କାତ୍ୟାୟନୀ ବେଶରେ ମା’ ସମଲେଶ୍ବରୀ: ଜାଣନ୍ତୁ କେମିତି ମାନସିକ ପୂରଣ ସହିତ ପାଇବେ ଶୁଭଫଳ
ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ମଙ୍ଗଳବାର ମା’ ସମଲେଶ୍ବରୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା ସମଲେଶ୍ବରୀଙ୍କୁ ଏହି ବେଶରେ ଦର୍ଶନ କଲେ ମାନସିକ ପୂରଣ ସହିତ ଶୁଭଫଳ ପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଫଳରେ ଭକ୍ତମାନେ ଫୁଲ, ଧୂପ, ଦୀପ ଧରି ମନ୍ଦିରକୁ ଆସିଛନ୍ତି […] The post କାତ୍ୟାୟନୀ ବେଶରେ ମା’ ସମଲେଶ୍ବରୀ: ଜାଣନ୍ତୁ କେମିତି ମାନସିକ ପୂରଣ ସହିତ ପାଇବେ ଶୁଭଫଳ appeared first on Dharitri Odia News.
ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ମଙ୍ଗଳବାର ମା’ ସମଲେଶ୍ବରୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା ସମଲେଶ୍ବରୀଙ୍କୁ ଏହି ବେଶରେ ଦର୍ଶନ କଲେ ମାନସିକ ପୂରଣ ସହିତ ଶୁଭଫଳ ପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଫଳରେ ଭକ୍ତମାନେ ଫୁଲ, ଧୂପ, ଦୀପ ଧରି ମନ୍ଦିରକୁ ଆସିଛନ୍ତି ଏବଂ ଦେବୀଙ୍କ ଦର୍ଶନ କରୁଛନ୍ତି। ଭକ୍ତଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ସବୁ ପ୍ରକାର ସୁବ୍ୟବସ୍ଥା କରାଯାଇ ଥିବାବେଳେ ସାଜସଜ୍ଜା ଏବଂ ଭକ୍ତଙ୍କ ଅଖଣ୍ଡ ଦୀପରେ ମନ୍ଦିର ଝଲସି ଉଠୁଛି।
The post କାତ୍ୟାୟନୀ ବେଶରେ ମା’ ସମଲେଶ୍ବରୀ: ଜାଣନ୍ତୁ କେମିତି ମାନସିକ ପୂରଣ ସହିତ ପାଇବେ ଶୁଭଫଳ appeared first on Dharitri Odia News.