ବିବାହକୁ ୫ ମାସ ପୁରିନି, ଚିକିତ୍ସା କରାଇବାକୁ ବିଦେଶ ଯିବେ ରାଘବ ଚଡ୍ଡା
ନୂଆଦିଲ୍ଲୀ ୧୭।୩: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ସ୍ୱାମୀ ତଥା ଆମଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଡ୍ଡା ତାଙ୍କର ଚିକିତ୍ସା କରାଇବା ପାଇଁ ଖୁବ୍ ଶୀଘ୍ର ବିଦେଶ ଯିବେ। ଏହି ଖବର ତାଙ୍କ ପାର୍ଟି ସୂତ୍ରରୁ ଆସୁଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ ସେ ଚିକିତ୍ସା ନିମନ୍ତେ ୟୁକେ ଯିବେ। ଆପ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଆଖିର ରେଟିନା ଡିଟେଚମେଣ୍ଟ ରୋକିବା ଲାଗି ବ୍ରିଟେନରେ ଭିଟ୍ରୋକ୍ଟୋମୀ ସର୍ଜରୀ କରାଇବେ। ଏଥିରେ ରୋଗୀର ରେଟିନାରେ ଛୋଟଛୋଟ ଛିଦ୍ର ହୋଇଯାଇଥାଏ ଓ ଏହି ସ୍ଥିତି ଆଖି ନିମନ୍ତେ ବିପଦଜନକ ହୋଇଥାଏ। ଏଥିରୁ ବର୍ତ୍ତିବା ଲାଗି ତୁରନ୍ତ ଚିକିତ୍ସା କରାଇବା ଜରୁରି। ଯଦି ରେଟିନା ଡିଟେଚମେଣ୍ଟ ହୁଏ ତେବେ ଆଖିର ପଛପଟେ ଥିବା ସମ୍ବେଦନଶୀଳ ଟିସ୍ୟୁ ସ୍ୱଭାବିକସ୍ଥିତିରୁ ଅଲଗା ହୋଇଯାଇଥାଏ। ଯେଉଁଥି ପାଇଁ ଆଖିର ଜ୍ୟୋତି ଚାଲିଯିବାର ମଧ୍ୟ ଅନେକ ସମ୍ଭାବନା ଥାଏ। ଏଣୁ ତୁରନ୍ତ ଚିକିତ୍ସା କରା ନଗଲେ ରେଟିନାରେ ଛୋଟିଆ ଛିଦ୍ର ବଢିବାରେ ଲାଗିଥାଏ। ଯେଉଁଥି ପାଇଁ ଦୃଷ୍ଟି ଶକ୍ତି ହ୍ରାସ ପାଇବା ଅଥବା ଅନ୍ଧତ୍ୱ ଆସିଯାଇ ପାରେ। ପାର୍ଟି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଚଡ୍ଡାଙ୍କୁ ଏହି ଅପରେସନ ବ୍ରିଟେନରେ ଜଣେ ବରିଷ୍ଠ ଡାକ୍ତରଙ୍କ ମାର୍ଗଦର୍ଶନରେ କରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ଚଡ୍ଡାଙ୍କ ଆଖି ସ୍ୱଭାବିକ୍ ଥିବା ଓ ତାଙ୍କୁ ଠିକ୍ ଦେଖାଯାଉଥିବା କୁହାଯାଇଛି। ପରିଣିତୀ ଓ ରାଘବ ସେପ୍ଟେମ୍ବର ୨୪ ତା
ନୂଆଦିଲ୍ଲୀ ୧୭।୩: ବଲିଉଡ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ସ୍ୱାମୀ ତଥା ଆମଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଡ୍ଡା ତାଙ୍କର ଚିକିତ୍ସା କରାଇବା ପାଇଁ ଖୁବ୍ ଶୀଘ୍ର ବିଦେଶ ଯିବେ। ଏହି ଖବର ତାଙ୍କ ପାର୍ଟି ସୂତ୍ରରୁ ଆସୁଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ ସେ ଚିକିତ୍ସା ନିମନ୍ତେ ୟୁକେ ଯିବେ। ଆପ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଆଖିର ରେଟିନା ଡିଟେଚମେଣ୍ଟ ରୋକିବା ଲାଗି ବ୍ରିଟେନରେ ଭିଟ୍ରୋକ୍ଟୋମୀ ସର୍ଜରୀ କରାଇବେ। ଏଥିରେ ରୋଗୀର ରେଟିନାରେ ଛୋଟଛୋଟ ଛିଦ୍ର ହୋଇଯାଇଥାଏ ଓ ଏହି ସ୍ଥିତି ଆଖି ନିମନ୍ତେ ବିପଦଜନକ ହୋଇଥାଏ। ଏଥିରୁ ବର୍ତ୍ତିବା ଲାଗି ତୁରନ୍ତ ଚିକିତ୍ସା କରାଇବା ଜରୁରି।

ଯଦି ରେଟିନା ଡିଟେଚମେଣ୍ଟ ହୁଏ ତେବେ ଆଖିର ପଛପଟେ ଥିବା ସମ୍ବେଦନଶୀଳ ଟିସ୍ୟୁ ସ୍ୱଭାବିକସ୍ଥିତିରୁ ଅଲଗା ହୋଇଯାଇଥାଏ। ଯେଉଁଥି ପାଇଁ ଆଖିର ଜ୍ୟୋତି ଚାଲିଯିବାର ମଧ୍ୟ ଅନେକ ସମ୍ଭାବନା ଥାଏ। ଏଣୁ ତୁରନ୍ତ ଚିକିତ୍ସା କରା ନଗଲେ ରେଟିନାରେ ଛୋଟିଆ ଛିଦ୍ର ବଢିବାରେ ଲାଗିଥାଏ। ଯେଉଁଥି ପାଇଁ ଦୃଷ୍ଟି ଶକ୍ତି ହ୍ରାସ ପାଇବା ଅଥବା ଅନ୍ଧତ୍ୱ ଆସିଯାଇ ପାରେ। ପାର୍ଟି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଚଡ୍ଡାଙ୍କୁ ଏହି ଅପରେସନ ବ୍ରିଟେନରେ ଜଣେ ବରିଷ୍ଠ ଡାକ୍ତରଙ୍କ ମାର୍ଗଦର୍ଶନରେ କରିବାକୁ କୁହାଯାଇଛି।

ତେବେ ବର୍ତ୍ତମାନ ଚଡ୍ଡାଙ୍କ ଆଖି ସ୍ୱଭାବିକ୍ ଥିବା ଓ ତାଙ୍କୁ ଠିକ୍ ଦେଖାଯାଉଥିବା କୁହାଯାଇଛି। ପରିଣିତୀ ଓ ରାଘବ ସେପ୍ଟେମ୍ବର ୨୪ ତାରିଖରେ ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ ହୋଟେଲରେ ନିକଟସମ୍ପର୍କୀୟ ବନ୍ଧୁ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହକୁ ଏବେ ମାତ୍ର ୫ ମାସ ପୁରିଛି। ଏଥିରେ ରାଘବ ଆଖି ସମସ୍ୟାରେ ପୀଡ଼ିତ ହୋଇଛନ୍ତି।