ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ

ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ। ଏସିଆରୁ ଆଫ୍ରିକା ଏବଂ ୟୁରୋପ ଯାଏଁ ପ୍ରାୟ ସବୁ ମାହାଦ୍ୱୀପ ନିର୍ବାଚନ ମୋଡରେ ରହିବେ। ୨୭ଦେଶ ବିଶିଷ୍ଟ ୟୁରୋପୀୟ ୟୁନିଅନ ମଧ୍ୟ ନିର୍ବାଚନ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ବିଶ୍ୱର କଣ […] The post ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ appeared first on Dharitri Odia News.

ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ

ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ। ଏସିଆରୁ ଆଫ୍ରିକା ଏବଂ ୟୁରୋପ ଯାଏଁ ପ୍ରାୟ ସବୁ ମାହାଦ୍ୱୀପ ନିର୍ବାଚନ ମୋଡରେ ରହିବେ। ୨୭ଦେଶ ବିଶିଷ୍ଟ ୟୁରୋପୀୟ ୟୁନିଅନ ମଧ୍ୟ ନିର୍ବାଚନ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ବିଶ୍ୱର କଣ ହେବ ପରିବର୍ତ୍ତନ। କେମିତି ରହିବ ସମୀକରଣ। ଏହା ତ ସମୟ କହିବ।

Beyond the U.S.: The World's Most Important Elections in 2024

ଆମେ ଆରମ୍ଭ କରିବା ବର୍ଷ ୨୦୨୨ରୁ। ଏହିବର୍ଷ ଋଷିଆ ଓ ୟୁକ୍ରେନ ଯୁଦ୍ଧ ବିଶ୍ୱରେ ହଟଚମଟ ସୃଷ୍ଟି କରିଥିଲା। ପୁରା ବିଶ୍ୱ ଦୁଇଭାଗରେ ବିଭକ୍ତ ହୋଇ ଯାଇଥିଲା। ହେଲେ ୨୦୨୩ରେ ଏହା ଆହୁରି ସାଂଘାତିକ ରୂପ ନେଇଥିଲା। ବିଶ୍ୱରେ ଶାନ୍ତି ବଦଳରେ ଆଉ ଏକ ମହାଯୁଦ୍ଧ ମୁଣ୍ଡ ଟେକିଥିଲା। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଏଯାବତ ଅବ୍ୟାହତ ରହିଛି। ଏହିପରି ସଙ୍କଟ ଭିତରେ ବିଶ୍ୱରେ ଆଗାମୀ ନିର୍ବାଚନ ପରେ ନୂଆ ସରକାରଙ୍କ କଣ ରହିଛି ଭୂମିକା ଏହା ଉପରେ ସମସ୍ତଙ୍କର ନଜର ରହିଛି। ଯଦି ଆମେ ଏସିଆ ମହାଦେଶ କଥା କହିବା ଏଠାରେ ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ ଭାରତ ସମେତ ପାକିସ୍ତାନ, ଭୂଟାନ, ତାଇଓ୍ବାନ, ଇଣ୍ଡୋନେସିଆ ଓ ମାଳଦ୍ୱୀପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ସେହିଭଳି ୟୁରୋପରେ ମଧ୍ୟ ଅନେକ ଦେଶରେ ନିର୍ବାଚନ ହେବାକୁ ଯାଉଛି, ଯେଉଁଥିରେ ପର୍ତ୍ତୁଗାଲରୁ ବେଲାଋଷ, ଫିନଲ୍ୟାଣ୍ଡ, ୟୁକ୍ରେନ ଭଳି ଦେଶ ସାମିଲ ରହିଛି। ଆଫ୍ରିକା ମହାଦେଶରେ ଚଳିତ ବର୍ଷ ସବୁଠାରୁ ଅଧିକ ଦେଶରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହା ବ୍ୟତୀତ ଆମେରିକା, ବ୍ରିଟେନ, ଋଷିଆ, ମେକ୍ସିକୋ ଓ ଅଷ୍ଟ୍ରେଲିଆ ଭଳି ବଡ ଅର୍ଥ ବ୍ୟବସ୍ଥା ବିଶିଷ୍ଟ ଦେଶଗୁଡିକରେ ମଧ୍ୟ ନିର୍ବାଚନ ହେବ।

Opinion: Brace yourself. The elections of 2024 could shock the world | CNN

ସବୁ ନିର୍ବାଚନରେ ହାରଜିତ ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମୀକରଣ ବଦଳିଥାଏ। ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ଗୋଟିଏ ଦେଶର ଜିଓ ପଲଟିକକ୍ସ ଉପରେ। ଚଳିତ ବର୍ଷ ଭାରତର ଲୋକସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଟ୍ରିକ ବିଜୟର ସମ୍ଭାବନାକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି। ଆଊ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଇଣ୍ଡିଆ ମହାମେଣ୍ଟ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହି ନିର୍ବାଚନରେ ଦେଶରେ ୯୫କୋଟି ଲୋକ ଭୋଟଦାନ କରିବେ।

Election Year 2024: 4.2 billion voters, 83 polls, 78 countries

The post ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ appeared first on Dharitri Odia News.