ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର
ନୂଆଦିଲ୍ଲୀ,୧ା୨: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ୧୫ ବର୍ଷର ନାବାଳିକାକୁ ସୋମବାର ରାତିରେ ତିନିଜଣ ବ୍ୟକ୍ତି ବାପା ମା’ଙ୍କ ଆଗରେ ବନ୍ଧୁକ ମୁନରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ଗ୍ୱାଲିଅର ଭାନୱରପୁର ଅଞ୍ଚଳର ଏକ ଗ୍ରାମରେ ଏହି ଘୃଣ୍ୟ ଓ ବିବ୍ରତ ଘଟଣା ଘଟିଥିଲା ବେଳେ ଦୁଇ ଦିନ ପରେ ବୁଧବାର ଦିନ ଏ ସମ୍ପର୍କରେ ପୋଲିସର ଅଭିଯୋଗ ଦାଖଲ କରାଯାଇଥିବା ପୋଲିସ କହିଛି। […] The post ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର appeared first on Dharitri Odia News.
ନୂଆଦିଲ୍ଲୀ,୧ା୨: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ୧୫ ବର୍ଷର ନାବାଳିକାକୁ ସୋମବାର ରାତିରେ ତିନିଜଣ ବ୍ୟକ୍ତି ବାପା ମା’ଙ୍କ ଆଗରେ ବନ୍ଧୁକ ମୁନରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ସୋମବାର ରାତିରେ ଗ୍ୱାଲିଅର ଭାନୱରପୁର ଅଞ୍ଚଳର ଏକ ଗ୍ରାମରେ ଏହି ଘୃଣ୍ୟ ଓ ବିବ୍ରତ ଘଟଣା ଘଟିଥିଲା ବେଳେ ଦୁଇ ଦିନ ପରେ ବୁଧବାର ଦିନ ଏ ସମ୍ପର୍କରେ ପୋଲିସର ଅଭିଯୋଗ ଦାଖଲ କରାଯାଇଥିବା ପୋଲିସ କହିଛି।
ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ନାବାଳିକାର ପିତାମାତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲା ଏବଂ ପରେ ବନ୍ଧୁକ ମୁନରେ ତାଙ୍କୁ ଗଣବଳାତ୍କାର କରିଥିଲେ। ସୂଚନାଯୋଗ୍ୟ ବ୍ୟକ୍ତି ଜଣକ ତାଙ୍କ ପରିବାର ସହ ଏକ ମାସ ପୂର୍ବରୁ ଉକ୍ତ ସ୍ଥାନକୁ ଆସିଥିଲେ।
ଅତିରିକ୍ତ ପୋଲିସ ଅଧୀକ୍ଷକ (ଏଏସପି) ଗଜେନ୍ଦ୍ର ବର୍ଦ୍ଧମାନ ଗଣାମଧ୍ୟମକୁ ସୂଚନା ଦେଇଛନ୍ତି ଯେ, ପୀଡିତାଙ୍କ ପିତାମାତା ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୨୩, ୩୭୬, ୩୭୬ଡି, ୪୫୮, ୫୦୬ ଏବଂ ପୋକ୍ସ ଧାରା ଅନୁଯାୟୀ ତିନିଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଅନ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି।
Madhya Pradesh: A 15-year-old girl gang-raped in front of parents, 1 detained
A girl in Madhya Pradesh's Gwalior was gang-raped at gun point in front of her parents by three men. One suspect has been detained in connection with the incident.#MadhyaPradesh #Rape #Crime #ITCard pic.twitter.com/ZF7QFm3vpk
— IndiaToday (@IndiaToday) February 1, 2024
The post ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର appeared first on Dharitri Odia News.