ହୀରାକୁଦ୍ରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି, ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି
ସମ୍ବଲପୁର ୨୮।୦୭ : ଖୋଲିଲା ହୀରାକୁଦ ଆଉ ୬ଟି ଗେଟ୍ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ୱରୁ ୧୪ଟି ଗେଟ୍ ଖୋଲା ହୋଇଥିବା ଡାହାଣ ପଟରୁ ୬ଟି ଗେଟ୍ ଦେଇ ବନ୍ୟା ଜଳ ବାହାରକୁ ବାହାରୁଛି । ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଖୋଲାଯାଇଥିଲା ହୀରାକୁଦ ଜଳଭଣ୍ଡାରର ପ୍ରଥମ ଗେଟ୍ । ୭ ନମ୍ବର ସ୍ଲୁସ୍ ଗେଟ୍ ଦେଇ ଜଳ ନିଷ୍କାସନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି ଗେଟ୍ ଖୋଲିଥିଲା । ତିନୋଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍ପାସନ ଜାରି ରହିଛି । ପ୍ରତି ସେକେଣ୍ଡ ପିଛା ଜଳଭଣ୍ଡାରକୁ ୨ ଲକ୍ଷ ୯୪ ହଜାର ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ୬୧୬ ଫୁଟ୍ରୁ ଅଧିକ ରହିଥିବା ସୂଚନା ମିଳିଛି ।
ସମ୍ବଲପୁର ୨୮।୦୭ : ଖୋଲିଲା ହୀରାକୁଦ ଆଉ ୬ଟି ଗେଟ୍ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ୱରୁ ୧୪ଟି ଗେଟ୍ ଖୋଲା ହୋଇଥିବା ଡାହାଣ ପଟରୁ ୬ଟି ଗେଟ୍ ଦେଇ ବନ୍ୟା ଜଳ ବାହାରକୁ ବାହାରୁଛି ।
ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଖୋଲାଯାଇଥିଲା ହୀରାକୁଦ ଜଳଭଣ୍ଡାରର ପ୍ରଥମ ଗେଟ୍ । ୭ ନମ୍ବର ସ୍ଲୁସ୍ ଗେଟ୍ ଦେଇ ଜଳ ନିଷ୍କାସନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆହୁରି ଗେଟ୍ ଖୋଲିଥିଲା । ତିନୋଟି ପର୍ଯ୍ୟାୟରେ ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍ପାସନ ଜାରି ରହିଛି । ପ୍ରତି ସେକେଣ୍ଡ ପିଛା ଜଳଭଣ୍ଡାରକୁ ୨ ଲକ୍ଷ ୯୪ ହଜାର ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ୬୧୬ ଫୁଟ୍ରୁ ଅଧିକ ରହିଥିବା ସୂଚନା ମିଳିଛି ।