ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ଆକ୍ରମଣ, ୧୨ ଆହତ
ଶ୍ରୀନଗର : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏକ ବ୍ୟସ୍ତବହୁଳ ବଜାର ଅଂଚଳରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ । ଆଜି ଶ୍ରୀନଗରସ୍ଥିତ ପର୍ଯ୍ୟଟକ ସୂଚନା କେନ୍ଦ୍ର ନିକଟରେ ଥିବା ମାର୍କେଟରେ ଗ୍ରେନେଡ ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ସ୍ଥାନୀୟ ମହାରାଜା ହରି ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବିସ୍ଫୋରଣ ପରେ ସେଠାରେ ଥିବା […]

ଶ୍ରୀନଗର : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏକ ବ୍ୟସ୍ତବହୁଳ ବଜାର ଅଂଚଳରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ । ଆଜି ଶ୍ରୀନଗରସ୍ଥିତ ପର୍ଯ୍ୟଟକ ସୂଚନା କେନ୍ଦ୍ର ନିକଟରେ ଥିବା ମାର୍କେଟରେ ଗ୍ରେନେଡ ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ସ୍ଥାନୀୟ ମହାରାଜା ହରି ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।
ବିସ୍ଫୋରଣ ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ପ୍ରାଣ ବିକଳରେ ସେମାନେ ଏଣେ ତେଣେ ଦୌଡୁଥିବା ଲକ୍ଷ୍ୟ କରାଯାଇଥିଲା । ଦୋକାନୀମାନେ ଭୟଭୀତ ହୋଇ ନିଜର ଦୋକାନ ବନ୍ଦ କରିଦେଇଥିଲେ। ନିରାପତ୍ତାରକ୍ଷୀମାନେ ଉକ୍ତ ସ୍ଥାନକୁ ଘେରାଉ କରି ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରଖିଛନ୍ତି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଆତଙ୍କବାଦୀମାନେ କିଛିଦିନ ହେଲା ବାହାର ରାଜ୍ୟର ଶ୍ରମିକଙ୍କୁ ଟାର୍ଗେଟ୍ କରି ଆତଙ୍କ ସୃଷ୍ଟି କରିଥିବା ବେଳେ ନୂଆ ସରକାର ଗଠନ ହେବାପରେ ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ନିରୀହ ଲୋକ ଓ ଦୋକାନୀଙ୍କୁ ଟାର୍ଗେଟ କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓମାର କହିଛନ୍ତି। ସୂଚନାଯୋଗ୍ୟ ବିଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାରେ ନରସଂହାର ଚଳାଇଛନ୍ତି । ଗତ ଅକ୍ଟୋବର ୨୦ରେ ଜାମ୍ମୁ-କାଶ୍ମୀରର ଗାନ୍ଦେରବଲ ଜିଲାରେ ଆତଙ୍କବାଦୀମାନେ ଏକ ନିର୍ମାଣସ୍ଥଳୀ ଉପରେ ଆକ୍ରମଣ କରିବା ଫଳରେ ୬ ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କର ମୃତ୍ୟୁ ଘଟିଥିଲା ।