‘ମୁଁ ଜେଲ୍ ଯାଉଛି, ମୋର ମାତାପିତାଙ୍କ ଧ୍ୟାନ ରଖିବେ’; ଆତ୍ମସମର୍ପଣ ପୂର୍ବରୁ ଭାବପ୍ରବଣ ହେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ। ଏହା ପୂର୍ବରୁ ଏକ ଭାବପ୍ରବଣ ବାର୍ତ୍ତା ଜାରି କରି ସେ କହିଛନ୍ତି, ମୁଁ ଦେଶକୁ ବଞ୍ଚାଇବା ପାଇଁ ଜେଲ ଯାଉଛି, ସେଠାରୁ ମୁଁ ଆପଣଙ୍କ ସେବା କରିବି । କିନ୍ତୁ ମୋର ପିତାମାତାଙ୍କ ଯତ୍ନ ଆପଣ ନେଉଥିବେ। ଆପଣଙ୍କ ପାଖକୁ ଆଉ ଆସି ପାରିବି ନାହିଁ କିନ୍ତୁ ବ୍ୟସ୍ତ ହେବେ ନାହିଁ, […] The post ‘ମୁଁ ଜେଲ୍ ଯାଉଛି, ମୋର ମାତାପିତାଙ୍କ ଧ୍ୟାନ ରଖିବେ’; ଆତ୍ମସମର୍ପଣ ପୂର୍ବରୁ ଭାବପ୍ରବଣ ହେଲେ କେଜରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ। ଏହା ପୂର୍ବରୁ ଏକ ଭାବପ୍ରବଣ ବାର୍ତ୍ତା ଜାରି କରି ସେ କହିଛନ୍ତି, ମୁଁ ଦେଶକୁ ବଞ୍ଚାଇବା ପାଇଁ ଜେଲ ଯାଉଛି, ସେଠାରୁ ମୁଁ ଆପଣଙ୍କ ସେବା କରିବି । କିନ୍ତୁ ମୋର ପିତାମାତାଙ୍କ ଯତ୍ନ ଆପଣ ନେଉଥିବେ। ଆପଣଙ୍କ ପାଖକୁ ଆଉ ଆସି ପାରିବି ନାହିଁ କିନ୍ତୁ ବ୍ୟସ୍ତ ହେବେ ନାହିଁ, ମୁଁ ଜେଲରୁ ଥାଇ ସବୁ କାମର ତଦାରଖ କରିବି।
ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀବାସୀଙ୍କୁ କେଜରିଓ୍ବାଲ କହିଛନ୍ତି, ମୁଁ ଜେଲ ଭିତରେ ରହେ କି ବାହାରେ ରାଜ୍ୟର ଗୋଟିଏ ବି କାମ ବନ୍ଦ ହେବ ନାହିଁ। ମାଗଣା ବିଦ୍ୟୁତ, ମୋହାଲା କ୍ଲିନିକ, ଡାକ୍ତରଖାନାରେ ମାଗଣା ଔଷଧ ଏବଂ ଚିକିତ୍ସା, ମହିଳାମାନଙ୍କ ପାଇଁ ବସ ଯାତ୍ରା ଇତ୍ୟାଦି ଜାରି ରହିବ। ଯେତେବେଳେ ମୁଁ ଜେଲରୁ ଫେରିବି, ମୁଁ ପ୍ରତ୍ୟେକ ମା-ଭଉଣୀଙ୍କୁ ପ୍ରତି ମାସରେ ହଜାରେ ଟଙ୍କା ଦେବା ଆରମ୍ଭ କରିବି ।
କେଜ୍ରିୱାଲ ଆହୁରି କହିଛନ୍ତି, ଆପଣଙ୍କ ପରିବାରର ପୁଅ ଭାବରେ ମୁଁ ମୋର କର୍ତ୍ତବ୍ୟ ସର୍ବଦା ପୂରଣ କରିଆସୁଛି। ଏଥର ମୋ ପରିବାର ପାଇଁ କିଛି ନିବେଦନ କରୁଛି। ମୋର ପିତାମାତା ବହୁତ ବୟସ ହୋଇଗଲାଣି। ମା ବହୁତ ଅସୁସ୍ଥ ଅଛନ୍ତି । ମୁଁ ଯିବା ପରେ ମୋର ପିତାମାତାଙ୍କର ଯତ୍ନ ନେଉଥିବେ।
The post ‘ମୁଁ ଜେଲ୍ ଯାଉଛି, ମୋର ମାତାପିତାଙ୍କ ଧ୍ୟାନ ରଖିବେ’; ଆତ୍ମସମର୍ପଣ ପୂର୍ବରୁ ଭାବପ୍ରବଣ ହେଲେ କେଜରିଓ୍ବାଲ appeared first on Dharitri Odia News.