ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ

ଜଟଣୀ,୧୯।୧୧: ଖୋର୍ଦ୍ଧା ଜିଲା ଜଟଣୀ ରାଜାବଜାର ଅଞ୍ଚଳରେ ଥିବା ଏକ ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ […] The post ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ appeared first on Dharitri Odia News.

ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ

ଜଟଣୀ,୧୯।୧୧: ଖୋର୍ଦ୍ଧା ଜିଲା ଜଟଣୀ ରାଜାବଜାର ଅଞ୍ଚଳରେ ଥିବା ଏକ ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

The post ବରଫ ଫ୍ୟାକ୍ଟ୍ରିରେ ବଡ଼ ଧରରଣର ଅଗ୍ନିକାଣ୍ଡ appeared first on Dharitri Odia News.