ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା

ଖୁଣ୍ଟୁଣୀ,୪ା୧୦(ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ଏହାକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଗୁରୁବାର ଧବଳେଶ୍ୱର ପୀଠ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଅଧ୍ୟକ୍ଷତା କରିଥିଲେ। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ନଭେମ୍ବର ୧୨ରୁ ୧୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ। ନଭେମ୍ବର […] The post ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା appeared first on Dharitri Odia News.

ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା

ଖୁଣ୍ଟୁଣୀ,୪ା୧୦(ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ଏହାକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଗୁରୁବାର ଧବଳେଶ୍ୱର ପୀଠ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଅଧ୍ୟକ୍ଷତା କରିଥିଲେ। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ନଭେମ୍ବର ୧୨ରୁ ୧୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ। ନଭେମ୍ବର ୧୩ରେ ବଡ଼ଓଷା ପାଳନ ହେବ। ଏହିଦିନ ବଡ଼ସିଂହାର ବେଶରେ ଦର୍ଶନ ଦେବେ ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ନିକଟରେ ଗଜଭୋଗ ଲାଗି କରାଯାଇ ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯିବ। କାର୍ତ୍ତିକ ବ୍ରତ ଓ ବଡ଼ଓଷା ପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହେବ। ତେଣୁ ଏଥିପାଇଁ ସ୍ବତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିନା ବାଧାବିଘ୍ନରେ ଏହି କାର୍ଯ୍ୟ ସମ୍ପନ୍ନ ପାଇଁ ପୂଜକ ସମାଜ, ବିଭାଗୀୟ ଅଧିକାରୀ, ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରାଯାଇଥିଲା।

The post ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା appeared first on Dharitri Odia News.