ଜୀ-ସାର୍ଥକରେ ‘ରଙ୍ଗ ମହୋତ୍ସବ’

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜୀ-ସାର୍ଥକର ହୋଲି କାର୍ଯ୍ୟକ୍ରମ ବେଶ୍‌ ସ୍ମରଣୀୟ ହେବ। ଏପରିକି ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତର ଦର୍ଶକମାନେ ଚଳିତ ବର୍ଷ ହୋଲିରେ ୩ ଘଣ୍ଟାର ଏ ନିଆରା କାହାଣୀ ଦେଖିବାକୁ ପାଇବେ। ଯେଉଁଥିରେ ଜୀ-ସାର୍ଥକର ମେଗା ସିରିୟଲ ‘ସୁନା ଝିଅ, ଶ୍ର ଓ ତୂ ଖରା ମୁଁ ଛାଇ’ପରି ଲୋକପ୍ରିୟ ମେଗା ଧାରାବାହିକ ସାଙ୍ଗକୁ ପ୍ରିୟ ଚରିତ୍ରମାନଙ୍କର ମିଳନ ହୋଲିରେ ହୋଇଛି। ସେହିଭଳି ଶ୍ରୀଚନ୍ଦନପୁରର ସର୍ବପୁରାତନ ରାଧାକୃଷ୍ଣ ମନ୍ଦିରର ପୁନଃପ୍ରତିଷ୍ଠା […] The post  ଜୀ-ସାର୍ଥକରେ ‘ରଙ୍ଗ ମହୋତ୍ସବ’ appeared first on Dharitri Odia News.

 ଜୀ-ସାର୍ଥକରେ ‘ରଙ୍ଗ ମହୋତ୍ସବ’

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜୀ-ସାର୍ଥକର ହୋଲି କାର୍ଯ୍ୟକ୍ରମ ବେଶ୍‌ ସ୍ମରଣୀୟ ହେବ। ଏପରିକି ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତର ଦର୍ଶକମାନେ ଚଳିତ ବର୍ଷ ହୋଲିରେ ୩ ଘଣ୍ଟାର ଏ ନିଆରା କାହାଣୀ ଦେଖିବାକୁ ପାଇବେ। ଯେଉଁଥିରେ ଜୀ-ସାର୍ଥକର ମେଗା ସିରିୟଲ ‘ସୁନା ଝିଅ, ଶ୍ର ଓ ତୂ ଖରା ମୁଁ ଛାଇ’ପରି ଲୋକପ୍ରିୟ ମେଗା ଧାରାବାହିକ ସାଙ୍ଗକୁ ପ୍ରିୟ ଚରିତ୍ରମାନଙ୍କର ମିଳନ ହୋଲିରେ ହୋଇଛି। ସେହିଭଳି ଶ୍ରୀଚନ୍ଦନପୁରର ସର୍ବପୁରାତନ ରାଧାକୃଷ୍ଣ ମନ୍ଦିରର ପୁନଃପ୍ରତିଷ୍ଠା ଉତ୍ସବରେ ଅପ୍ରତ୍ୟାଶିତ ଭାବେ ପ୍ରିୟା, ମାନିନୀ ଓ ଶ୍ରୀ’ଙ୍କ ଚରିତ୍ର ଶ୍ରୀଚନ୍ଦନପୁରର କାହାଣୀରେ ଯୋଡ଼ି ହୋଇଯାଇଛନ୍ତି। ଏପରିକି ସମ୍ପୃକ୍ତ ଗାଁର ମୁଖ୍ୟ ଦର୍ପନାରାୟଣ ଓ ଗ୍ରାମବାସୀ ମିଶି ମନ୍ଦିରର ପୁନରୁଦ୍ଧାର କରିବା ସହ ମନ୍ଦିର ପାଇଁ ସୁନା ଓ ହୀରା ଅଳଙ୍କାର, ମୂର୍ତ୍ତି ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରିଛନ୍ତି, କିନ୍ତୁ ଏହାକୁ ଦର୍ପନାରାୟଣଙ୍କ ଭାଇ ରବିନାରାୟଣ ବିରୋଧ କରୁଛନ୍ତି ଓ ସେପଟେ ମନ୍ଦିରରେ ପୂଜା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ହୋଲିର ପୂର୍ବ ଦିନ ଅର୍ଥାତ ଦୋଳ ଉତ୍ସବରେ ହିଁ ମନ୍ଦିରରୁ ସମସ୍ତ ଅଳଙ୍କାର ଏବଂ ଦେବତାଙ୍କ ମୂର୍ତ୍ତି ନିଖୋଜ ହୋଇଯାଇଛି। ବିଶେଷକରି ଗାଁରେ ବିଶୃଙ୍ଖଳା ଆରମ୍ଭ ହୋଇଯାଇଛି। ସେହିପରି ପରିସ୍ଥିତି ଏପରି ହୋଇଛି ଯେ ସମସ୍ତଙ୍କ ପ୍ରିୟ ଶିଶୁ କଳାକାର ମିଠି, ଅଂଶିକା ଏବଂ ବଂଶିକା ମିଶି ପ୍ରକୃତ ଦୋଷୀକୁ ଧରିଛନ୍ତି, ହେଲେ କିପରି ଧରିଛନ୍ତି ତାହା ଅତ୍ୟନ୍ତ ରୋଚକ ହୋଇଥିଲାବେଳେ ସମସ୍ତ ବିଶୃଙ୍ଖଳା ମଧ୍ୟରେ ଗାଁ ହୋଲିର ପରିବେଶ ପୂରା ରଙ୍ଗିନ ହୋଇଛି ଓ ପୂରା ଗାଁ ରଙ୍ଗ ମହୋତ୍ସବ ପାଳନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ନୂଆ ଢଙ୍ଗରେ ପରିବେଷଣ କରାଯାଇଛି। ଏହି ସ୍ପେଶାଲ ହୋଲି ପ୍ରୋଗ୍ରାମରେ ଜୀ-ସାର୍ଥକର ବଡ଼ ବଡ଼ ସେଲିବ୍ରିଟି ଅଭିନୟ କରିବା ସହ ରଙ୍ଗ ମହୋତ୍ସବ ମାଧ୍ୟମରେ ଦର୍ଶକଙ୍କୁୁ ଆମୋଦିତ କରିବେ,ଯେଉଁଥିରେ ଭରପୂର ମନୋରଞ୍ଜନ ଓ ଏକ ମନଛୁଆଁ କାହାଣୀ ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୨୪ ସଂଧ୍ୟା ୬.୩୦ ମି.ରେ ଦର୍ଶକମାନେ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଲି ରଙ୍ଗ ମହୋତ୍ସବ ଜୀ-ସାର୍ଥକରେ ଦେଖିବାକୁ ପାଇବେ। ଉକ୍ତ କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଜୀ-ସାର୍ଥକର ଚିଫ୍‌ କ୍ଲଷ୍ଟର ହେଡ୍‌ ସମ୍ରାଟ ଘୋଷ ଆଶା ପ୍ରକଟ କରିଛନ୍ତି। ଅପରପକ୍ଷରେ ଜୀ-ସାର୍ଥକର ଚିଫ୍‌ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍‌ ଅଗଣିତ ଓଡ଼ିଆ ଦର୍ଶକଙ୍କୁ ହୋଲିର ଅଗ୍ରିମ ଶୁଭୋ ଓ ଶୁଭକାମନା ଜଣାଇଛନ୍ତି।

The post  ଜୀ-ସାର୍ଥକରେ ‘ରଙ୍ଗ ମହୋତ୍ସବ’ appeared first on Dharitri Odia News.