ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଲେ ୫ ଛାତ୍ର: ଆଉ ତାପରେ
ବାରକୋଟ,୧୯।୧: ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମତାବକ, ଖେଳୁଥିବା ବେଳେ ୫ଜଣ ଛାତ୍ର ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଇଥିଲେ। ଏହାର କିଛି ସମୟ ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କେତେଜଣ ଛାତ୍ରଙ୍କ ପେଟ କାଟିବା ସହ […] The post ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଲେ ୫ ଛାତ୍ର: ଆଉ ତାପରେ appeared first on Dharitri Odia News.
ବାରକୋଟ,୧୯।୧: ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମତାବକ, ଖେଳୁଥିବା ବେଳେ ୫ଜଣ ଛାତ୍ର ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଇଥିଲେ। ଏହାର କିଛି ସମୟ ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କେତେଜଣ ଛାତ୍ରଙ୍କ ପେଟ କାଟିବା ସହ ବାନ୍ତି ହୋଇଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ପରିବାର ଲୋକେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭତ୍ତି କରିଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଚାଳିଥିବା ଜଣାପଡିଛି।
The post ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଲେ ୫ ଛାତ୍ର: ଆଉ ତାପରେ appeared first on Dharitri Odia News.