ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ ):ଦାରିଙ୍ଗବାଡି ଭାଜପା ପକ୍ଷରୁ ଗୁରୁବାର ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ମୃତକ ଓ ଗୁରୁତର ପରିବାରକୁ ଭେଟିଛନ୍ତି । ସେମାନଙ୍କ ପରିବାର ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଘଟଣା ଘଟିବାର ଏକ ସପ୍ତାହ ପରେ ଭାଜପା ପହଞ୍ଚିଥିବା ବେଳେ ଦାରିଙ୍ଗବାଡି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ କନ୍ଧମାଳ ଏମପିଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଯୁବମୋର୍ଚ୍ଚା […] The post ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ appeared first on Dharitri Odia News.

ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ ):ଦାରିଙ୍ଗବାଡି ଭାଜପା ପକ୍ଷରୁ ଗୁରୁବାର ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ମୃତକ ଓ ଗୁରୁତର ପରିବାରକୁ ଭେଟିଛନ୍ତି । ସେମାନଙ୍କ ପରିବାର ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି।

ଘଟଣା ଘଟିବାର ଏକ ସପ୍ତାହ ପରେ ଭାଜପା ପହଞ୍ଚିଥିବା ବେଳେ ଦାରିଙ୍ଗବାଡି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ କନ୍ଧମାଳ ଏମପିଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ରୁଦ୍ର ନାରାୟଣ ବେହେରା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମହେନ୍ଦ୍ର ଦାସ,ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ପହଞ୍ଚିଥିଲେ।

ସୂଚନାଯୋଗ୍ୟ ଯେ, ସେଠାରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ବିଡ଼ିଓ ପ୍ରିୟରଞ୍ଜନ ରଥ ତହସିଲଦାର ଶରତ ଶବର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପହଞ୍ଚିଥିବା ବେଳେ ପ୍ରଥମେ ଜିଲାପାଳ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ପରେ ସୋମବାର ମାଣ୍ଡିପଙ୍କା ପହଞ୍ଚି ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଘଟଣାର ଆରଡ଼ିସି ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେବା ପରେ ବୁଧବାର ଆରଡିସି ପହଞ୍ଚି ତଦନ୍ତ କରି ଫେରିଛନ୍ତି।

The post ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ସପ୍ତାହକ ପରେ ମାଣ୍ଡିପଙ୍କାରେ ଭାଜପା କର୍ମୀ appeared first on Dharitri Odia News.