ବଡ଼ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କଲେ ବାପା ଲାଲୁ ଯାଦବ: କହିଲେ, ସେ ନୈତିକ ମୂଲ୍ୟବୋଧ ଭୁଲି ଯାଇଛନ୍ତି
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରୁ ବହିସ୍କାର ହେଲେ ତେଜପ୍ରତାପ ଯାଦବ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ୫ ବର୍ଷ ପାଇଁ ବହିସ୍କାର କରିଛନ୍ତି। ତାଙ୍କର ଦାଯିତ୍ୱହୀନ ଆଚରଣ ଓ ପାରିବାରିକ ମୂଲ୍ୟବୋଧ ତଥା ସାର୍ବଜନିକ ଶିଷ୍ଠାଚାରରୁ ସେ ବିତ୍ୟୁଚି ହୋଇଥିବା ତାଙ୍କୁ ଦଳରୁ ବହିସ୍କାର କରାଯାଇଥିବା ଲାଲୁ ଯାଦବ କହିଛନ୍ତି। ପ୍ରକୃତରେ ଗତକାଲି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଫେସବୁକରେ ଅନୁଷ୍କା ଯାଦବଙ୍କ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ବିଷୟରେ ଘୋଷଣା କରିଥିଲେ। ଅନୁଷ୍କାଙ୍କୁ ସେ ଗତ ୧୨ ବର୍ଷ ଧରି ଭଲ ପାଉଥିଲେ ଓ ତାଙ୍କ ସମ୍ପର୍କରେ ଥିଲେ ବୋଲି ଫେସ୍ବୁକ ପୋଷ୍ଟରେ ଲେଖିଥିଲେ। ଏହାର ଦିନକ ପରେ ବାପା ଲାଲୁ ଯାଦବ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଘୋଷଣା କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଲେଖିଛନ୍ତି ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଦଳର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ। ତେଜ ପ୍ରତାପଙ୍କ ଆଚରଣ ପାରିବାରିକ ମୂଲ୍ୟବୋଧ କିମ୍ବା ପରମ୍ପରା ସହିତ ସଙ୍ଗତ ନଥିଲା। ତେଣୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଲାଲୁ ଲେଖିଛନ୍ତି। ଏକ୍ସରେ ଏକ ବଡ଼ ପୋଷ୍ଟ କରି ଲାଲୁ ଲେଖିଛନ୍ତି “ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋ
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ରୁ ବହିସ୍କାର ହେଲେ ତେଜପ୍ରତାପ ଯାଦବ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ୫ ବର୍ଷ ପାଇଁ ବହିସ୍କାର କରିଛନ୍ତି। ତାଙ୍କର ଦାଯିତ୍ୱହୀନ ଆଚରଣ ଓ ପାରିବାରିକ ମୂଲ୍ୟବୋଧ ତଥା ସାର୍ବଜନିକ ଶିଷ୍ଠାଚାରରୁ ସେ ବିତ୍ୟୁଚି ହୋଇଥିବା ତାଙ୍କୁ ଦଳରୁ ବହିସ୍କାର କରାଯାଇଥିବା ଲାଲୁ ଯାଦବ କହିଛନ୍ତି।
ପ୍ରକୃତରେ ଗତକାଲି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଫେସବୁକରେ ଅନୁଷ୍କା ଯାଦବଙ୍କ ସହ ତାଙ୍କର ଦୀର୍ଘକାଳୀନ ସମ୍ପର୍କ ବିଷୟରେ ଘୋଷଣା କରିଥିଲେ। ଅନୁଷ୍କାଙ୍କୁ ସେ ଗତ ୧୨ ବର୍ଷ ଧରି ଭଲ ପାଉଥିଲେ ଓ ତାଙ୍କ ସମ୍ପର୍କରେ ଥିଲେ ବୋଲି ଫେସ୍ବୁକ ପୋଷ୍ଟରେ ଲେଖିଥିଲେ। ଏହାର ଦିନକ ପରେ ବାପା ଲାଲୁ ଯାଦବ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଘୋଷଣା କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଲେଖିଛନ୍ତି ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଦଳର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ। ତେଜ ପ୍ରତାପଙ୍କ ଆଚରଣ ପାରିବାରିକ ମୂଲ୍ୟବୋଧ କିମ୍ବା ପରମ୍ପରା ସହିତ ସଙ୍ଗତ ନଥିଲା। ତେଣୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଲାଲୁ ଲେଖିଛନ୍ତି।

ଏକ୍ସରେ ଏକ ବଡ଼ ପୋଷ୍ଟ କରି ଲାଲୁ ଲେଖିଛନ୍ତି “ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅବହେଳା କରିବା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଦିଏ। ବଡ଼ ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଏବଂ ଦାୟିତ୍ୱହୀନ ଆଚରଣ ଆମ ପାରିବାରିକ ମୂଲ୍ୟବୋଧ ଏବଂ ସଂସ୍କାର ଅନୁରୁପ ନୁହେଁ। ତେଣୁ, ଉପରୋକ୍ତ ପରିସ୍ଥିତି ଯୋଗୁଁ, ମୁଁ ତାଙ୍କୁ ଦଳ ଏବଂ ପରିବାରଠାରୁ ଦୂରେଇ ରଖୁଛି। ଏବେଠାରୁ ତାଙ୍କର ଦଳ ଏବଂ ପରିବାରରେ କୌଣସି ପ୍ରକାରର ଭୂମିକା ରହିବ ନାହିଁ। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ସେ ନିଜେ ତାଙ୍କ ବ୍ୟକ୍ତିଗତ ଜୀବନର ଭଲ ଓ ମନ୍ଦ ଏବଂ ଗୁଣ ଓ ଦୋଷ ଦେଖିବାରେ ସକ୍ଷମ। ତାଙ୍କ ସହିତ ଯେଉଁମାନେ ସମ୍ପର୍କ ରଖିବେ ସେମାନେ ନିଜ ବିବେକ ବ୍ୟବହାର କରି ନିଷ୍ପତ୍ତି ନେବା ଉଚିତ। ମୁଁ ସବୁବେଳେ ସାର୍ବଜନୀନ ଜୀବନରେ ସାର୍ବଜନୀନ ଲଜ୍ଜାର ସମର୍ଥକ ରହିଆସିଛି। ପରିବାରର ଆଜ୍ଞାକାରୀ ସଦସ୍ୟମାନେ ସାର୍ବଜନୀନ ଜୀବନରେ ଏହି ଧାରଣାକୁ ଗ୍ରହଣ କରିଛନ୍ତି ଏବଂ ଅନୁସରଣ କରିଛନ୍ତି। ଧନ୍ୟବାଦ।”

ଲାଲୁ ଯାଦବଙ୍କ ସାନ ପୁଅ ଏବଂ ତେଜ ପ୍ରତାଙ୍କ ସାନ ଭାଇ ତେଜସ୍ୱୀ ଯାଦବ ରବିବାର ପାଟନାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ଘଟଣା ଉପରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ତାଙ୍କ ମତରେ, ବ୍ୟକ୍ତି ନିଜର ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନକୁ ପୃଥକ ରଖିବା ଉଚିତ। ତେଜପ୍ରତାପ କହିଥିଲେ “ମୋ ଦୃଷ୍ଟିରୁ, ମୁଁ ଏସବୁକୁ ପସନ୍ଦ କରେ ନାହିଁ କିମ୍ବା ସହ୍ୟ କରେ ନାହିଁ। ବ୍ୟକ୍ତିଗତ ଜୀବନ ପୃଥକ ହେବା ଉଚିତ। ସେ ବଡ଼, ଏବଂ ତାଙ୍କର ନିଜ ନିଷ୍ପତ୍ତି ନେବାର ଅଧିକାର ଅଛି। କିନ୍ତୁ ଲାଲୁ ଜୀ ମଧ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ତାଙ୍କ ନିଷ୍ପତ୍ତି ସ୍ପଷ୍ଟ କରି ସାରିଛନ୍ତି। ସେ ଯାହା ଠିକ୍ ମନେ କରୁଥିଲେ ତାହା କରିଛନ୍ତି। ମୁଁ କେବଳ ଗଣମାଧ୍ୟମ ମାଧ୍ୟମରୁ ଏହା ଜାଣିବାକୁ ପାଇଲି।”

ତେଜ ପ୍ରତାପଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ତାଙ୍କ ପ୍ରେମ ସମ୍ପର୍କକୁ ନେଇ କରାଯାଇଥିବା ପୋଷ୍ଟ ଭାଇରାଲ୍ ହେବା ପରେ ଗତକାଲି ତାଙ୍କ ଆକାଉଣ୍ଟରେ ଆଉ ଏକ ପୋଷ୍ଟ କରି ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଯେଉଁଥିରେ ସେ ଲେଖିଛନ୍ତି “ମୋର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ହ୍ୟାକ୍ କରାଯାଇଛି ଏବଂ ମୋ ଫଟୋକୁ ଭୁଲ ଭାବରେ ଏଡିଟ୍ କରାଇ ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ହଇରାଣ ଏବଂ ବଦନାମ କରଯାଉଛି। ମୁଁ ମୋର ଶୁଭେଚ୍ଛୁ ଏବଂ ଅନୁଗାମୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସତର୍କ ରୁହନ୍ତୁ ଓ କୌଣସି ଗୁଜବରେ ଧ୍ୟାନ ଦିଅନ୍ତୁ ନାହିଁ।”