ନିପାତ ହେବେ ଆତଙ୍କବାଦୀ, ଜୋରଦାର ହେବ ଅପରେସନ୍
ବୈଠକରେ ଏନଏସଏ ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ମୁଖ୍ୟ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଜମ୍ମୁ କଶ୍ମୀରରେ ଜୋରଦାର ହେବ ଆତଙ୍କୀ ନିପାତ ଅଭିଯାନ। ଆଗକୁ ଅମରନାଥ ଯାତ୍ରା ବି ରହିଛି। ଜମ୍ମୁ କାଶ୍ମୀରରେ ସୁରକ୍ଷା ଓ ଅମରନାଥ ଯାତ୍ରା ପ୍ରସ୍ତୁତିକୁ ନେଇ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୈଠକରେ ଏନଏସଏ ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ମୁଖ୍ୟ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।