ସୁକମାରେ ବଡ଼ ଧରଣର ଆଇଇଡି ବିସ୍ଫୋରଣ: ASP ଶହୀଦ
ସୁକମା,୯।୬: ଛତିଶଗଡ଼ ସୁକମା ଜିଲା କୋଣ୍ଟା-ଏରାବୋରା ରାସ୍ତାରେ ସୋମବାର ଏକ ବଡ଼ଧରଣର ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ASP ର଼୍ୟାଙ୍କ ପୋଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଅନେକ କର୍ମଚାରୀ ଏବଂ ଅଧିକାରୀ ଆହତ ହୋଇଛନ୍ତି। ଏହି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି। ପାଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଟାଗେର୍ଟ କରି ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡିଛି। ବିସ୍ଫୋରଣରେ କୋଣ୍ଟା ASP ଆକାଶ ରାଓ ଗିରପୁଞ୍ଜେ ଶହୀଦ ହୋଇଯାଇଛନ୍ତି। […] The post ସୁକମାରେ ବଡ଼ ଧରଣର ଆଇଇଡି ବିସ୍ଫୋରଣ: ASP ଶହୀଦ appeared first on Dharitri Odia News.
ସୁକମା,୯।୬: ଛତିଶଗଡ଼ ସୁକମା ଜିଲା କୋଣ୍ଟା-ଏରାବୋରା ରାସ୍ତାରେ ସୋମବାର ଏକ ବଡ଼ଧରଣର ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ASP ର଼୍ୟାଙ୍କ ପୋଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଅନେକ କର୍ମଚାରୀ ଏବଂ ଅଧିକାରୀ ଆହତ ହୋଇଛନ୍ତି। ଏହି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି।
ପାଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଟାଗେର୍ଟ କରି ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡିଛି। ବିସ୍ଫୋରଣରେ କୋଣ୍ଟା ASP ଆକାଶ ରାଓ ଗିରପୁଞ୍ଜେ ଶହୀଦ ହୋଇଯାଇଛନ୍ତି। ହସ୍ପିଟାଲରେ ଚିକିତ୍ସୀଧୀନ ଅବସ୍ଥାରେ ASP ଆକାଶଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଜୁନ୍ ୧୦ ତାରିଖରେ ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ପୂର୍ବରୁ ମାଓମାଦୀମାନେ ନିଜ ଉପସ୍ଥିତି ଜାହିର କରିବାକୁ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡିଛି।
The post ସୁକମାରେ ବଡ଼ ଧରଣର ଆଇଇଡି ବିସ୍ଫୋରଣ: ASP ଶହୀଦ appeared first on Dharitri Odia News.