ଗୁଜରାଟର ଆନନ୍ଦ ଜିଲ୍ଲାରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସ୍ଥଳରେ ଦୁର୍ଘଟଣା, ୩ ମୃତ
ଅହମଦାବାଦ: ଗୁଜରାଟର ଆନନ୍ଦ ଜିଲ୍ଲାରେ ମାହୀ ନଦୀ ନିକଟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଏକ ଢାଞ୍ଚା ଭୁଶୁଡ଼ି ପଡ଼ିଛି। ଇସ୍ପାତ ଓ କଂକ୍ରିଟ ବ୍ଲକ୍ର ଏକ ବିରାଟ ଢାଞ୍ଚା ଭୁଶୁଡ଼ିବାରୁ ଏଥିରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଭଗ୍ନାବଶେଷ ଭିତରୁ ୨ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିବା ବେଳେ ଆଉ ଜଣେ ଗୁରୁତର ଆହତ ଶ୍ରମିକଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି ଏବଂ ସେ ଏବେ ହସ୍ପିଟାଲରେ […]

ଅହମଦାବାଦ: ଗୁଜରାଟର ଆନନ୍ଦ ଜିଲ୍ଲାରେ ମାହୀ ନଦୀ ନିକଟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଏକ ଢାଞ୍ଚା ଭୁଶୁଡ଼ି ପଡ଼ିଛି। ଇସ୍ପାତ ଓ କଂକ୍ରିଟ ବ୍ଲକ୍ର ଏକ ବିରାଟ ଢାଞ୍ଚା ଭୁଶୁଡ଼ିବାରୁ ଏଥିରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଭଗ୍ନାବଶେଷ ଭିତରୁ ୨ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିବା ବେଳେ ଆଉ ଜଣେ ଗୁରୁତର ଆହତ ଶ୍ରମିକଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରମିକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି ଏବଂ ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଆନନ୍ଦ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଗୌରବ ଜସାନି କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ନ୍ୟାସନାଲ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏନ୍ଏଚ୍ଏସ୍ଆରସିଏଲ୍) କହିଛି ଯେ ନିର୍ମାଣ ସ୍ଥଳରେ କଂକ୍ରିଟ୍ ବ୍ଲକ୍ ଭୁଶୁଡ଼ିବା ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଆରମ୍ଭ ହେବାରୁ ଅନ୍ୟ ଜଣେ ଶ୍ରମିକଙ୍କ ଜୀବନ ରକ୍ଷା ପାଇଛି। ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସ୍ଥଳରେ ଏହା ହେଉଛି ଦ୍ୱିତୀୟ ମର୍ମନ୍ତୁଦ ଦୁର୍ଘଟଣା। ଚଳିତ ବର୍ଷ ଅଗଷ୍ଟ ମାସରେ ବଡ଼ୋଦରା ଜିଲ୍ଲାର କାମ୍ବୋଲା ଗାଁ ନିକଟରେ ନିର୍ମାଣ କ୍ରେନର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ଏବଂ ୬ ଜଣ ଆହତ ହୋଇଥିଲେ।