ଅଜଣା ମୃତଦେହର ଶେଷ ଠିକଣା ଗୋକର୍ଣ୍ଣେଶ୍ୱର ଶ୍ମଶାନ

ବ୍ରହ୍ମପୁର,ତା୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ)ପ୍ରତ୍ୟେକ ମଣିଷଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ଠିକଣା ହେଉଛି ଶ୍ମଶାନ ଘାଟ ବା ସମାଧି ସ୍ଥଳ। କିନ୍ତୁ ଏମିତି କେତେ ଲୋକଙ୍କ ମୃତଦେହକୁ ବ୍ରହ୍ମପୁର ସହରର ଏକ ନିର୍ଦ୍ଦିଷ୍ଟ ଶ୍ମଶାନରେ ହିଁ ସତ୍କାର କରାଯାଉଛି। ଯେଉଁମାନଙ୍କ ଠିକଣା ନାହିଁ ଓ ଦୁନିଆଁ ପାଇଁ ଅଲୋଡା। ବ୍ରହ୍ମପୁର ଗେଟବଜାରସ୍ଥିତ ଗୋକର୍ଣ୍ଣେଶ୍ୱର ଶ୍ମାଶାନ ଏବେ ସହରରେ ଆଖି ବୁଜୁଥିବା ଅଜଣା ଲୋକମାନଙ୍କର ଶେଷ ଠିକଣା ପାଲଟିଛି। ଦାବିଦାର ନ ଥିବା ମୃତଦେହକୁ ପୋଡିବା ବଦଳରେ ମାଟି […] The post ଅଜଣା ମୃତଦେହର ଶେଷ ଠିକଣା ଗୋକର୍ଣ୍ଣେଶ୍ୱର ଶ୍ମଶାନ appeared first on Dharitri Odia News.

ଅଜଣା ମୃତଦେହର ଶେଷ ଠିକଣା ଗୋକର୍ଣ୍ଣେଶ୍ୱର ଶ୍ମଶାନ

ବ୍ରହ୍ମପୁର,ତା୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ)ପ୍ରତ୍ୟେକ ମଣିଷଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ଠିକଣା ହେଉଛି ଶ୍ମଶାନ ଘାଟ ବା ସମାଧି ସ୍ଥଳ। କିନ୍ତୁ ଏମିତି କେତେ ଲୋକଙ୍କ ମୃତଦେହକୁ ବ୍ରହ୍ମପୁର ସହରର ଏକ ନିର୍ଦ୍ଦିଷ୍ଟ ଶ୍ମଶାନରେ ହିଁ ସତ୍କାର କରାଯାଉଛି। ଯେଉଁମାନଙ୍କ ଠିକଣା ନାହିଁ ଓ ଦୁନିଆଁ ପାଇଁ ଅଲୋଡା। ବ୍ରହ୍ମପୁର ଗେଟବଜାରସ୍ଥିତ ଗୋକର୍ଣ୍ଣେଶ୍ୱର ଶ୍ମାଶାନ ଏବେ ସହରରେ ଆଖି ବୁଜୁଥିବା ଅଜଣା ଲୋକମାନଙ୍କର ଶେଷ ଠିକଣା ପାଲଟିଛି। ଦାବିଦାର ନ ଥିବା ମୃତଦେହକୁ ପୋଡିବା ବଦଳରେ ମାଟି ତଳେ ପୋତି ରଖାଯାଉଛି। ସେଥିରେ କାନ୍ଧ ଦେଉଛନ୍ତି ବିଇଏମସି କର୍ମଚାର, ଆଉ ସାକ୍ଷୀ ରହୁଛି ପୋଲିସ। ବିନା ରୀତିନୀତିରେ ଏଭଳି ଏକାଧିକ ମୃତଦେହ ସତ୍କାର କରାଯାଉଛି ।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରତି ମାସରେ ୬୦ରୁ ଅଧିକ ରୋଗୀ ଆଖି ବୁଜୁଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହେଲେ ମୃତଦେହକୁ ପରିବାର ଲୋକେ ଘରକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରୁଛନ୍ତି। ହେଲେ ଏହି ମେଡିକାଲରେ ବେଳେବେଳେ ଏମିତି କିଛି ରୋଗୀଙ୍କ ମୃତ୍ୟୁ ହେଉଛି ଯାହାଙ୍କ ଠିକଣା ଜଣାପଡୁନାହିଁ। ସେମାନଙ୍କର କେହି ସମ୍ପର୍କୀୟ ମଧ୍ୟ ନ ଥାନ୍ତି। ସେହିଭଳି ବ୍ରହ୍ମପୁର ସରକାରୀ ରେଳବାଇ ଥାନା (ଜିଆରପି) ରେଳଧାରଣାରେ ନିୟମିତ ବ୍ୟବଧାନରେ ଟ୍ରେନରେ କଟି ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ କେତେକଙ୍କ ପରିଚୟ ଜଣାପଡିନଥାଏ। ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏଫଏମଟିରେ ଥିବା ଫ୍ରିଜରରେ ୯୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ଚିହ୍ନଟ ପାଇଁ ସଂରକ୍ଷିତ ରଖିଥାଏ। ଏହି ସମୟ ମଧ୍ୟରେ ମୃତଦେହର କେହି ଦାବିଦାର ନ ମିଳିଲେ ପୋଲିସ ତାହାକୁ ଠିକଣା ସ୍ଥାନରେ ପହଞ୍ଚାଇବାର ଦାୟିତ୍ୱ ନେଇଥାଏ। ବ୍ରହ୍ମପୁର ମହାନଗର ନିଗମକୁ ଚିଠି ଲେଖି ସେହି ମୃତଦେହ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅନୁରୋଧ କରନ୍ତି ଉଭୟ ମେଡିକାଲ ଫାଣ୍ଡି ପୋଲିସ ଓ ରେଳବାଇ ପୋଲିସ। ପରେ ବିଇଏମସିର ତଳିଆ କର୍ମଚାରୀମାନେ କାମରେ ଲାଗିପଡନ୍ତି। ବଡ ମେଡିକାଲରେ ଥିବା ଘରୋଇ ଆମ୍ବୁଲାନ୍ସ ସହାୟତାରେ ଅଜଣା ମୃତଦେହଗୁଡିକୁ ବିଇଏମସି ଅଧୀନରେ ଥିବା ଗେଟବଜାରସ୍ଥିତ ଗୋକର୍ଣ୍ଣେଶ୍ୱର ଶ୍ମଶାନକୁ ନିଆଯାଇଥାଏ। ସେଠାରେ ମୃତଦେହକୁ ଦାହ କରିବା ବଦଳରେ ମାଟି ତଳେ ପୋତି ଦିଆଯାଇଥାଏ। କାରଣ ଯଦି କେହି ଦାବିଦାର ମୃତଦେହ ସମ୍ପର୍କରେ ଜାଣିଲା ପରେ ପୋଲିସ ନିକଟରେ ପହଞ୍ଚନ୍ତି ତେବେ ସେହି ମୃତଦେହକୁ ମାଟିତଳୁ ଖୋଳି ବାହାର କରାଯାଏ। ପରିବାର ଲୋକ ତାହାକୁ ଚିହ୍ନଟ କିରବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଥାଏ।
ହିନ୍ଦୁ ଧର୍ମରେ ମୃତଦେହକୁ ପୋଡି ଅସ୍ତି ବିସର୍ଜନ କଲେ ମୃତକଙ୍କ ଆତ୍ମାକୁ ଶାନ୍ତି ମିଳୁଥିବା ବିଶ୍ୱାସ ରହିଥିବାରୁ ଏଭଳି କରାଯାଇଥାଏ। ତେବେ ଅଜଣା ମୃତଦେହର ଠିକଣା ମିଳିବା କିମ୍ବା ପରିବାର ଲୋକେ ଖୋଜିବା ନଗଣ୍ୟ। ଏମକେସିଜି ଫାଣ୍ଡି ଅଧିକାରୀ ଭୈରବ କୁମାର ଭୂୟାଁ କହିବା ଅନୁସାରେ ପ୍ରତିବର୍ଷ ଅଜଣା ବ୍ୟକ୍ତିଙ୍କ ମୃତଦେହ ସଂରକ୍ଷିତ ରଖାଯିବା ସହ ନିର୍ଦ୍ଧାରିତ ସମୟରେ କେହି ଦାବିଦାର ନ ଆସିଲେ ସେଠାରେ ପୋତି ଦିଆଯାଇଥାଏ। ସେହିପରି ଉକ୍ତ ଶ୍ମଶାନର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉକ୍ତ ମୃତଦେହଗୁଡିକୁ ପୋତାଯାଉଛି। ଯଦି କୌଣସି ମୃତକଙ୍କ ପରିବାର ପୋଲିସ ନିକଟକୁ ଆସନ୍ତି ପୋଲିସ ସେଠାରେ ପହଞ୍ଚତ୍ ମାଟିତଳେ ପୋତି ଦିଆଯାଇଥିବା ମୃତଦେହକୁ ସେମାନଙ୍କୁ ଦେଖାନ୍ତି ଓ ସେଠାରୁ କିଛି ଅସ୍ତି ହସ୍ତାନ୍ତର କରିଥାନ୍ତି ବୋଲି ଶ୍ମଶାନର ଜଗୁଆଳି କାଳୁ କହିଛନ୍ତି।

The post ଅଜଣା ମୃତଦେହର ଶେଷ ଠିକଣା ଗୋକର୍ଣ୍ଣେଶ୍ୱର ଶ୍ମଶାନ appeared first on Dharitri Odia News.