ବାପାଙ୍କ ସହ ବୁଲିବାକୁ ଆସିଥିବା ବେଳେ ଶିଶୁପୁତ୍ର ଅପହରଣ: ୧୨ଦିନ ପରେ ହାଇଦ୍ରାବାଦରୁ…
ନୂଆପଡ଼ା,୧୧।୧୦: ବାପାଙ୍କ ସହ ବଲାଙ୍ଗୀର ବୁଲିବାକୁ ଆସିଥିବା ବେଳେ ଗତ ୨୯ ତାରିଖରେ ଜଣେ ଶିଶୁପୁତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଦୀର୍ଘ ୧୨ଦିନ ପରେ ହାଇଦ୍ରାବାଦରୁ ଅପହୃତ ଶିଶୁପୁତ୍ରଙ୍କୁ ପୋଲିସ ଉଦ୍ଧାର କରିବା ସହ ୨ଜଣ ଅଭିଯକ୍ତଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଗତ ୨୯ ତାରିଖରେ ବାପାଙ୍କ ସହ ଶିଶୁ ପୁତ୍ର ବଲାଙ୍ଗୀର ବୁଲିବାକୁ ଆସିଥିଲେ। ହେଲେ ଶିଶୁପୁତ୍ରଙ୍କୁ କେହି ଜଣେ ଅପହରଣ କରି ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ […] The post ବାପାଙ୍କ ସହ ବୁଲିବାକୁ ଆସିଥିବା ବେଳେ ଶିଶୁପୁତ୍ର ଅପହରଣ: ୧୨ଦିନ ପରେ ହାଇଦ୍ରାବାଦରୁ… appeared first on Dharitri Odia News.
ନୂଆପଡ଼ା,୧୧।୧୦: ବାପାଙ୍କ ସହ ବଲାଙ୍ଗୀର ବୁଲିବାକୁ ଆସିଥିବା ବେଳେ ଗତ ୨୯ ତାରିଖରେ ଜଣେ ଶିଶୁପୁତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଦୀର୍ଘ ୧୨ଦିନ ପରେ ହାଇଦ୍ରାବାଦରୁ ଅପହୃତ ଶିଶୁପୁତ୍ରଙ୍କୁ ପୋଲିସ ଉଦ୍ଧାର କରିବା ସହ ୨ଜଣ ଅଭିଯକ୍ତଙ୍କୁ ପୋଲିସ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ଗତ ୨୯ ତାରିଖରେ ବାପାଙ୍କ ସହ ଶିଶୁ ପୁତ୍ର ବଲାଙ୍ଗୀର ବୁଲିବାକୁ ଆସିଥିଲେ। ହେଲେ ଶିଶୁପୁତ୍ରଙ୍କୁ କେହି ଜଣେ ଅପହରଣ କରି ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଜଣେ ମହିଳା ଏବଂ ପୁରୁଷ ଶିଶୁପୁତ୍ରଙ୍କୁ ଚୋରି କରି ହାଇଦ୍ରାବାଦ ନେଇ ପଳାଇଥିବା ଜଣାପଡିଥିଲା। ଏନେଇ ପୋଲିସଣ ଏକ ଟିମ୍ ହାଇଦ୍ରାବାଦରେ ପହଞ୍ଚି ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ମହିଳା ଏବଂ ପୁରୁଷଙ୍କୁ ଗିରଫ କରିଛି। ଉଦ୍ଧାର ଶିଶୁପୁତ୍ରଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର ଶିଶୁପୁତ୍ର ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳର ବୋଲି ଜଣାପଡିଛି।
The post ବାପାଙ୍କ ସହ ବୁଲିବାକୁ ଆସିଥିବା ବେଳେ ଶିଶୁପୁତ୍ର ଅପହରଣ: ୧୨ଦିନ ପରେ ହାଇଦ୍ରାବାଦରୁ… appeared first on Dharitri Odia News.