ଚେନ୍ନାଇ ସୁପର କିଙ୍ଗ୍ସର ଷଷ୍ଠ ବିଜୟ

ଧର୍ମଶାଳା: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆଇପିଏଲ୍ର ୫୩ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୨୮ ରନ୍ରେ ପରାସ୍ତ କରି ଷଷ୍ଠ ବିଜୟ ପାଇଛି। ହିମାଚଳପ୍ରଦେଶର ଏଚ୍ପିସିଏ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ ମାତ୍ର ୧୨୨ ରନ୍ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା (୪୩ ରନ୍, ୨୬ ବଲ୍, ୩ ଚୌକା, ୨ ଛକା)ଙ୍କ ଦ୍ରୁତ ପାଳି ବଳରେ ୯ ୱିକେଟ୍ ହରାଇ ଦଳ ୧୬୭ ରନ୍ କରିଥିଲା। ଓପନର୍ […]

ଚେନ୍ନାଇ ସୁପର କିଙ୍ଗ୍ସର ଷଷ୍ଠ ବିଜୟ

ଧର୍ମଶାଳା: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଆଇପିଏଲ୍ର ୫୩ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୨୮ ରନ୍ରେ ପରାସ୍ତ କରି ଷଷ୍ଠ ବିଜୟ ପାଇଛି। ହିମାଚଳପ୍ରଦେଶର ଏଚ୍ପିସିଏ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ ମାତ୍ର ୧୨୨ ରନ୍ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା (୪୩ ରନ୍, ୨୬ ବଲ୍, ୩ ଚୌକା, ୨ ଛକା)ଙ୍କ ଦ୍ରୁତ ପାଳି ବଳରେ ୯ ୱିକେଟ୍ ହରାଇ ଦଳ ୧୬୭ ରନ୍ କରିଥିଲା। ଓପନର୍ ଅଜିଙ୍କ୍ୟ ରାହାଣେ (୯) ପୁଣି ଥରେ ବିଫଳ ହେବା ପରେ ଶିବମ୍ ଦୁବେ ଖାତା ଖୋଲି ପାରି ନଥିଲେ। ଋତୁରାଜ ଗାଏକ୍ବାଡ ୩୨, ଡାରେଲ ମିଚେଲ୍ ୩୦ ରନ୍ କରି ଆଉଟ୍ ହୋଇଥିଲେ। ବ୍ୟାଟିଂରେ କମାଲ କରିଥିବା ଜାଡ଼େଜା ବୋଲିଂ ବେଳେ ମଧ୍ୟ ନିଜ କମାଲ ଦେଖାଇଥିଲେ। ମାତ୍ର ୨୦ ରନ୍ ଦେଇ ୩ ୱିକେଟ୍ ନେବା ସହ ପଞ୍ଜାବର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଦୀପକ ଚହର, ମଥୀଶା ପଥିରଣା ଓ ମୁସ୍ତାଫିଜୁର ରେହମାନଙ୍କ ଭଳି ବୋଲରଙ୍କ ଅନୁପସ୍ଥିତି ସତ୍ତ୍ବେ ଜାଡ଼େଜାଙ୍କ ସହ ଚେନ୍ନାଇର ଅନ୍ୟ ବୋଲରମାନେ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ସିମରଜିତ୍ ସିଂହ (୨/୧୬), ତୁଷାର ଦେଶପାଣ୍ଡେ (୨/୩୫), ମିଚେଲ ସାଣ୍ଟନର୍ (୧/୧୦) ଓ ଶାର୍ଦୁଳ ଠାକୁର (୧/୧୨) ନିଜ ନିଜ ମଧ୍ୟରେ ୱିକେଟ୍ ବାଣ୍ଟିନେବାରୁ ପଞ୍ଜାବ ୯ ୱିକେଟ୍ ହରାଇ ୧୩୯ ରନ୍ରେ ସୀମିତ ରହିଥିଲା। ଜାଡ଼େଜା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।