ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ…

ନୂଆଦିଲ୍ଲୀ/କୋଲକାତା,୯ା୯: ପଶ୍ଚିବମଙ୍ଗ ଆର୍‌ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ଅର୍ଥାତ୍‌ ୯ ତାରିଖରେ ମାସେ ପୂରିଛି। ଏନେଇ ଆଜି ସୁପ୍ରିମକୋର୍ଟ୍‌ରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି ସିବିଆଇ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି ପାର୍ଡିଓ୍ବାଲା ଏବଂ ମନୋଜ ମିଶ୍ରା ମାମଲାର ଶୁଣାଣି କରିଥିଲେ। ତେବେ ସିବିଆଇକୁ ଆଉ ସପ୍ତାହେ ପାଇଁ ସମୟ ଦେଇଛନ୍ତି ମାନ୍ୟବର କୋର୍ଟ। ଆଉ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ […] The post ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ… appeared first on Dharitri Odia News.

ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ…

ନୂଆଦିଲ୍ଲୀ/କୋଲକାତା,୯ା୯: ପଶ୍ଚିବମଙ୍ଗ ଆର୍‌ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ଅର୍ଥାତ୍‌ ୯ ତାରିଖରେ ମାସେ ପୂରିଛି। ଏନେଇ ଆଜି ସୁପ୍ରିମକୋର୍ଟ୍‌ରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛି ସିବିଆଇ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି ପାର୍ଡିଓ୍ବାଲା ଏବଂ ମନୋଜ ମିଶ୍ରା ମାମଲାର ଶୁଣାଣି କରିଥିଲେ।

ତେବେ ସିବିଆଇକୁ ଆଉ ସପ୍ତାହେ ପାଇଁ ସମୟ ଦେଇଛନ୍ତି ମାନ୍ୟବର କୋର୍ଟ। ଆଉ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହସ୍ପିଟାଲ ପରିସରରେ ମୁତୟନ ହୋଇଥିବା ସିଆଇଏସ୍‌ଏଫ୍‌ଙ୍କୁ ରହିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପୀଡ଼ିତାଙ୍କ ସମସ୍ତ ଫଟୋ ସୋସିଆଲ ମିଡିଆରୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟ ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା କରାଯାଇଥିବା ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ଅସ୍ବାଭାବିକ ମୃତ୍ୟୁ ପଞ୍ଜୀକରଣ କରିବାରେ କୋଲକାତା ପୋଲିସର ବିଳମ୍ବକୁ ଅତ୍ୟନ୍ତ ବିବ୍ରତ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୯ରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଭିତରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହି ଅପରାଧ ପାଇଁ ପୋଲିସ ସଞ୍ଜୟ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

The post ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ… appeared first on Dharitri Odia News.