ବାଦ୍ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା
ଭୁବନେଶ୍ୱର,୩ା୫(ଅନିଲ ଦାସ): ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ଘୋଷଣା କରିଛି। ଦଳ ଗତଥର ଭରସା କରିଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କୁ ଦଳରୁ ବହିଷ୍କାର କରିଥିବା ବେଳେ ୩୫ ଜଣ ବିଧାୟକଙ୍କ ଟିକେଟ କଟିଛି। ଏଥିସହିତ ବିଜେଡି ବିଭିନ୍ନ ସ୍ଥାନରେ ୪୦ ଜଣ ନୂଆ ପ୍ରାର୍ଥୀ ଦେଇଛି। ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ମୟୂରଭଞ୍ଜ ଓ ସମ୍ବଲପୁର ଲୋକ ସଭା […] The post ବାଦ୍ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା appeared first on Dharitri Odia News.
ଭୁବନେଶ୍ୱର,୩ା୫(ଅନିଲ ଦାସ): ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ଘୋଷଣା କରିଛି। ଦଳ ଗତଥର ଭରସା କରିଥିବା ୧୪୭ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କୁ ଦଳରୁ ବହିଷ୍କାର କରିଥିବା ବେଳେ ୩୫ ଜଣ ବିଧାୟକଙ୍କ ଟିକେଟ କଟିଛି। ଏଥିସହିତ ବିଜେଡି ବିଭିନ୍ନ ସ୍ଥାନରେ ୪୦ ଜଣ ନୂଆ ପ୍ରାର୍ଥୀ ଦେଇଛି। ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ମୟୂରଭଞ୍ଜ ଓ ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି।
୨୦୧୯ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିବା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କଟାଯାଇଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ସୋର ବିଧାୟକ ପର୍ଶୁରାମ ଧଡ଼ା ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପରେ ଦଳ ଭରସା କରିପାରି ନାହିଁ। ସେହିପରି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଟିକେଟ ନ ପାଇ ନିରାଶ ହୋଇଥିବା ବେଳେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ବରି ବିଧାୟିକା ସୁନନ୍ଦା ଦାସ, ଭୋଗରାଇ ବିଧାୟକ ଅନନ୍ତ ଦାସ ଏବଂ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ଏଥର ଟିକେଟ ମିଳିନାହିଁ।
ସେହିପରି ନର୍ଲାର ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହଙ୍କୁ ବିଜେଡି ଚଳିତ ନିର୍ବାଚନରେ ଟିକେଟ ଦେଇ ନ ଥିବା ବେଳେ କୋରେଇ ବିଧାୟକ ଅଶୋକ ବଳ, ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ଏବଂ ଚିକିଟି ବିଧାୟିକା ଉଷା ଦେବୀଙ୍କ ଟିକେଟ କଟିଛି। ତେବେ ସେମାନଙ୍କ ମଧ୍ୟରୁ କେତେ ଜଣ ବିଧାୟିକା ଓ ବିଧାୟକଙ୍କ ସ୍ତ୍ରୀ, ଝିଅ, ଭାଇ ଏବଂ ମା’ଙ୍କୁ ଟିକେଟ ଦିଆଯାଇଛି। ଅନ୍ୟପକ୍ଷରେ ବିଜେଡି ୪ ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି। ସେମାନେ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା।
The post ବାଦ୍ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା appeared first on Dharitri Odia News.