ନିର୍ବାଚନ କମିଶନର ନିଯୁକ୍ତି ମାମଲା: ‘ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା’

ନୂଆଦିଲ୍ଲୀ,୨୦।୩: ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ ନିର୍ବାଚନ କମିଶନରଙ୍କ ଏହି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ। ନିର୍ବାଚନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରାଯିବାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ […] The post ନିର୍ବାଚନ କମିଶନର ନିଯୁକ୍ତି ମାମଲା: ‘ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା’ appeared first on Dharitri Odia News.

ନିର୍ବାଚନ କମିଶନର ନିଯୁକ୍ତି ମାମଲା: ‘ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା’

ନୂଆଦିଲ୍ଲୀ,୨୦।୩: ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ ନିର୍ବାଚନ କମିଶନରଙ୍କ ଏହି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ।

ନିର୍ବାଚନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରାଯିବାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ଅବେଦନକୁ ନେଇ ଏବେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଆବେଦନକାରୀଙ୍କ ଉଦ୍ଦେଶ୍ୟ କେବଳ ବିବାଦ ସୃଷ୍ଟି କରିବା ବୋଲି କେନ୍ଦ୍ର ସରକାର ନିଜ ସତ୍ୟପାଠରେ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨୧ ତାରିଖରେ ହେବ।

ଚୟନ ପ୍ୟାନେଲରେ ନ୍ୟାୟପାଳିକାର କୌଣସି ଜଣେ ସଦସ୍ୟଙ୍କ ଉପସ୍ଥିତିରୁ ECI ର ସ୍ବାଧୀନତା ଉତ୍ପନ୍ନ ହେଉ ନାହିଁ ବୋଲି କେନ୍ଦ୍ର କହିଛି। ଏଭଳି ପରିସ୍ଥିତିରେ ନିର୍ବାଚନ କମିଶନରଙ୍କ ଦକ୍ଷତା ଏବଂ ଯୋଗ୍ୟତା ଉପରେ ପ୍ରଶ୍ନ କରାଯିବା ଠିକ ନୁହେଁ। କେବଳ ରାଜନୈତିକ ବିବାଦ ସୃଷ୍ଟି କରିବାକୁ ଆବେଦନକାରୀ ଚେଷ୍ଟା କରୁଛନ୍ତି ବୋଲି କେନ୍ଦ୍ର ସରକାର ନିଜ ସତ୍ୟପାଠରେ କହିଛନ୍ତି।

କହିରଖୁଛୁ ଯେ, ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ସୁପ୍ରିକୋର୍ଟରେ ଆବେଦନ କରାଯାଇଥିଲା। ୨୦୨୩ ଆଇନ ଅନୁଯାୟୀ ଦୁଇ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ଆବେଦନ ହୋଇଥିଲା। କିନ୍ତୁ ମାର୍ଚ୍ଚ ୧୫ ତାରିଖରେ ଏହି ଆବେଦନର ଶୁଣାଣି କରି ଦୁଇ ଜଣ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସ୍ଥଗିତ ରଖିବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ।

 

The post ନିର୍ବାଚନ କମିଶନର ନିଯୁକ୍ତି ମାମଲା: ‘ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା’ appeared first on Dharitri Odia News.