ଗେରୁଆ ହେଲା BSNL: ଏବେ ମହଙ୍ଗା ହେବନି ରିଚାର୍ଜ, କମ୍ପାନୀ ଆରମ୍ଭ କଲା ୭ ନୂଆ ସର୍ଭିସ
ନୂଆଦିଲ୍ଲୀ: ସରକାରୀ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ମଙ୍ଗଳବାର ଦିନ ସିମ୍ କିଓସ୍କ ସମେତ ୭ ଟି ନୂଆ ସେବା ଆରମ୍ଭ କରିଛି। ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସେବା ଆରମ୍ଭ କରିଛନ୍ତି। ଏଥିସହିତ ବିଏସଏନଲର ଗେରୁଆକରଣ ମଧ୍ୟ କରାଯାଇଛି। ଲୋଗରେ ଗେରୁଆ ରଙ୍ଗ ବଦଳାଇ ଦିଆଯାଇଛି। ଖାଲି ସେତିକି ନୁହେଁ, BSNL ଏହାର ଫାଇବର ଇଣ୍ଟରନେଟ୍ ଗ୍ରାହକଙ୍କ ପାଇଁ ଏକ ନ୍ୟାଶନାଲ ୱାଇ-ଫାଇ ରୋମିଂ ସର୍ଭିସ ଆରମ୍ଭ କରିଛି। ଏହାର ଅର୍ଥ ହେଉଛି ଯେ ଉପଭୋକ୍ତାମାନେ ବିଏସଏନଏଲ ହଟସ୍ପଟରେ କୌଣସି ଅତିରିକ୍ତ ଦେୟ ବିନା ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପଭୋଗ କରିପାରିବେ। କମ୍ପାନୀ ନୂଆ ଫାଇବର ଆଧାରିତ ଟିଭି ସର୍ଭିସ୍ ମଧ୍ୟ ଘୋଷଣା କରିଛି। ଯେଉଁଥିରେ ୫୦୦ ରୁ ଅଧିକ ଲାଇଭ ଚ୍ୟାନେଲ ଏବଂ ପେ ଟିଭି ବିକଳ୍ପ ଦିଆଯାଇଛି। ଏହି ସମସ୍ତ ଫାଇବର ଇଣ୍ଟରନେଟ୍ ଗ୍ରାହକଙ୍କ ପାଇଁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଉପଲବ୍ଧ ହେବ।ସେହିପରି ସ୍ୱୟଂଚାଳିତ କିଓସ୍କ ମାଧ୍ୟମରେ କମ୍ପାନୀ ଏହାର ସିମ୍ କାର୍ଡର ପରିଚାଳନାକୁ ସହଜ କରିବାକୁ ଚାହୁଁଛି। ଏହି କିଓସ୍କଗୁଡିକ ଲୋକଙ୍କୁ ସପ୍ତାହରେ ୨୪ ଘଣ୍ଟା ସହଜରେ ସେମାନଙ୍କର ସିମ୍ କାର୍ଡ କିଣିବା, ଅପଗ୍ରେଡ୍ କରିବା କିମ୍ବା ସୁଇଚ୍ କରିବାରେ ସହଯୋଗ କରିବ। ଭାରତ ଦେଶର ପ୍ରଥମ ଡାଇରେକ୍ଟ ଟୁ-ଡିଭାଇସ(ଡି ଟୁ ଡି) କନେକ୍ଟିଭିଟି ସଲ୍ୟୁସନ ଲଞ୍ଚ କରିଛି। ଯାହା ସାଟେଲାଇଟ୍ ଓ ମୋବାଇଲ ନେଟୱ
ନୂଆଦିଲ୍ଲୀ: ସରକାରୀ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ମଙ୍ଗଳବାର ଦିନ ସିମ୍ କିଓସ୍କ ସମେତ ୭ ଟି ନୂଆ ସେବା ଆରମ୍ଭ କରିଛି। ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସେବା ଆରମ୍ଭ କରିଛନ୍ତି। ଏଥିସହିତ ବିଏସଏନଲର ଗେରୁଆକରଣ ମଧ୍ୟ କରାଯାଇଛି। ଲୋଗରେ ଗେରୁଆ ରଙ୍ଗ ବଦଳାଇ ଦିଆଯାଇଛି।
ଖାଲି ସେତିକି ନୁହେଁ, BSNL ଏହାର ଫାଇବର ଇଣ୍ଟରନେଟ୍ ଗ୍ରାହକଙ୍କ ପାଇଁ ଏକ ନ୍ୟାଶନାଲ ୱାଇ-ଫାଇ ରୋମିଂ ସର୍ଭିସ ଆରମ୍ଭ କରିଛି। ଏହାର ଅର୍ଥ ହେଉଛି ଯେ ଉପଭୋକ୍ତାମାନେ ବିଏସଏନଏଲ ହଟସ୍ପଟରେ କୌଣସି ଅତିରିକ୍ତ ଦେୟ ବିନା ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପଭୋଗ କରିପାରିବେ। କମ୍ପାନୀ ନୂଆ ଫାଇବର ଆଧାରିତ ଟିଭି ସର୍ଭିସ୍ ମଧ୍ୟ ଘୋଷଣା କରିଛି। ଯେଉଁଥିରେ ୫୦୦ ରୁ ଅଧିକ ଲାଇଭ ଚ୍ୟାନେଲ ଏବଂ ପେ ଟିଭି ବିକଳ୍ପ ଦିଆଯାଇଛି। ଏହି ସମସ୍ତ ଫାଇବର ଇଣ୍ଟରନେଟ୍ ଗ୍ରାହକଙ୍କ ପାଇଁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଉପଲବ୍ଧ ହେବ।
ସେହିପରି ସ୍ୱୟଂଚାଳିତ କିଓସ୍କ ମାଧ୍ୟମରେ କମ୍ପାନୀ ଏହାର ସିମ୍ କାର୍ଡର ପରିଚାଳନାକୁ ସହଜ କରିବାକୁ ଚାହୁଁଛି। ଏହି କିଓସ୍କଗୁଡିକ ଲୋକଙ୍କୁ ସପ୍ତାହରେ ୨୪ ଘଣ୍ଟା ସହଜରେ ସେମାନଙ୍କର ସିମ୍ କାର୍ଡ କିଣିବା, ଅପଗ୍ରେଡ୍ କରିବା କିମ୍ବା ସୁଇଚ୍ କରିବାରେ ସହଯୋଗ କରିବ। ଭାରତ ଦେଶର ପ୍ରଥମ ଡାଇରେକ୍ଟ ଟୁ-ଡିଭାଇସ(ଡି ଟୁ ଡି) କନେକ୍ଟିଭିଟି ସଲ୍ୟୁସନ ଲଞ୍ଚ କରିଛି। ଯାହା ସାଟେଲାଇଟ୍ ଓ ମୋବାଇଲ ନେଟୱର୍କକୁ ବ୍ଲେଣ୍ଡ କରିବ। ଏହି ସେବା ଜରୁରୀକାଳୀନ ପରିସ୍ଥିତି ଏବଂ ଦୁର୍ଗମ ଅଞ୍ଚଳ ପାଇଁ ଆରମ୍ଭ ହୋଇଛି। BSNL ର ସ୍ପାମ୍-ବ୍ଲକିଂ ସଲ୍ୟସନ ଅଟୋମେଟିକାଲ ଫିଶିଙ୍ଗ ଆଟେମ୍ପଟ ଓ ଖରାପ ଏସଏମଏସ ଫିଲ୍ଟର କରିବ। ଫଳରେ ଟେଲିକମ୍ ସର୍ଭିସ ବ୍ୟବହାରକାରୀ ଏକ ସୁରକ୍ଷିତ ଯୋଗାଯୋଗ ପରିବେଶ ପାଇପାରିବେ।
ବିଏସଏନଏଲ ପବ୍ଲିକ ପ୍ରୋଟେକ୍ସନ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ରିଲିଜ ସଲ୍ୟୁସନ ଲଞ୍ଚ କରିଛି। ଏହା ଏକ ରିୟଲ ଟାଇମ ଡିଜାଷ୍ଟର ରେସପନ୍ସ, କମ୍ୟୁନିକେସନ ଓ ପବ୍ଲିକ ସେଫ୍ଟି ପାଇଁ ଏକ ସୁରକ୍ଷିତ, ଦକ୍ଷ ଓ ଡେଡିକେଟେଡ ନେଟୱର୍କ ହେବ। C-DAC ର ସହଯୋଗରେ, କମ୍ପାନୀ ଖଣି କାର୍ଯ୍ୟ ପାଇଁ ଏକ ଘରୋଇ 5G ନେଟୱାର୍କ ଆରମ୍ଭ କରିଛି। ଏହି ନେଟୱାର୍କ ଅଣ୍ଡରଗ୍ରାଉଣ୍ଡ ଏବଂ ବଡ଼ ଓପନ ପିଟ ମାଇନ୍ସରେ ହାଇସ୍ପିଡ୍ ଓ ଲୋ ଲେଟେନ୍ସି କନେକ୍ଟିଭିଟି ଯୋଗାଇବ।
ବିଏସଏନଏଲ ନିଜର ପାନ ଇଣ୍ଡିଆ ୪ଜି ସର୍ଭିସ୍ ଲଞ୍ଚ କରିବା ପୂର୍ବରୁ ନୂଆ ଲୋଗୋ ଲଞ୍ଚ କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଯୋଗାଯୋଗ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପେମାସାନୀ ଚନ୍ଦ୍ର ଶେଖରଙ୍କ ସମେତ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନୂତନ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲୋଗୋ “ଭାରତକୁ ସଂଯୋଗ କରିବା - ସୁରକ୍ଷିତ, ସୁଲଭ ଏବଂ ନିର୍ଭରଯୋଗ୍ୟ” ମିଶନକୁ ପ୍ରତିଫଳିତ କରେ ବୋଲି ମନ୍ତ୍ରୀ କହିଛନ୍ତି।
ସବୁଠାରୁ ବଡ଼ କଥା ହେଲା କମ୍ପାନୀ ନିକଟ ଭବିଷ୍ୟତରେ ରିଚାର୍ଜ ମହଙ୍ଗା କରିବା ନାହିଁ ବୋଲି ଏହାର ଅଧ୍ୟକ୍ଷ ଏନ୍ଡି ରବର୍ଟ ରବି ସୂଚନା ଦେଇଛନ୍ତି। ଆମେ ଗ୍ରାହକଙ୍କୁ ଖୁସି ରଖିବା ସହିତ ସେମାନଙ୍କର ବିଶ୍ୱାସ ଜିତିବାକୁ ଚାହୁଁଛୁ ବୋଲି ରବର୍ଟ ରବି କହିଛନ୍ତି। ସେହିପରି ବିଏସଏନଏଲ୍ର ୟୁନିକ ନମ୍ବର ନେବାକୁ କମ୍ପାନୀ ଏକ ନୂଆ ଫିଚର ଆରମ୍ଭ କରିଛି। କମ୍ପାନୀ କିଛି ନମ୍ବର ପାଇଁ ଇ-ନିଲାମ ଆରମ୍ଭ କରିଛି। ଯେଉଁଥିରେ 9444133233 ଏବଂ 94444099099 ଭଳି ନମ୍ବର ରହିଛି।