ଏ.ଟି.କେଆର୍ନେୟ ସହ ଏଲ୍‌ଆଇସିର ସହଭାଗିତା

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଗ୍ଲୋବାଲ କନ୍‌ସଲ୍‌ଟିଂ ଫର୍ମା ମେସର୍ସ ଏ. ଟି. କେଆର୍ନେୟ ଏବଂ ଭାରତୀୟ ଜୀବନ ବିମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଏଲ୍‌ଆଇସିର ମୋଟ ୧୪ ଲକ୍ଷ କାର୍ଯ୍ୟରତ ଏଜେଣ୍ଟଙ୍କ ସ୍ବାର୍ଥର ବିକାଶ ପାଇଁ ନିଗମ ପକ୍ଷରୁ ଅଭିନବ ପଦକ୍ଷେପ ‘ଜୀବନ ସମର୍ଥ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା […] The post ଏ.ଟି.କେଆର୍ନେୟ ସହ ଏଲ୍‌ଆଇସିର ସହଭାଗିତା appeared first on Dharitri Odia News.

ଏ.ଟି.କେଆର୍ନେୟ ସହ ଏଲ୍‌ଆଇସିର ସହଭାଗିତା

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଗ୍ଲୋବାଲ କନ୍‌ସଲ୍‌ଟିଂ ଫର୍ମା ମେସର୍ସ ଏ. ଟି. କେଆର୍ନେୟ ଏବଂ ଭାରତୀୟ ଜୀବନ ବିମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଏଲ୍‌ଆଇସିର ମୋଟ ୧୪ ଲକ୍ଷ କାର୍ଯ୍ୟରତ ଏଜେଣ୍ଟଙ୍କ ସ୍ବାର୍ଥର ବିକାଶ ପାଇଁ ନିଗମ ପକ୍ଷରୁ ଅଭିନବ ପଦକ୍ଷେପ ‘ଜୀବନ ସମର୍ଥ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଜରିଆରେ ଉଭୟ ନିଗମ ଓ ଏଜେଣ୍ଟଙ୍କର ବିକାଶ ସହ ନିଗମର ଉନ୍ନତି ହୋଇପାରିବ।
ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିଲା।
ଏ ସମ୍ପର୍କରେ ଏଲ୍‌ଆଇସିର ସିଇଓ ତଥା ଏମ୍‌ଡି ସିଦ୍ଧାର୍ଥ ମହାନ୍ତି କହିଛନ୍ତି, ଏଲ୍‌ଆଇସିର ଏହି ଅଭିନବ କାର୍ଯ୍ୟକ୍ରମ ଓ ପଦକ୍ଷେପ ଜୀବନ ସମର୍ଥ ନିଗମ ପାଇଁ ଅନେକ ପ୍ରକାର ପରିବର୍ତ୍ତନ ସାଙ୍ଗକୁ ଉଭୟ ଗ୍ରାହକ ଓ ନିଗମର ସମ୍ପର୍କ ସୁଦୃଢ ହେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ଏ.ଟି.କେଆର୍ନେୟ ସହ ଏଲ୍‌ଆଇସିର ସହଭାଗିତା appeared first on Dharitri Odia News.