁ ଯାଉଥିବା ପ୍ରାୟ ୧୯ଟି ବସ୍ ଆଗପଛ ହୋଇ ଉକ୍ତ ସ୍ଥାନରେ ଅଟକି ରହିଥିଲା। ଯାତ୍ରୀମାନେ ସାଢେ ୩ ଘଣ୍ଟା ଧରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ […] The post ବଟି ପାଇଁ ୧୯ ବସ୍କୁ ୫ଘଣ୍ଟା ଅଟକାଇଲେ appeared first on Dharitri Odia News.
ନିରାକାରପୁର,୧୮।୧(ମାନସଚନ୍ଦ୍ର ପଟ୍ଟନାୟକ)ଖୋର୍ଦ୍ଧା ଜିଲା ବଡ଼ ପୋଖରିଆ ଛକ ୧୬ ନଂ. ଜାତୀୟ ରାଜପଥଠାରେ ବୁଧବାର ସକାଳ ସାଢେ ୫ଟାରୁ ୯ଟା ପର୍ଯ୍ୟନ୍ତ ଏକ ଯାତ୍ରୀବାହୀ ବସ୍କୁ କିଛି ବ୍ୟକ୍ତି ବଟି ଆଦାୟ ପାଇଁ ଅଟକାଇଥିଲେ। ଫଳରେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ଓ କଟକ ଆଡକୁ ଯାଉଥିବା ପ୍ରାୟ ୧୯ଟି ବସ୍ ଆଗପଛ ହୋଇ ଉକ୍ତ ସ୍ଥାନରେ ଅଟକି ରହିଥିଲା। ଯାତ୍ରୀମାନେ ସାଢେ ୩ ଘଣ୍ଟା ଧରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ବୁଝାଶୁଝା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ବସ୍ଗୁଡ଼ିକୁ ଏଭଳି ବେନିୟମ ଭାବେ ରାଜରାସ୍ତାରେ ଅଟକାଯାଇଥିବାରୁ ବସ୍ ମାଲିକ ସଂଘ ପକ୍ଷରୁ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏନେଇ ବସ୍ ମାଲିକ ସମ୍ପାଦକ ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ଗତ କିଛିଦିନ ଧରି ଖୋର୍ଦ୍ଧାଠାରେ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ଘରୋଇ ବସ୍ରୁ ଜୋରଜବରଦସ୍ତ ବଟି ଆଦାୟ କରୁଛନ୍ତି। ସେହିମାନଙ୍କ ମଧ୍ୟରୁ ଜନୈକ ବ୍ୟକ୍ତି ବୁଧବାର ମଧ୍ୟ ଅନୁରୂପ ଭାବେ ଉକ୍ତ ସ୍ଥାନରେ ବସ୍ଗୁଡ଼ିକୁ ଅଟକାଇ ଥିବା ଜନୈକ ବସ୍ ମାଲିକ ସୂଚନା ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟି ଚାଲିଥିଲେ ସୁଦ୍ଧା ପୋଲିସ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆ ନ ଯିବାରୁ ଏହି ସମସ୍ୟା ହେଉଥିବା ବସ୍ ମାଲିକମାନେ ସୂଚନା ଦେଇଛନ୍ତି।
ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞାଋ଼ତୁମ୍ଭରା କରଙ୍କୁ ପଚାରିବାରେ, ଅଟକ ବସ୍ଗୁଡ଼ିକର ଗମନାଗମନ ସ୍ବାଭାବିକ ହେବା ସହ ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଥିବା କହିଥିଲେ।
The post ବଟି ପାଇଁ ୧୯ ବସ୍କୁ ୫ଘଣ୍ଟା ଅଟକାଇଲେ appeared first on Dharitri Odia News.