ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ କାଇଁଚପୁର ଚଳଚଞ୍ଚଳ
ଗଞ୍ଜାମ,୧ା୪(ବିଦ୍ୟାଧର ସାହୁ): ଆସନ୍ତା ୩୦ରେ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l ମଙ୍ଗଳବାର ଅପରାହ୍ନରେ ଗ୍ରାମର ରେଡି ସାହିଠାରେ ପୂଜକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମା’ଙ୍କ ଭୂମି ପୂଜା ଏବଂ ଶୁଭଖୁଣ୍ଟ ସ୍ଥାପନ କରାଯାଇଥିଲା l ଏହି ଉପଲକ୍ଷେ କୈବର୍ତ୍ତ ସାହିରେ ଠାକୁର ବାୟାଧର ଏବଂ ଦଳେଇପୁଟ ସାହିରେ ମାଲୁଆଣୀ ଠାକୁରାଣୀ ଏବଂ ରେଡି ସାହିରେ ମା’ ଶୀତଳାଇଙ୍କ […] The post ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ କାଇଁଚପୁର ଚଳଚଞ୍ଚଳ appeared first on Dharitri Odia News.
ଗଞ୍ଜାମ,୧ା୪(ବିଦ୍ୟାଧର ସାହୁ): ଆସନ୍ତା ୩୦ରେ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l ମଙ୍ଗଳବାର ଅପରାହ୍ନରେ ଗ୍ରାମର ରେଡି ସାହିଠାରେ ପୂଜକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମା’ଙ୍କ ଭୂମି ପୂଜା ଏବଂ ଶୁଭଖୁଣ୍ଟ ସ୍ଥାପନ କରାଯାଇଥିଲା l ଏହି ଉପଲକ୍ଷେ କୈବର୍ତ୍ତ ସାହିରେ ଠାକୁର ବାୟାଧର ଏବଂ ଦଳେଇପୁଟ ସାହିରେ ମାଲୁଆଣୀ ଠାକୁରାଣୀ ଏବଂ ରେଡି ସାହିରେ ମା’ ଶୀତଳାଇଙ୍କ ତିନୋଟି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ଯାତ୍ରା ପରିଚାଳନା କମିଟି ସଭାପତି ତଥା ୧୫ ନଂ ଜିଲା ପରିଷଦ ସଭ୍ୟ ସନାତନ ବେହେରା, ସମ୍ପାଦକ ଭାଗ୍ୟ ରେଡ୍ଡୀ, କୋଷାଧକ୍ଷ ପିଡ୍. କ୍ରିଷ୍ଣା ରେଡି, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ, ଶାନ୍ତି କମିଟି ସଦସ୍ୟ କେ ରଜନୀ ରେଡ୍ଡୀ, ଈଶ୍ୱର ସେଠୀ, ଗ୍ରାମ ଠାକୁରାଣୀଙ୍କ ପୂଜକ ଲଚ୍ଛମନ ରେଡ୍ଡୀଙ୍କ ସମେତ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଯାତ୍ରା ମେ’ ମାସ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି l ଏଥିପାଇଁ ରାମଦୋଳି, ମିନା ବଜାର ଆଦିଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇଛି l ଏଥିସହ ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅପେରା ଦୁର୍ଗା ମନ୍ଦିର ନାଟକ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି l ପୂର୍ବରୁ ଏହି ଯାତ୍ରା ତିନି ବର୍ଷକୁ ଥରେ ଅନୁଷ୍ଠିତ ହେଉଥିଲା କିନ୍ତୁ କୌଣସି କlରଣରୁ ତାହା ବନ୍ଦ ହୋଇଯାଇଥିଲା। ୧୨ର ବର୍ଷ ପରେ ଚଳିତ ମା’ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ କାଇଁଚପୁର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଏହି ଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି ଗ୍ରାମର ଉଦୀୟମାନ ଯୁବକ ମାସେନୁ ରେଡ୍ଡୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
The post ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ କାଇଁଚପୁର ଚଳଚଞ୍ଚଳ appeared first on Dharitri Odia News.