ଛାଡ଼ପତ୍ର ପରେ ରିଲିଜ୍ ହେଲା ଧନଶ୍ରୀଙ୍କ ମ୍ୟୁଜିକ୍ ଭିଡିଓ, କହିଲେ-ପ୍ଲିଜ୍ ଗୀତ ଶୁଣନ୍ତୁ...
ମୁମ୍ଵାଇ ୨୩।୦୩; କୋରିଓଗ୍ରାଫର୍ ଧନଶ୍ରୀ ବର୍ମା ଓ ଭାରତୀୟ କ୍ରିକେଟର ୟୁଝବେନ୍ଦ୍ର ଚହଲ। ଦୁହିଁଙ୍କ ଛାଡ଼ପତ୍ର ଖବର ଏବେ ଚର୍ଚ୍ଚା ପାଲଟିଛି। ନିକଟରେ ଉଭୟଙ୍କ ଛାଡ଼ପତ୍ର ହେବା ପରେ ଧନଶ୍ରୀ ପ୍ରଥମ ଥର ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏ ଅବସରରେ ପାପାରାଜିମାନେ ତାଙ୍କଠୁ ଛାଡ଼ପତ୍ର ବିଷୟରେ ଜାଣିବାକୁ ଚାହିଁଲେ । କିନ୍ତୁ ଧନଶ୍ରୀ କିଛି ବି କହିଲେ ନାହିଁ । ନିକଟରେ ଧନଶ୍ରୀ ନିଜର ନୂଆ ମ୍ୟୁଜିକ୍ ଭିଡିଓର ପ୍ରମୋସନ୍ ପାଇଁ ଟି-ସିରିଜ୍ ଅଫିସ୍ରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଫଟୋଗ୍ରାଫରକୁ ପୋଜ୍ ଦେବା ସମୟରେ ଚହଲ ଓ ତାଙ୍କର ଛାଡ଼ପତ୍ର ବିଷୟରେ କିଛି କୁହିବାକୁ କୁହାଗଲା । ଧନଶ୍ରୀ କିନ୍ତୁ କିଛି କହିବେ ନାହିଁ ବୋଲି ଇଶାରାରେ କହିଲେ । ପ୍ରଥମେ ତାଙ୍କ ଗୀତ ଶୁଣନ୍ତୁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଧନଶ୍ରୀ ଓ ଚହଲଙ୍କର ଔପଚାରିକ ରୂପେ ଛାଡ଼ପତ୍ର ହୋଇଛି । ସେହି ଦିନ ଧନଶ୍ରୀଙ୍କର ନୂଆ ମ୍ୟୁଜିକ୍ ଭିଡିଓ ଲଞ୍ଚ୍ ହୋଇଥିଲା, ଯାହାର ଗୀତ ଏକ୍ସଟ୍ରା ମାରିଟାଲ ଅଫେୟାର୍ସ ଉପରେ ଆଧାରିତ । ଧନଶ୍ରୀ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଫ୍ୟାନ୍ଙ୍କର କ୍ୟାପସନରେ ଥିବା ପୋଷ୍ଟ୍କୁ ସେୟାର କରିଛନ୍ତି । ଏଥିରେ ଗୀତରୁ ଫ୍ୟାନ୍ ଅନୁମାନ କରୁଛନ୍ତି ଯେ ଗୀତ ଉଭୟଙ୍କ ଛାଡ଼ପତ୍ରର ପ୍ରକୃତ କାରଣକୁ ଦର୍ଶାଉଛି । କରୋନା ମହାମାରୀ ସମୟରେ ଧନଶ୍ରୀ ଓ ଚହଲଙ୍କ ବନ୍ଧୁତା ହ
ମୁମ୍ଵାଇ ୨୩।୦୩; କୋରିଓଗ୍ରାଫର୍ ଧନଶ୍ରୀ ବର୍ମା ଓ ଭାରତୀୟ କ୍ରିକେଟର ୟୁଝବେନ୍ଦ୍ର ଚହଲ। ଦୁହିଁଙ୍କ ଛାଡ଼ପତ୍ର ଖବର ଏବେ ଚର୍ଚ୍ଚା ପାଲଟିଛି। ନିକଟରେ ଉଭୟଙ୍କ ଛାଡ଼ପତ୍ର ହେବା ପରେ ଧନଶ୍ରୀ ପ୍ରଥମ ଥର ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏ ଅବସରରେ ପାପାରାଜିମାନେ ତାଙ୍କଠୁ ଛାଡ଼ପତ୍ର ବିଷୟରେ ଜାଣିବାକୁ ଚାହିଁଲେ । କିନ୍ତୁ ଧନଶ୍ରୀ କିଛି ବି କହିଲେ ନାହିଁ ।

ନିକଟରେ ଧନଶ୍ରୀ ନିଜର ନୂଆ ମ୍ୟୁଜିକ୍ ଭିଡିଓର ପ୍ରମୋସନ୍ ପାଇଁ ଟି-ସିରିଜ୍ ଅଫିସ୍ରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଫଟୋଗ୍ରାଫରକୁ ପୋଜ୍ ଦେବା ସମୟରେ ଚହଲ ଓ ତାଙ୍କର ଛାଡ଼ପତ୍ର ବିଷୟରେ କିଛି କୁହିବାକୁ କୁହାଗଲା । ଧନଶ୍ରୀ କିନ୍ତୁ କିଛି କହିବେ ନାହିଁ ବୋଲି ଇଶାରାରେ କହିଲେ । ପ୍ରଥମେ ତାଙ୍କ ଗୀତ ଶୁଣନ୍ତୁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଧନଶ୍ରୀ ଓ ଚହଲଙ୍କର ଔପଚାରିକ ରୂପେ ଛାଡ଼ପତ୍ର ହୋଇଛି । ସେହି ଦିନ ଧନଶ୍ରୀଙ୍କର ନୂଆ ମ୍ୟୁଜିକ୍ ଭିଡିଓ ଲଞ୍ଚ୍ ହୋଇଥିଲା, ଯାହାର ଗୀତ ଏକ୍ସଟ୍ରା ମାରିଟାଲ ଅଫେୟାର୍ସ ଉପରେ ଆଧାରିତ । ଧନଶ୍ରୀ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଫ୍ୟାନ୍ଙ୍କର କ୍ୟାପସନରେ ଥିବା ପୋଷ୍ଟ୍କୁ ସେୟାର କରିଛନ୍ତି ।
ଏଥିରେ ଗୀତରୁ ଫ୍ୟାନ୍ ଅନୁମାନ କରୁଛନ୍ତି ଯେ ଗୀତ ଉଭୟଙ୍କ ଛାଡ଼ପତ୍ରର ପ୍ରକୃତ କାରଣକୁ ଦର୍ଶାଉଛି । କରୋନା ମହାମାରୀ ସମୟରେ ଧନଶ୍ରୀ ଓ ଚହଲଙ୍କ ବନ୍ଧୁତା ହୋଇଥିଲା । ଧନଶ୍ରୀଙ୍କୁ ଡ୍ୟାନ୍ସ ଶିଖିବାକୁ ଚହଲ କହିଥିଲେ । ଏହା ପରେ ଉଭୟଙ୍କ ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଥିଲା । ୨୦୨୦, ଡିସେମ୍ବର ୧୧ରେ ଭଉୟ ବିବାହ କଲେ । କିନ୍ତୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ସେମାନେ ଏକାଠି ରହିଲେ । ୨୦୨୨ରୁ ଉଭୟ ଅଲଗା ରହିବାକୁ ଲାଗିଲେ ।