ପେପର ସ୍ପ୍ରେ ମାରାତ୍ମକ ହତିଆର, କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ପେପର ସ୍ପ୍ରେକୁ ଏକ ମାରାତ୍ମକ ହତିଆର ବୋଲି କହିଛନ୍ତି । କୋର୍ଟ କୃଷ୍ଣେୟା ଚେଟ୍ଟୀ ଆଣ୍ଡ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସି.ଗଣେଶ ନାରାୟଣ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ଅପରାଧିକ ମାମଲାକୁ ରଦ୍ଦ କରିବାକୁ ମନା କରି ଦେଇଛନ୍ତି । କମ୍ପାନିର ଜଣେ କର୍ମଚାରୀ ଦମ୍ପତିଙ୍କ ବିରୋଧରେ ତାଙ୍କ ପେପର ସ୍ପ୍ରେ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି । ଏହାସହ ଅନ୍ୟ ସୁରକ୍ଷାକର୍ମୀଙ୍କ ସହ ମିଶି ଆବେଦନକାରୀଙ୍କ ସମ୍ପତ୍ତିରେ ହସ୍ତକ୍ଷେପ ଉଦ୍ୟମ କରୁଥିବା ଅଭିଯୋଗ ରହିଛି ।ସୂଚନା ଅନୁସାରେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା । ଏହା ପରେ ସି.ଗଣେଶଙ୍କ ପତ୍ନୀ ବିଦ୍ୟା ନଟରାଜ ପେପର ସ୍ପ୍ରେ ପକାଇଥିଲେ । ପୀଡ଼ିତ ରଣଦୀପ ଦାସ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସି.ଗଣେଶ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଆବେଦନକାରୀ କୋର୍ଟରେ କହିଥିଲେ ଯେ ଆତ୍ମରକ୍ଷା ପାଇଁ ପେପର ସ୍ପ୍ରେକୁ ପ୍ରୟୋଗ କରିଥିଲେ । କୋର୍ଟ କହିଛନ୍ତି, ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ସେ କହିଛନ୍ତି, ଆଇପିସିର ଧାରା ୩୨୪ ଅନୁସାରେ ଯଦି କେହି ଜାଣିଶୁଣି କୌଣସି ଜରିଆରେ ତାହା ସୁଟିଂ, ଷ୍ଟାବିଂ କିମ୍ୱା ଅନ୍ୟ ହତିଆରରେ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରନ୍ତି, ତେବେ ତାହା ଅପରାଧ ଅଟେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପେପର ସ୍ପ୍ରେ ଏକ ମାରାତ୍ମକ

ପେପର ସ୍ପ୍ରେ ମାରାତ୍ମକ ହତିଆର, କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ପେପର ସ୍ପ୍ରେକୁ ଏକ ମାରାତ୍ମକ ହତିଆର ବୋଲି କହିଛନ୍ତି । କୋର୍ଟ କୃଷ୍ଣେୟା ଚେଟ୍ଟୀ ଆଣ୍ଡ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସି.ଗଣେଶ ନାରାୟଣ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ଅପରାଧିକ ମାମଲାକୁ ରଦ୍ଦ କରିବାକୁ ମନା କରି ଦେଇଛନ୍ତି । କମ୍ପାନିର ଜଣେ କର୍ମଚାରୀ ଦମ୍ପତିଙ୍କ ବିରୋଧରେ ତାଙ୍କ ପେପର ସ୍ପ୍ରେ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି । ଏହାସହ ଅନ୍ୟ ସୁରକ୍ଷାକର୍ମୀଙ୍କ ସହ ମିଶି ଆବେଦନକାରୀଙ୍କ ସମ୍ପତ୍ତିରେ ହସ୍ତକ୍ଷେପ ଉଦ୍ୟମ କରୁଥିବା ଅଭିଯୋଗ ରହିଛି ।

ସୂଚନା ଅନୁସାରେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା । ଏହା ପରେ ସି.ଗଣେଶଙ୍କ ପତ୍ନୀ ବିଦ୍ୟା ନଟରାଜ ପେପର ସ୍ପ୍ରେ ପକାଇଥିଲେ । ପୀଡ଼ିତ ରଣଦୀପ ଦାସ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସି.ଗଣେଶ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଆବେଦନକାରୀ କୋର୍ଟରେ କହିଥିଲେ ଯେ ଆତ୍ମରକ୍ଷା ପାଇଁ ପେପର ସ୍ପ୍ରେକୁ ପ୍ରୟୋଗ କରିଥିଲେ । 

କୋର୍ଟ କହିଛନ୍ତି, ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ସେ କହିଛନ୍ତି, ଆଇପିସିର ଧାରା ୩୨୪ ଅନୁସାରେ ଯଦି କେହି ଜାଣିଶୁଣି କୌଣସି ଜରିଆରେ ତାହା ସୁଟିଂ, ଷ୍ଟାବିଂ କିମ୍ୱା ଅନ୍ୟ ହତିଆରରେ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରନ୍ତି, ତେବେ ତାହା ଅପରାଧ ଅଟେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପେପର ସ୍ପ୍ରେ ଏକ ମାରାତ୍ମକ ହତିଆର ଅଟେ ।

କୋର୍ଟ ଆମେରିକାରର ଏକ କୋର୍ଟ ରାୟ କଥା ଉଲ୍ଲେଖ କରି କହିଥିଲେ ଯେ ୨୦୧୮ରେ ଏକ ମାମଲାରେ ପେପର ସ୍ପ୍ରେ ଅତ୍ୟନ୍ତ ମାରାତ୍ମକ ହତିଆର ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ ଏକ ଆଦେଶର ଉଦାହରଣ ଦେଇ ଜଷ୍ଟିସ୍ ନାଗାପ୍ରସନ୍ନ ଆତ୍ମରକ୍ଷା କଥାକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ବିଦ୍ୟାଙ୍କ ଜୀବନରେ ଏପରି କୌଣସି ବିପଦ ନଥିଲା, ଏହା ସତ୍ତ୍ୱେ ସେ ପେପର ସ୍ପ୍ରେକୁ ବ୍ୟବହାର କରିଥିଲେ । ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ବିସ୍ତୃତ ତଦନ୍ତର ଆବଶ୍ୟକତା ଅଛି ।