ଭାରତ ବିପକ୍ଷ ୨ୟ ଟେଷ୍ଟରେ ଏହି ପାକିସ୍ତାନୀଙ୍କୁ ଇଂଲଣ୍ଡର ପ୍ଲେ-୧୧ରେ ମିଳିବ ସ୍ଥାନ
ନୂଆଦିଲ୍ଲୀ,୩୧।୧: ହାଇଦ୍ରାବାଦରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୨୮ ରନ୍ରେ ପରାସ୍ତ କରିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ପ୍ରଥମ ଟେଷ୍ଟରେ ଜିତିବା ସତ୍ତ୍ୱେ ଇଂରାଜୀ ଦଳ ଗୋଟିଏ ପରିବର୍ତ୍ତନ ସହିତ ଦ୍ୱିତୀୟ ଟେଷ୍ଟ ପ୍ରବେଶ କରିପାରନ୍ତି। ବାସ୍ତବରେ, ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ପାକିସ୍ତାନୀ ବଂଶୋଭବ ସ୍ପିନର ଶୋଏବ ବଶୀରଙ୍କୁ ପ୍ଲେ-୧୧ରେ ସାମିଲ କରିପାରେ। ପାକିସ୍ତାନୀ ବଂଶୋଭବ ଶୋଏବ ବଶୀର ଜଣେ ବ୍ରିଟିଶ […] The post ଭାରତ ବିପକ୍ଷ ୨ୟ ଟେଷ୍ଟରେ ଏହି ପାକିସ୍ତାନୀଙ୍କୁ ଇଂଲଣ୍ଡର ପ୍ଲେ-୧୧ରେ ମିଳିବ ସ୍ଥାନ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧: ହାଇଦ୍ରାବାଦରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୨୮ ରନ୍ରେ ପରାସ୍ତ କରିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ପ୍ରଥମ ଟେଷ୍ଟରେ ଜିତିବା ସତ୍ତ୍ୱେ ଇଂରାଜୀ ଦଳ ଗୋଟିଏ ପରିବର୍ତ୍ତନ ସହିତ ଦ୍ୱିତୀୟ ଟେଷ୍ଟ ପ୍ରବେଶ କରିପାରନ୍ତି। ବାସ୍ତବରେ, ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ପାକିସ୍ତାନୀ ବଂଶୋଭବ ସ୍ପିନର ଶୋଏବ ବଶୀରଙ୍କୁ ପ୍ଲେ-୧୧ରେ ସାମିଲ କରିପାରେ।
ପାକିସ୍ତାନୀ ବଂଶୋଭବ ଶୋଏବ ବଶୀର ଜଣେ ବ୍ରିଟିଶ ନାଗରିକ। ତେବେ ଭିସା ସମସ୍ୟା ହେତୁ ସେ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତରେ ପହଞ୍ଚିପାରିନଥିଲେ। ତେବେ ବର୍ତ୍ତମାନ ସେ ଭାରତ ଆସିଛନ୍ତି ଏବଂ ଦ୍ୱିତୀୟ ଟେଷ୍ଟରେ ସେ ଇଂଲଣ୍ଡର ପ୍ଲେ-୧୧ରେ ଅଂଶ ହୋଇପାରିବେ ବୋଲି ବିଶ୍ୱାସ କରାଯାଉଛି। ସେନ୍ରାଡିଓଙ୍କ ସହ କଥାବାର୍ତ୍ତା କରି ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକକୁଲମ କହିଛନ୍ତି ଯେ, ଶୋଏବ ବଶୀର ତାଙ୍କ ଗ୍ରୁପରେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି ।
The post ଭାରତ ବିପକ୍ଷ ୨ୟ ଟେଷ୍ଟରେ ଏହି ପାକିସ୍ତାନୀଙ୍କୁ ଇଂଲଣ୍ଡର ପ୍ଲେ-୧୧ରେ ମିଳିବ ସ୍ଥାନ appeared first on Dharitri Odia News.