କେନିଆ ସଂସଦ ଭବନରେ ନଆଁ ଲଗାଇଦେଲେ ବିକ୍ଷୋଭକାରୀ, ୫ ଜଣଙ୍କ ମୃତ୍ୟୁ
ନାଇରୋବି: ନୂତନ ଅର୍ଥ ଚିଠା ବିରୋଧରେ କେନିଆ ରାଜଧାନୀ ନାଇରୋବିରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିକ୍ଷୋଭକାରୀମାନେ ସଂସଦ ଭବନରେ ନିଆଁ ଲଗାଇଦେଇଛନ୍ତି। ପୁଲିସ ଓ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ସଂସଦ ଗୃହରେ ନୂତନ ଅର୍ଥ ଚିଠା ଉପସ୍ଥାପନ ହୋଇଥିଲା। ଏଥିରେ ନୂତନ କର ବ୍ୟବସ୍ଥାର ପ୍ରାବଧାନ ରହିଛି। ସାଂସଦମାନେ ଏହି ଚିଠା ପ୍ରସ୍ତାବକୁ ବିରୋଧ କରନ୍ତୁ ବୋଲି ଦାବି କରି ବିକ୍ଷୋଭକାରୀମାନେ ସଂସଦ ଭବନ […]

ନାଇରୋବି: ନୂତନ ଅର୍ଥ ଚିଠା ବିରୋଧରେ କେନିଆ ରାଜଧାନୀ ନାଇରୋବିରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିକ୍ଷୋଭକାରୀମାନେ ସଂସଦ ଭବନରେ ନିଆଁ ଲଗାଇଦେଇଛନ୍ତି। ପୁଲିସ ଓ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ସଂସଦ ଗୃହରେ ନୂତନ ଅର୍ଥ ଚିଠା ଉପସ୍ଥାପନ ହୋଇଥିଲା। ଏଥିରେ ନୂତନ କର ବ୍ୟବସ୍ଥାର ପ୍ରାବଧାନ ରହିଛି। ସାଂସଦମାନେ ଏହି ଚିଠା ପ୍ରସ୍ତାବକୁ ବିରୋଧ କରନ୍ତୁ ବୋଲି ଦାବି କରି ବିକ୍ଷୋଭକାରୀମାନେ ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତେବେ ସାଂସଦମାନେ ଚିଠାପ୍ରସ୍ତାବକୁ ସମର୍ଥନ ଦେଇ ଗୃହୀତ କରାଇଥିଲେ। ଗୃହୀତ ହେବା ଖବର ପ୍ରକାଶିତ ହେବାର କିଛି କ୍ଷଣ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା। ସହସ୍ରାଧିକ ବିକ୍ଷୋଭକାରୀ ସଂସଦ ଭବନ ମଧ୍ୟରେ ଧସେଇ ପଶିଥିଲେ। ଯେଉଁ ବିରୋଧୀ ଦଳ ସାଂସଦମାନେ ଚିଠା ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ ସେମାନଙ୍କୁ ବାହାରୁ ଛାଡ଼ିଦେଇଥିଲେ। କିନ୍ତୁ ଚିଠା ପ୍ରସ୍ତାବକୁ ସମର୍ଥନ ଦେଇଥିବା ଶାସକ ଦଳର ସାଂସଦଙ୍କୁ ଅଟକ ରଖି ସଂସଦ ଭବନରେ ନିଆଁ ଲଗାଇ ଦେଇଥିଲେ। ବିକ୍ଷୋଭକାରୀଙ୍କ ଉଗ୍ର ରୂପକୁ ଦେଖି ସାଂସଦମାନେ ପ୍ରାଣ ଭୟରେ ଦୌଡ଼ି ପଳାଇଥିଲେ। ଉପସ୍ଥିତ ଅଗ୍ନିଶମ ବିଭାଗ ଓ ସୁରକ୍ଷାକର୍ମୀଙ୍କ ତ୍ବରିତ ପଦକ୍ଷେପରେ ସଂସଦ ଭବନର ନିଆଁକୁ କୌଣସି ମତେ ଆୟତ୍ତ କରାଯାଇଥିଲା। ଉଗ୍ର ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ। ଏଥିରେ ୫ଜଣଙ୍କ ମୃତ୍ୟୁଘଟିଥିବା ବେଳ ଶତାଧିକ ଆହତ ହୋଇଛନ୍ତି।