ସମୁଦ୍ର ଆଁରେ ଆର୍ଯ୍ୟପଲ୍ଲୀ
ଛତ୍ରପୁର, ୧୭।୬(ଦିଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ ପରିବାର ଭୟଭୀତ ହୋଇପଡିବା ସହ ନାନା ଆଶଙ୍କାରେ ରହିଛନ୍ତି। ଜିଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ସମୁଦ୍ର ଧୀରେଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଲକ୍ଷ୍ୟ କରାଯାଉଛି। ଆର୍ଯ୍ୟପଲ୍ଲୀ ଗାଁ ନିକଟରେ […] The post ସମୁଦ୍ର ଆଁରେ ଆର୍ଯ୍ୟପଲ୍ଲୀ appeared first on Dharitri Odia News.
ଛତ୍ରପୁର, ୧୭।୬(ଦିଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ ପରିବାର ଭୟଭୀତ ହୋଇପଡିବା ସହ ନାନା ଆଶଙ୍କାରେ ରହିଛନ୍ତି। ଜିଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ସମୁଦ୍ର ଧୀରେଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଲକ୍ଷ୍ୟ କରାଯାଉଛି।
ଆର୍ଯ୍ୟପଲ୍ଲୀ ଗାଁ ନିକଟରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ପଞ୍ଚାୟତବାସୀ ଭୟଭୀତ ହୋଇପଡିଛନ୍ତି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡ଼ି ଆସିବାରୁ ସାନ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଥିବା ୨ ଟି ମନ୍ଦିର ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ଏପରିକି ଗତ ୩ ବର୍ଷ ମଧ୍ୟରେ ସମୁଦ୍ର ୨ କିଲୋମିଟର ଦୂରତା କୂଳ ଲଙ୍ଘିଥିବା ବେଳେ ଆଗାମୀ ଦିନରେ ସମୁଦ୍ରକୂଳରେ ସମ୍ପୂର୍ଣ୍ଣ ଗ୍ରାମଟି ଲୀନ ହୋଇଯିବ ବୋଲି ମତ୍ସ୍ୟଜୀବିମାନେ ଆଲୋଚନା କହିଛନ୍ତି। ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
ପଞ୍ଚାୟତବାସୀ କହିବା ମୁତାବକ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିବା ବେଳେ ଏବେ ସମୁଦ୍ର କ୍ରମେ ଗ୍ରାମର ନିକଟବର୍ତ୍ତୀ ହେବାରେ ଲାଗିଛି। ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୩୦ ମିଟର ଦୂରରେ ରହିଛି। ଏଣୁ ଗ୍ରାମକୁ ସୁରକ୍ଷା ପ୍ରଦାନ କରିବା ଲାଗି ଗାର୍ଡ ୱେଲ ର୍ନିମାଣ କରିବାକୁ ଦାବି ହୋଇଛି l ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ଗୋପାଳପୁର ପୋର୍ଟ ସମ୍ମୁଖରେ ଧାରଣା ଦେବେ ବୋଲି କେ. ଦାଶରଥି, ବି. ଭୀମସେନ, ଏମ. ଦିଲୀପ ଓ ଏନ୍. ଦିନବନ୍ଧୁଙ୍କ ସମେତ ବହୁ ଗ୍ରାମବାସୀ ସୂଚନା ଦେଇଛନ୍ତି।
The post ସମୁଦ୍ର ଆଁରେ ଆର୍ଯ୍ୟପଲ୍ଲୀ appeared first on Dharitri Odia News.