ମହାରାଷ୍ଟ୍ର ବିଧାନସଭାରେ ମରାଠା ସଂରକ୍ଷଣ ବିଲ୍ ଗୃହୀତ
ମୁମ୍ବାଇ: ବିବାଦୀୟ ମରାଠା ସଂରକ୍ଷଣ ବିଲ୍ ଆଜି ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହୋଇଯାଇଛି। ଉକ୍ତ ସଂରକ୍ଷଣ ବିଲ୍ ଅନୁଯାୟୀ ଶିକ୍ଷା ଓ ସରକାରୀ ଚାକିରିରେ ମରାଠା ସମ୍ପ୍ରଦାୟଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ମହାରାଷ୍ଟ୍ର ରାଜ୍ୟ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ବିଲ୍-୨୦୨୪ ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହେବା ପୂର୍ବରୁ ରାଜ୍ୟର ପଛୁଆବର୍ଗ କମିସନ ଏକ ସର୍ଭେ କରିଥିଲେ। ସର୍ଭେରେ ରାଜ୍ୟର ୨.୫ କୋଟି ପରିବାରକୁ ସାମିଲ କରାଯାଇଥିଲା। ମରାଠା ସମ୍ପ୍ରଦାୟଙ୍କ ସାମାଜିକ, ଆର୍ଥିକ, ଶିକ୍ଷାଗତ ସ୍ଥିତି […]

ମୁମ୍ବାଇ: ବିବାଦୀୟ ମରାଠା ସଂରକ୍ଷଣ ବିଲ୍ ଆଜି ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହୋଇଯାଇଛି। ଉକ୍ତ ସଂରକ୍ଷଣ ବିଲ୍ ଅନୁଯାୟୀ ଶିକ୍ଷା ଓ ସରକାରୀ ଚାକିରିରେ ମରାଠା ସମ୍ପ୍ରଦାୟଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ମହାରାଷ୍ଟ୍ର ରାଜ୍ୟ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ବିଲ୍-୨୦୨୪ ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହେବା ପୂର୍ବରୁ ରାଜ୍ୟର ପଛୁଆବର୍ଗ କମିସନ ଏକ ସର୍ଭେ କରିଥିଲେ। ସର୍ଭେରେ ରାଜ୍ୟର ୨.୫ କୋଟି ପରିବାରକୁ ସାମିଲ କରାଯାଇଥିଲା। ମରାଠା ସମ୍ପ୍ରଦାୟଙ୍କ ସାମାଜିକ, ଆର୍ଥିକ, ଶିକ୍ଷାଗତ ସ୍ଥିତି ନେଇ ସବିଶେଷ ତଥ୍ୟ ସଂଗ୍ରହ କରାଯିବାପରେ ଜଣାପଡ଼ିଥିଲା ଯେ ମହାରାଷ୍ଟ୍ର ଜନସଂଖ୍ୟାର ୨୮ ପ୍ରତିଶତ ମରାଠା ସମ୍ପ୍ରଦାୟ ଅଟନ୍ତି। ସେମାନଙ୍କ ମଧ୍ୟରୁ ୨୧.୨୨ ପ୍ରତିଶତ ମରାଠା ପରିବାର ଦାରିଦ୍ର୍ୟ ସୀମାରେଖା ନିମ୍ନରେ ଅଛନ୍ତି। ୮୪ ପ୍ରତିଶତ ପରିବାରଙ୍କ ଆୟ ଯଦିଓ ସାମାନ୍ୟ ଅଧିକ କିନ୍ତୁ ସେମାନେ ‘ବିକଶିତ’ ପର୍ଯ୍ୟାୟରେ ଆସନ୍ତି ନାହିଁ। ଏଥିସହ ମହାରାଷ୍ଟ୍ରରେ ଘଟିଥିବା ଚାଷୀ ଆତ୍ମହତ୍ୟାରେ ୯୪ ପ୍ରତିଶତ ବ୍ୟକ୍ତି ମରାଠା ସମ୍ପ୍ରଦାୟର ଅଟନ୍ତି। ୮୪ ପ୍ରତିଶତ ମରାଠା ପରିବାର ଏହି ସଂରକ୍ଷଣରୁ ସୁଫଳ ପାଇପାରିବେ।