ଇଂଲଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଟିମ୍ ଘୋଷଣା, ଦଳକୁ ଫେରିଲେ ଇଶାନ କିଶନ ଓ କରୁଣ ନାୟର
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ସମାପନ ପରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ। ଏହି ସିରିଜ୍ ପୂର୍ବରୁ ଇଣ୍ଡିଆ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଦୁଇଟି ଚାରି ଦିବସୀୟ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଅଭିମନ୍ୟୁ ଈଶ୍ଵରନଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ଧ୍ରୁବ ଜୁରେଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ଇଶାନ କିଶନ ଫେରିଛନ୍ତି। ତାଙ୍କ ବ୍ୟତୀତ ଆଘାତ ଯୋଗୁଁ ଭାରତର ଟେଷ୍ଟ ଦଳରୁ ବାହାରେ ଥିବା ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଏପରି ସ୍ଥିତିରେ, ଯଦି ଏହି ଉଭୟ ଖେଳାଳି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେମାନଙ୍କୁ ଇଂଲଣ୍ଡ ବିପକ୍ଷର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସୁଯୋଗ ମିଳିପାରିବ। ଏହି ଦଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳକୁ ଫେରିବା ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ।କରୁଣ ନାୟାରଙ୍କୁ ମିଳିଲା ସ୍ଥାନଅଭିଜ୍ଞ ବ୍ୟାଟର କରୁଣ ନାୟର ମଧ୍ୟ ଦୀର୍ଘ ସମୟ ପରେ ଭାରତୀୟ ଦଳକୁ ଫେରିବାରେ ସଫଳ ହୋଇଛନ୍ତି। ଗତ ବର୍ଷ ନାୟର ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ରନ ବର୍ଷା କରିଥିଲେ। ସେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ କ୍ରିକେଟରେ ୧୬୦୦ ରୁ ଅଧିକ ରନ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ସମାପନ ପରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ। ଏହି ସିରିଜ୍ ପୂର୍ବରୁ ଇଣ୍ଡିଆ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଦୁଇଟି ଚାରି ଦିବସୀୟ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଅଭିମନ୍ୟୁ ଈଶ୍ଵରନଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ଧ୍ରୁବ ଜୁରେଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି।
ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ଇଶାନ କିଶନ ଫେରିଛନ୍ତି। ତାଙ୍କ ବ୍ୟତୀତ ଆଘାତ ଯୋଗୁଁ ଭାରତର ଟେଷ୍ଟ ଦଳରୁ ବାହାରେ ଥିବା ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଏପରି ସ୍ଥିତିରେ, ଯଦି ଏହି ଉଭୟ ଖେଳାଳି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେମାନଙ୍କୁ ଇଂଲଣ୍ଡ ବିପକ୍ଷର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସୁଯୋଗ ମିଳିପାରିବ। ଏହି ଦଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳକୁ ଫେରିବା ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ।
କରୁଣ ନାୟାରଙ୍କୁ ମିଳିଲା ସ୍ଥାନ
ଅଭିଜ୍ଞ ବ୍ୟାଟର କରୁଣ ନାୟର ମଧ୍ୟ ଦୀର୍ଘ ସମୟ ପରେ ଭାରତୀୟ ଦଳକୁ ଫେରିବାରେ ସଫଳ ହୋଇଛନ୍ତି। ଗତ ବର୍ଷ ନାୟର ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ରନ ବର୍ଷା କରିଥିଲେ। ସେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ କ୍ରିକେଟରେ ୧୬୦୦ ରୁ ଅଧିକ ରନ କରିଥିଲେ। ଏଥିରେ ନଅଟି ଶତକ ସାମିଲ। ତାଙ୍କର ଫର୍ମ ଦେଖିବା ପରେ, ତାଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ଲଗାତାର ଦାବି ହେଉଥିଲା। ଯଦି ସେ ଭାରତ-ଏ ପାଇଁ ଖେଳିବାର ସୁଯୋଗ ପାଆନ୍ତି ଏବଂ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତୀୟ ଦଳରେ ସୁଯୋଗ ମିଳିପାରେ।
ଗିଲ୍ ଏବଂ ସୁଦର୍ଶନ ଦ୍ୱିତୀୟ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ
ଏହା ବ୍ୟତୀତ, ବିସିସିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗଦେବେ। ଉଭୟ ଖେଳାଳି IPL 2025ରେ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳୁଛନ୍ତି ଏବଂ ଜିଟି ପ୍ଲେଅଫର ନିକଟତର ହୋଇଛି। ତେଣୁ ପ୍ଲେଅଫ୍ ମ୍ୟାଚ୍ ପରେ ଉଭୟ ଖେଳାଳି ଭାରତୀୟ ଦଳରେ ଯୋଗଦେବେ। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଜୁନ୍ ୦୨ ରୁ ଜୁନ୍ ୦୫ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜୁନ୍ ୯ ରୁ ଆରମ୍ଭ ହେବ।
ଭାରତୀୟ ଏ ଦଳ
ଅଭିମନ୍ୟୁ ଈଶ୍ଵରନ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, କରୁଣ ନାୟାର, ଧ୍ରୁବ ଜୁରେଲ (ଉପ-ଅଧିନାୟକ ଏବଂ ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ (ୱିକେଟ୍ କିପର), ମାନବ ସୁଥାର, ଶାମ୍ସ ମୁଲାନି, ମୁକେଶ କୁମାର, ଆକାଶ ଦୀପ, ହର୍ଷିତ ରାଣା, ଅଂଶୁଲ ଗାଇକୱାଡ, ସରଫରାଜ ଖାନ, ତୁଷାର ଦେଶପାଣ୍ଡେ, ହର୍ଷ ଦୁବେ।