ପୁଣି ପାକିସ୍ତାନ କ୍ରିକେଟ୍ ବୋର୍ଡର ଖୋଲିଲା ପୋଲ୍
ଇସଲାମାବାଦ୍,୧୬।୪: ପାକିସ୍ତାନ କ୍ରିକେଟ୍ ବୋର୍ଡର ପୋଲ୍ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି। ହାଫିଜ ୧୫ ନଭେମ୍ବର ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ନିର୍ଦ୍ଦେଶକ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୪ରେ ଶେଷ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରାଯାଇ ନାହିଁ। ଏହା ବ୍ୟତୀତ ଗତ ବର୍ଷ ବିଭିନ୍ନ ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟରେ ଖେଳିଥିବା ପାକିସ୍ତାନୀ କ୍ରିକେଟରମାନେ ଟଙ୍କା ପାଇନାହାଁନ୍ତି। ହାଫିଜଙ୍କୁ […] The post ପୁଣି ପାକିସ୍ତାନ କ୍ରିକେଟ୍ ବୋର୍ଡର ଖୋଲିଲା ପୋଲ୍ appeared first on Dharitri Odia News.
ଇସଲାମାବାଦ୍,୧୬।୪: ପାକିସ୍ତାନ କ୍ରିକେଟ୍ ବୋର୍ଡର ପୋଲ୍ ଖୋଲିଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ହାଫିଜଙ୍କୁ ଟଙ୍କା ଦେଇନାହାଁନ୍ତି। ହାଫିଜ ୧୫ ନଭେମ୍ବର ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ନିର୍ଦ୍ଦେଶକ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୪ରେ ଶେଷ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରାଯାଇ ନାହିଁ। ଏହା ବ୍ୟତୀତ ଗତ ବର୍ଷ ବିଭିନ୍ନ ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟରେ ଖେଳିଥିବା ପାକିସ୍ତାନୀ କ୍ରିକେଟରମାନେ ଟଙ୍କା ପାଇନାହାଁନ୍ତି।
ହାଫିଜଙ୍କୁ ଦେୟ ପ୍ରଦାନ ପାଇଁ କାଗଜପତ୍ର ସମାପ୍ତ ହୋଇଛି, କିନ୍ତୁ ସଂପୃକ୍ତ ଅଧିକାରୀଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି, ଯାହା ପରେ ମହମ୍ମଦ ହାଫିଜଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇପାରିବ। ଫେବୃଆରୀ ୬ରେ, ପାକିସ୍ତାନ କ୍ରିକେଟ ବୋର୍ଡ ମହମ୍ମଦ ହାଫିଜଙ୍କୁ ଦଳର ନିର୍ଦ୍ଦେଶକ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା।
ପାକିସ୍ତାନ କ୍ରିକେଟରେ କ୍ରମାଗତ ଅଶାନ୍ତିର ସମୟ ଚାଲିଛି। ନିକଟରେ ଦିନିକିଆ ବିଶ୍ୱକପରେ ଲଜ୍ଜାଜନକ ପ୍ରଦର୍ଶନ ପରେ ବାବର ଆଜମଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ବାବର ଆଜମଙ୍କ ସ୍ଥାନରେ ଶାହିନ ଆଫ୍ରିଦିଙ୍କୁ ନୂତନ ଅଧିନାୟକ କରାଯାଇଥିଲା, କିନ୍ତୁ ଏହା ପରେ ବାବର ଆଜାମଙ୍କୁ ଅଧିନାୟକ କରାଯାଇଥିଲା।
The post ପୁଣି ପାକିସ୍ତାନ କ୍ରିକେଟ୍ ବୋର୍ଡର ଖୋଲିଲା ପୋଲ୍ appeared first on Dharitri Odia News.