ଦୁର୍ନୀତି ମାମଲାରେ ମୁଦା ଅଫିସରେ ଇଡି ଚଢ଼ଉ
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସମ୍ପୃକ୍ତି ଥିବା ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ) ଦୁର୍ନୀତି ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ୧୨ ଜଣିଆ ଅଧିକାରୀ ଦଳ ମୁଦା ସିଟି ଅଫିସ୍ରେ ଚଢ଼ଉ କରିଛନ୍ତି। ଇଡି ଅଧିକାରୀମାନେ ଆଜି ଏହି ମାମଲାରେ ମୁଦା କମିସନର ରଘୁନନ୍ଦନ ଏବଂ ଅନ୍ୟ ଅଧିକାରୀଙ୍କୁ ଭେଟିଛନ୍ତି। ଏନେଇ ସିଦ୍ଦରମେୟା କିଛି ଟିପ୍ପଣୀ ରଖିନାହାନ୍ତି। ତେବେ ଦୁର୍ନୀତି ମାମଲାରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଇଡି ଜେରା କରିବ ବୋଲି ଜଣାପଡ଼ିଛି। ସେହିପରି […]

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସମ୍ପୃକ୍ତି ଥିବା ମୁଦା (ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ) ଦୁର୍ନୀତି ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ୧୨ ଜଣିଆ ଅଧିକାରୀ ଦଳ ମୁଦା ସିଟି ଅଫିସ୍ରେ ଚଢ଼ଉ କରିଛନ୍ତି। ଇଡି ଅଧିକାରୀମାନେ ଆଜି ଏହି ମାମଲାରେ ମୁଦା କମିସନର ରଘୁନନ୍ଦନ ଏବଂ ଅନ୍ୟ ଅଧିକାରୀଙ୍କୁ ଭେଟିଛନ୍ତି। ଏନେଇ ସିଦ୍ଦରମେୟା କିଛି ଟିପ୍ପଣୀ ରଖିନାହାନ୍ତି। ତେବେ ଦୁର୍ନୀତି ମାମଲାରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଇଡି ଜେରା କରିବ ବୋଲି ଜଣାପଡ଼ିଛି। ସେହିପରି ଇଡି ଅଧିକାରୀମାନେ ମଧ୍ୟ ଆଜି ମହୀଶୁରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ଯେଉଁ ସ୍ଥାନରେ ଆଜି ଚଢ଼ଉ ହୋଇଛି ତାହା ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପରିବାର ସହ ଜଡ଼ିତ ନୁହେଁ। ଉଲ୍ଲେଖଯୋଗ୍ୟ ଯେ କେ ମରି ଗୌଡ଼ା ମୁଦା ମୁଖ୍ୟ ଭାବେ ଇସ୍ତଫା ଦେବାପରେ ଇଡି ଆଜି ଏହି ଚଢ଼ଉ କରିଛି।