ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା !
ନୂଆଦିଲ୍ଲୀ,୨୪।୭: ଆଇପିଏଲ୍ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ ହେବାକୁ ଯାଉଛି। ଏମିତିରେ ସମସ୍ତ ୧୦ ଟିମ୍ ପୁଣିଥରେ ନୂଆ ରୂପରେ ନଜର ଆସିବାକୁ ଥିବା ବେଳେ ବିସିସିଆଇ ସମ୍ମୁଖରେ ବଡ଼ ଦାବି କରିଛନ୍ତି। ସମସ୍ତ ଟିମ୍ର ଦାବି ମୁତାବକ, ପ୍ରତି ୫ ବର୍ଷରେ ଥରେ ମେଗା ଅକ୍ସନ କରାଯିବା ଉଚିତ। ମେଗା ଅକ୍ସନ ପୂର୍ବରୁ ୪ ନଚେତ ୬ […] The post ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା ! appeared first on Dharitri Odia News.
ନୂଆଦିଲ୍ଲୀ,୨୪।୭: ଆଇପିଏଲ୍ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ ହେବାକୁ ଯାଉଛି। ଏମିତିରେ ସମସ୍ତ ୧୦ ଟିମ୍ ପୁଣିଥରେ ନୂଆ ରୂପରେ ନଜର ଆସିବାକୁ ଥିବା ବେଳେ ବିସିସିଆଇ ସମ୍ମୁଖରେ ବଡ଼ ଦାବି କରିଛନ୍ତି।
ସମସ୍ତ ଟିମ୍ର ଦାବି ମୁତାବକ, ପ୍ରତି ୫ ବର୍ଷରେ ଥରେ ମେଗା ଅକ୍ସନ କରାଯିବା ଉଚିତ। ମେଗା ଅକ୍ସନ ପୂର୍ବରୁ ୪ ନଚେତ ୬ ଖେଳାଳିଙ୍କୁ ରିଟେନ କରିବାର ଅନୁମତି ମିଳିବା ଆବଶ୍ୟକ। ସେହିଭଳି ତୃତୀୟ ଦାବିରେ ୮ ଖେଳାଳିଙ୍କୁ ଦଳରେ ସାମିଲ କରିବା ଲାଗି ଆର୍ଟିଏମ୍(ରାଇଟ୍ ଟୁ ମ୍ୟାଚ୍) ବିକଳ୍ପ ମିଳିବା ଆବଶ୍ୟକ ବୋଲି କୁହାଯାଇଛି।
୫ ବର୍ଷରେ ମେଗା ଅକ୍ସନ ହେଲେ ଟିମ୍ଗୁଡ଼ିକୁ ଯୁବ କ୍ରିକେଟର ଖୋଜିବାକୁ ସମୟ ମିଳିବ। ଏହାଛଡ଼ା ଖେଳାଳିଙ୍କ ଉପରେ କରାଯାଇଥିବା ନିବେଶର ଲାଭ ଟିମ୍ ପାଇବେ। କାରଣ ବର୍ତ୍ତମାନ ସରେ ୩ ବର୍ଷ ଧରି ଖେଳାଳିଙ୍କୁ ପ୍ରସ୍ତୁତ କରିବା ପରେ ଅନ୍ୟ ଦଳକୁ ଚାଲିଯିବାର ଭୟ ଫ୍ରାଞ୍ଚାଇଜମାନଙ୍କ ପାଖରେ ରହିଛି।
ଦଳଗୁଡ଼ିକ ରାଇଟ୍ ଟୁ ମ୍ୟାଚ୍ ବିକଳ୍ପ ଚାହୁଁଛନ୍ତି। ଏହାଦ୍ୱାରା ଖେଳାଳିଙ୍କ ମାର୍କେଟ ପ୍ରାଇସ୍ ଉପରେ ତାଙ୍କୁ ରିଟେନ କରି ଦଳରେ ରଖିହେବ। ଏମିତିରେ ଖେଳାଳିଙ୍କୁ କ୍ଷତି ନ ହେବା ସହ ଦୀର୍ଘ ସମୟ ଧରି ସେମାନେ କୋର୍ ଟିମ୍ରେ ବଜାୟ ରହିପାରିବେ ବୋଲି କୁହାଯାଉଛି।
The post ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା ! appeared first on Dharitri Odia News.