ଏସମା ଲାଗୁ ସତ୍ତ୍ୱେ ରାଜ୍ୟ ବ୍ୟାପୀ ନର୍ସିଂ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଜରୁରିକାଳୀନ ରୋଗୀ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ । ରାଜ୍ୟ ସରକାରଙ୍କ ଏସମା ଲାଗୁ ହେବା ପରେ ମଧ୍ୟ ଆନ୍ଦୋଳନ କରିବ ସଂଘ । ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର। ଆଜିଠୁ ଆନ୍ଦୋଳନ ଓହ୍ଲାଇବ ଅଲ୍ ଓଡ଼ିଶା […]

ଏସମା ଲାଗୁ ସତ୍ତ୍ୱେ ରାଜ୍ୟ ବ୍ୟାପୀ ନର୍ସିଂ ଆନ୍ଦୋଳନ ଜାରି
ଏସମା ଲାଗୁ ସତ୍ତ୍ୱେ ରାଜ୍ୟ ବ୍ୟାପୀ ନର୍ସିଂ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଜରୁରିକାଳୀନ ରୋଗୀ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ । ରାଜ୍ୟ ସରକାରଙ୍କ ଏସମା ଲାଗୁ ହେବା ପରେ ମଧ୍ୟ ଆନ୍ଦୋଳନ କରିବ ସଂଘ ।

ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ନର୍ସିଂ ଅଫିସର। ଆଜିଠୁ ଆନ୍ଦୋଳନ ଓହ୍ଲାଇବ ଅଲ୍ ଓଡ଼ିଶା ନର୍ସିଂ ସଂଘ। ନର୍ସିଂ କ୍ଷେତ୍ରରେ ଆଉଟୋସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ସହ କର୍ମଚାରୀଙ୍କୁ ରେଗୁଲାର କରିବା ଭଳି ୧୦ଟି ଦାବି କରିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ସଂଘର ସାଧାରଣ ସଂପାଦକ ଅଶ୍ଵିନୀ କୁମାର ଦାସ କହିଛନ୍ତି ଯେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ତେବେ ସଂଘ ପକ୍ଷରୁ କୁହାଯାଇଛି ଯେ, ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି। ଆଇସିୟୁ, ଓଟି ଓ ଏମର୍ଜେନ୍ସିରେ ସେବା ଯୋଗାଇବୁ। ତେବେ ଏହି ଦୁଇ ଦିନରେ ଆମ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ବିଭିନ୍ନ ଦଫା ଦାବି ନେଇ ଗତ ଅଗଷ୍ଟ ମାସରେ ସଂଘ ପକ୍ଷରୁ କଳା ବ୍ୟାଜ୍‌ ପରିଧାନ ଓ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଡାକରା ଦିଆଯାଇଥିଲା। ପରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା ହେବା ପରେ ସଂଘ ୧ମାସ ପାଇଁ ଆନ୍ଦୋଳନରୁ ଓହରି ଯାଇଥିଲା। ମାତ୍ର ଆଲୋଚନାକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ସରକାର କୌଣସି ଦାବି ପୂରଣ କରି ନ କରିବାକୁ ଆନ୍ଦୋଳନ କରିବ ସଂଘ ।

ଅପରପକ୍ଷେ ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଏସମା ଲାଗୁ ହୋଇଛି। ଏଭଳି ସ୍ଥିତିରେ ଯଦି ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରେ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।