ଆରେ ଏ ତ ପାଣି ଦେବାକୁ ଆସେ...ମ୍ୟାଚ୍ ମଝିରେ ଖେଳାଳିଙ୍କୁ ବେଜ୍ଜିତ୍ କଲେ ବିରାଟ

ମୁମ୍ୱାଇ ୩୦/୦୫: ଚେଜ୍ ମାଷ୍ଟର ବିରାଟ କୋହଲି । ଏବେ ସେ ଆରସିବିର ସୁପର ପାଓ୍ୱାର । ବିଶ୍ବ କ୍ରିକେଟର କିମ୍ବଦନ୍ତୀ ବିରାଟ କୋହଲି। ସମଗ୍ର ବିଶ୍ବରେ କୋହଲିଙ୍କ ଫ୍ୟାନ ଫଲୋଅର୍ସ ଢେର୍ । ତେବେ ଗୁରୁବାର ପ୍ରଥମ ଦଳ ଭାବେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଖାସ୍ କରି ସବୁ ଆରିିସିବିୟାନଙ୍କ ପାଇଁ ଖୁସିର କଥା ୯ ବର୍ଷ ପରେ ଦଳ ଫାଇନାଲକୁ ଏଣ୍ଟ୍ରି କରିଛି । ହେଲେ ଟିମ୍ ସିନା ଜବରଦସ୍ତ ଖେଳିଛି, ହେଲେ ମ୍ୟାଚ୍‌ରେ ଜବରଦସ୍ତ ଟ୍ରୋଲ ହୋଇଛନ୍ତି ବିରାଟ କୋହଲି । ଖାସ୍ କରି ତାଙ୍କ ଆଚରଣକୁ ନେଇ ଖପ୍ପା ଫ୍ୟାନ୍ସ । ମ୍ୟାଚ୍ ପରେ ଟ୍ରୋଲିଂର ଶିକାର ହେବାକୁ ପଡିଛି ବିରାଟଙ୍କୁ । କାରଣ ଜଣେ ଭାରତୀୟ ଯୁବ ଖେଳାଳିଙ୍କୁ ସ୍ଲେଜ କରି ସେ ଏବେ ଚର୍ଚ୍ଚାରେ । ସୂଚନା ଥାଉକି, ଭାରତୀୟ ଟେଷ୍ଟ କ୍ରିକେଟର ସର୍ଫରାଜ ଖାନଙ୍କ ଭାଇ ମୁଶିର ଖାନ ଗୁରୁବାର ପଞ୍ଜାବ ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟରେ କୋହଲି ତାଙ୍କୁ ସ୍ଲେଜ କରିଥିଲେ। କିଛି ଏମିତି କହିଥିଲେ ଯାହାକୁ ନେଇ ସମାଲୋଚନାର ଶିକାର ହେବାକୁ ପଡିଛି । କାରଣ ମ୍ୟାଚ୍ ବେଳେ କୋହଲି ତାଙ୍କୁ ସ୍ଲେଜ କରିଥିଲେ।"Pani Pilata Hai..." Virat Kohli making fun of 20 year old #PunjabKings player #MusheerkhanThis looks really saddening when a 20 year old is on the field batting against #RCB and being a

ଆରେ ଏ ତ ପାଣି ଦେବାକୁ ଆସେ...ମ୍ୟାଚ୍ ମଝିରେ ଖେଳାଳିଙ୍କୁ ବେଜ୍ଜିତ୍ କଲେ ବିରାଟ

ମୁମ୍ୱାଇ ୩୦/୦୫: ଚେଜ୍ ମାଷ୍ଟର ବିରାଟ କୋହଲି । ଏବେ ସେ ଆରସିବିର ସୁପର ପାଓ୍ୱାର । ବିଶ୍ବ କ୍ରିକେଟର କିମ୍ବଦନ୍ତୀ ବିରାଟ କୋହଲି। ସମଗ୍ର ବିଶ୍ବରେ କୋହଲିଙ୍କ ଫ୍ୟାନ ଫଲୋଅର୍ସ ଢେର୍ । ତେବେ ଗୁରୁବାର ପ୍ରଥମ ଦଳ ଭାବେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। 

ଖାସ୍ କରି ସବୁ ଆରିିସିବିୟାନଙ୍କ ପାଇଁ ଖୁସିର କଥା ୯ ବର୍ଷ ପରେ ଦଳ ଫାଇନାଲକୁ ଏଣ୍ଟ୍ରି କରିଛି । ହେଲେ ଟିମ୍ ସିନା ଜବରଦସ୍ତ ଖେଳିଛି, ହେଲେ ମ୍ୟାଚ୍‌ରେ ଜବରଦସ୍ତ ଟ୍ରୋଲ ହୋଇଛନ୍ତି ବିରାଟ କୋହଲି । ଖାସ୍ କରି ତାଙ୍କ ଆଚରଣକୁ ନେଇ ଖପ୍ପା ଫ୍ୟାନ୍ସ । ମ୍ୟାଚ୍ ପରେ ଟ୍ରୋଲିଂର ଶିକାର ହେବାକୁ ପଡିଛି ବିରାଟଙ୍କୁ । କାରଣ ଜଣେ ଭାରତୀୟ ଯୁବ ଖେଳାଳିଙ୍କୁ ସ୍ଲେଜ କରି ସେ ଏବେ ଚର୍ଚ୍ଚାରେ । 

ସୂଚନା ଥାଉକି, ଭାରତୀୟ ଟେଷ୍ଟ କ୍ରିକେଟର ସର୍ଫରାଜ ଖାନଙ୍କ ଭାଇ ମୁଶିର ଖାନ ଗୁରୁବାର ପଞ୍ଜାବ ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟରେ କୋହଲି ତାଙ୍କୁ ସ୍ଲେଜ କରିଥିଲେ। କିଛି ଏମିତି କହିଥିଲେ ଯାହାକୁ ନେଇ ସମାଲୋଚନାର ଶିକାର ହେବାକୁ ପଡିଛି । କାରଣ ମ୍ୟାଚ୍ ବେଳେ କୋହଲି ତାଙ୍କୁ ସ୍ଲେଜ କରିଥିଲେ।


ମୁଲ୍ଲାନପୁରର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ପ୍ରାରମ୍ଭିକ ଏକାଦଶରେ ସାମିଲ ନ ଥିଲେ ମୁଶିର। ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୮ ଓଭର ମଧ୍ୟରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିଲା। ଏହ ସମୟରେ ପ୍ରଭସିମରନ ସିଂଙ୍କ ସ୍ଥାନରେ ବିକଳ୍ପ ଖେଳାଳି ଭାବେ କ୍ରିଜକୁ ଆସିଥିଲେ ମୁଶିର ଖାନ। ଯୁବ ଖେଳାଳି ମୁଶିର କ୍ରିଜକୁ ଆସିବା କ୍ଷଣି ପ୍ରଥମ ସ୍ଲିପରେ ଥିବା ବିରାଟ କୋହଲି ଟ୍ରୋଲ କରିଥିଲେ।

କାରଣ ବ୍ୟାଟିଂ କରିବାକୁ ଆସିବାର ଠିକ ପୂର୍ବରୁ ମୁଶିର ୱାଟର ବୟ ଭାବେ ଗ୍ରାଉଣ୍ଡକୁ ପାଣି ନେଇ ଆସିଥିଲେ। ଏହାକୁ ନେଇ କୋହଲି ତାଙ୍କୁ ସ୍ଲେଜ କରିଥିଲେ। କୋହଲି କହିଥିଲେ ଆରେ ଇଏ ତ ଏବେ ପାଣି ପିଆଉଥିଲା..ଏପରି କହିବା ସହିତ କୋହଲି ଜୋରରେ ହସିଥିଲେ। ତେବେ ମୁଶିର ବ୍ୟାଟ ଜରିଆରେ ବିଶେଷ କିଛି କରିବାରେ ସଫଳ ହୋଇ ନ ଥିଲେ। ମାତ୍ର ୩ ବଲ ଖେଳି ଖାତା ଖୋଲିବା ଆଗରୁ ସେ ପ୍ୟାଭିଲିଅନ ଫେରିଥିଲେ। 

ସେପଟେ ଘଟଣାର ଭିଡିଓ ଭାଇରାଲ ହେବା ପରେ କୋହଲିଙ୍କୁ ଟ୍ରୋଲିଂର ସାମ୍ନା କରିବାକୁ ପଡିଥିଲା। ଜଣେ ଭାରତୀୟ ଖେଳାଳି ଯିଏ ତୁମକୁ ନିଜର ଆଦର୍ଶ ମନେ କରେ ତାଙ୍କୁ ଏଭଳି ଟ୍ରୋଲ କରିବା ଠିକ ନୁହେଁ ବୋଲି ଜଣେ ୟୁଜର ଲେଖିଥିଲେ। କୋହଲିଙ୍କ ପରି କିମ୍ବଦନ୍ତୀଙ୍କ ପକ୍ଷରେ ଏଭଳି କରିବା ଠିକ ନୁହେଁ ବୋଲି ଆଉ ଜଣେ ୟୁଜର ଲେଖିଥିଲେ। ତେବେ ଆଉଜଣେ ୟୁଜର କୋହଲିଙ୍କ ସମର୍ଥନରେ ବାହାରିଥିଲେ। ମଜାକରେ କୋହଲି କହିଥିବା ବେଳେ ଏହାକୁ ନେଇ ଇସ୍ୟୁ କରିବା ଠିକ ନୁହେଁ ବୋଲି ଆଉ ଜଣେ ୟୁଜର ଲେଖିଥିଲେ।