ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର
ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ କୁହାଯାଇଛି ଯେ, ଧନ ହିଁ ବ୍ୟକ୍ତିର ପ୍ରକୃତ ମିତ୍ର। ଏଣୁ ସର୍ବଦା ଧନ ସଞ୍ଚୟ କରିବା ଆବଶ୍ୟକ। ଏହି ଧନ ସେତେବେଳେ କାମରେ ଆସେ, ଯେତେବେଳେ ସମସ୍ତେ ଆପଣଙ୍କଠାରୁ ଅଲଗା ହୋଇଯିବେ। ଏଣୁ ଯଦି ଜୀବନରେ କେବେ ବି ଧନକୁ ନେଇ ଅସୁବିଧାରେ ପଡ଼ିବାକୁ […] The post ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର appeared first on Dharitri Odia News.
ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ କୁହାଯାଇଛି ଯେ, ଧନ ହିଁ ବ୍ୟକ୍ତିର ପ୍ରକୃତ ମିତ୍ର। ଏଣୁ ସର୍ବଦା ଧନ ସଞ୍ଚୟ କରିବା ଆବଶ୍ୟକ। ଏହି ଧନ ସେତେବେଳେ କାମରେ ଆସେ, ଯେତେବେଳେ ସମସ୍ତେ ଆପଣଙ୍କଠାରୁ ଅଲଗା ହୋଇଯିବେ। ଏଣୁ ଯଦି ଜୀବନରେ କେବେ ବି ଧନକୁ ନେଇ ଅସୁବିଧାରେ ପଡ଼ିବାକୁ ଚାହାନ୍ତି ନାହିଁ ଏବଂ ଆପଣ ଧନୀ ହୁଅନ୍ତୁ, ତେବେ ଚାଣକ୍ୟ କହିଥିବା ଏସବୁ କଥାକୁ ସର୍ବଦା ମନେ ରଖନ୍ତୁ। ଶାସ୍ତ୍ର, ପୁରାଣ, ଗ୍ରନ୍ଥ ସହିତ ଚାଣକ୍ୟ ନୀତିରେ ଧନର ବିଶେଷ ମହତ୍ୱ ବିଷୟରେ କୁହାଯାଇଛି।
-ଚାଣକ୍ୟ କହିଛନ୍ତି ଧନର ରକ୍ଷା କରିବା ଲାଗି ରୋଜଗାରକୁ ଖର୍ଚ୍ଚ କରିବା ଉଚିତ। ଖର୍ଚ୍ଚର ଅର୍ଥ ଦାନ ଧର୍ମରେ। କାରଣ ଦାନ କରିବା ଦ୍ୱାରା ଧନ କମ୍ ହୁଏ ନାହିଁ, ବରଂ ଦୁଇଗୁଣା ହୋଇଥାଏ। ଏହାଛଡ଼ା ସଞ୍ଚୟ କରିବା ମଧ୍ୟ ଆବଶ୍ୟକ। ଫଳରେ ଭବିଷ୍ୟତରେ କେବେ କାହା ଆଗରେ ହାତପାତିବାକୁ ପଡ଼ି ନ ଥାଏ।
-ନୈତିକତା ଏବଂ ଭଲ କର୍ମରେ ଆୟ କରିଥିବା ଧନ ଦୀର୍ଘଦିନ ଧରି ମଣିଷ ସହ ରହିଥାଏ। ଆମଦାନୀ କମ୍ ହେଲେ ବି ଯଦି ପରିଶ୍ରମ କରିଥିବେ ତେବେ ଏହାର ଫଳ ନିଜ ସହ ପରିବାକୁ ମଧ୍ୟ ମିଳିଥାଏ। ଏଣୁ ପରିଶ୍ରମ ସହ ସୁଖଶାନ୍ତି ମଧ୍ୟ ବହୁତ ଜରୁରୀ। ଯେମିତି ମିଛର ବୟସ ଲମ୍ବା ନୁହେଁ। ସେମିତି ଅନୈତିକ ଉପାୟରେ କରିଥିବା ରୋଜଗାର ପାଖରେ ରୁହେ ନାହିଁ। ଏହାପରେ ସେ ନିଜେ ବୁଡ଼ି ଯାଇଥାନ୍ତି, ଏପରିକି ପରିବାର ମଧ୍ୟ ବାଦ୍ ପଡ଼ନ୍ତି ନାହିଁ। ଏଣୁ ସର୍ବଦା ପରିଶ୍ରମ ଏବଂ ସଚ୍ଚୋଟତା ସହ ରୋଜଗାର କରନ୍ତୁ।
-ଧନର ଦେବୀ ମହାଲକ୍ଷ୍ମୀ ଚଞ୍ଚଳା। ଏଣୁ ଯିଏ ବି ଧନର ଅହଂଙ୍କାର କରନ୍ତି ସେ କାଙ୍ଗାଳ ହୋଇଯାଇଥାନ୍ତି। ଏପରି କୁହାଯାଏ ଯେ ସଂସ୍କାରରୁ ସବୁକିଛି ଜିତିହୁଏ। ହେଲେ ଅହଙ୍କାରରୁ ଜିତିଥିବା ଧନ ମଧ୍ୟ ହାତରୁ ଚାଲିଯାଏ। ଏଣୁ ଧନର ସମ୍ମାନ କଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ।
-ଭୁଲ ଉପାୟରେ ଅର୍ଜିତ ଧନ ପାଖରେ ରହି ନଥାଏ। ଦିନ ଆସେ ତାହା ଅଡୁଆରେ ପକାଇଥାଏ। ଏଣୁ ଦୀର୍ଘ ସମୟ ଧରି କେବଳ ପରିଶ୍ରମର ଟଙ୍କା ପାଖରେ ରହିଥାଏ।
The post ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର appeared first on Dharitri Odia News.