ପେପର୍ ଲିକ୍, ଠକେଇ ରୋକିବାକୁ ଲୋକସଭାରେ ବିଲ୍ ଗୃହୀତ
ନୂଆଦିଲ୍ଲୀ : ଲୋକସଭାରେ ଆଜି ‘ଆଣ୍ଟି-ଚିଟିଂ’ ତଥା ଠକେଇ ନିରୋଧ ବିଲ୍ ଗୃହୀତ ହୋଇଛି। ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଭଳି ଠକାମି ଉପରେ ରୋକ୍ ଲଗାଇବାପାଇଁ ଏହି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି। ପବ୍ଲିକ ଏକ୍ଜାମିନେସନ ( ପ୍ରିଭେନସନ ଅଫ୍ ଅନଆଫାୟାର ମିନ୍ସ) ବିଲ୍ ରାଜ୍ୟସଭାରେ ଆଗତ ହେବ ଏବଂ ଏହା ଗୃହୀତ ହେଲେ ଆଇନରେ ପରିଣତ କରିବାପାଇଁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ପଠାଯିବ। ଏହି […]

ନୂଆଦିଲ୍ଲୀ : ଲୋକସଭାରେ ଆଜି ‘ଆଣ୍ଟି-ଚିଟିଂ’ ତଥା ଠକେଇ ନିରୋଧ ବିଲ୍ ଗୃହୀତ ହୋଇଛି। ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଭଳି ଠକାମି ଉପରେ ରୋକ୍ ଲଗାଇବାପାଇଁ ଏହି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି। ପବ୍ଲିକ ଏକ୍ଜାମିନେସନ ( ପ୍ରିଭେନସନ ଅଫ୍ ଅନଆଫାୟାର ମିନ୍ସ) ବିଲ୍ ରାଜ୍ୟସଭାରେ ଆଗତ ହେବ ଏବଂ ଏହା ଗୃହୀତ ହେଲେ ଆଇନରେ ପରିଣତ କରିବାପାଇଁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ପଠାଯିବ। ଏହି ବିଲ୍ ଅଧୀନରେ ଯେଉଁମାନେ କଠିନ ପରିଶ୍ରମ କରି ପାଠ ପଢ଼ିଛନ୍ତି ଏବଂ ସରକାରୀ ଚାକିରି ଲକ୍ଷ୍ୟରେ ଅଛନ୍ତି ସେମାନେ ଆଦୌ ଟାର୍ଗେଟରେ ରହିବେନି। କିନ୍ତୁ ଯେଉଁମାନେ ଅଧିକାରୀଙ୍କ ସହ ହାତ ମିଳାଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବେ ସେମାନଙ୍କୁ ୧୦ ବର୍ଷ ଜେଲଦଣ୍ଡ ଏବଂ ୧ କୋଟି ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଉକ୍ତ ବିଲ୍ ଅଧୀନରେ ସମସ୍ତ ଅପରାଧ ଜାମିନ ବିହୀନ। ଆଜି କନିଷ୍ଠ କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ।