ରାଉରକେଲାରେ ଏନଆଇଏ ଟିମ

ରାଉରକେଲା : ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅଂଚଳରୁ ୪ ଟନର ବିସ୍ଫୋରକ ସାମଗ୍ରୀ ଲୁଟ ଘଟଣା । ପାଖାପାଖି ୨ ଶହ ପ୍ୟାକେଟ ଜିଲୋଟିନ ଷ୍ଟିକ ଲୁଟି ନେଇଛନ୍ତି ମାଓବାଦୀ । ଓଡିଶା-ଝାଡଖଣ୍ଡ ସୀମାନ୍ତରୁ ବଡ଼ ଧରଣର ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି । ଝାଡଖଣ୍ଡର ମାଓବାଦୀ ବିସ୍ଫୋରକ ଲୁଟି ନେଇଥିବା ନେଇ ସୂଚନା ମିଳିଛି । ତେବେ ମାଓବାଦୀଙ୍କ କେଉଁ ଗୋଷ୍ଠୀ ଏହି ଲୁଟ୍‌ କରିଛି ତାହା ଅସ୍ପଷ୍ଟ ରହିଛି । […]

ରାଉରକେଲାରେ ଏନଆଇଏ ଟିମ
ରାଉରକେଲାରେ ଏନଆଇଏ ଟିମ

ରାଉରକେଲା : ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅଂଚଳରୁ ୪ ଟନର ବିସ୍ଫୋରକ ସାମଗ୍ରୀ ଲୁଟ ଘଟଣା । ପାଖାପାଖି ୨ ଶହ ପ୍ୟାକେଟ ଜିଲୋଟିନ ଷ୍ଟିକ ଲୁଟି ନେଇଛନ୍ତି ମାଓବାଦୀ । ଓଡିଶା-ଝାଡଖଣ୍ଡ ସୀମାନ୍ତରୁ ବଡ଼ ଧରଣର ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି । ଝାଡଖଣ୍ଡର ମାଓବାଦୀ ବିସ୍ଫୋରକ ଲୁଟି ନେଇଥିବା ନେଇ ସୂଚନା ମିଳିଛି । ତେବେ ମାଓବାଦୀଙ୍କ କେଉଁ ଗୋଷ୍ଠୀ ଏହି ଲୁଟ୍‌ କରିଛି ତାହା ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ଆଜି ପୋଲିସ ଡ଼ିଜିଙ୍କ ଅଧ୍ୟକ୍ଷତାରେ ବସିଛି ବଡ଼ ବୈଠକ । ଏହାସହ ବିସ୍ଫୋରକ ଲୁଟ୍‌ ଘଟଣାର ଯାଞ୍ଚ ପାଇଁ ରାଉରକେଲାରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ୍‌ । ବିସ୍ଫୋରକ ସାମଗ୍ରୀ ଲୁଟ୍‌ ନେଇ କେ. ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରେ ଟିମ୍‌ ତନାଘନା ଆରମ୍ଭ କରିଛି । ଗୋଟିଏପଟେ ସୁରକ୍ଷାବାହିନୀଙ୍କ ମାଓବିରୋଧୀ ଅଭିଯାନରେ ଲାଲ ଗଡ଼ ଭୁଶୁଡି ପଡୁଥିବାବେଳେ ମାଓବାଦୀଙ୍କ ଏହି ବଡ଼ ଧରଣର ଲୁଟ ପୁଣି ଚିନ୍ତା ବଢ଼ାଇଛି ।

ସୂଚନାନୁସାରେ, ୨୦୦୯ରେ ଘଟିଥିଲା ସମାନ ଧରଣର ଲୁଟ ଘଟଣା । ୨୦୦୯ ଜୁଲାଇ ୧୮ରେ ମାଓବାଦୀମାନେ ରାଉରକେଲାର ଚମ୍ପାଝରନଠାରେ ବିସ୍ଫୋରକ ଗାଡ଼ିକୁ ଲୁଟି ନେଇଥିଲେ । ଏହି ସମୟରେ ମାଓବାଦୀମାନେ କୋଇଡା ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ସବ୍‌-ଇନ୍ସପେକ୍ଟର ଅଜିତ ବର୍ଦ୍ଧନଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଥିଲେ । ସେହିପରି ମଙ୍ଗଳବାର ଦିନ ସୁନ୍ଦରଗଡ଼ ବଡ଼ଗାଁ ଥାନା ଇତମା ଗାଁରେ ଥିବା ବାରୁଦ ଗୋଦାମରୁ ୨୫ କେଜିଆ ୨୦୦ ପ୍ୟାକେଟ ବାରୁଦ ଏକ ସ୍ପେଶ୍ପାଲ୍ ଟ୍ରକରେ ଲୋଡ୍ ହୋଇ କେ.ବଲାଙ୍ଗ ଥାନା ଅଞ୍ଚଳର ବାଙ୍କ ପଥର ଖଣିକୁ ଯାଉଥିଲା । ସେଠାରେ ଅନଲୋଡ୍ ହେବାବେଳେ ବହୁ ସଂଖ୍ୟାରେ ମାଓବାଦୀ ପହଞ୍ଚି ବନ୍ଧୁକ ମୁନରେ ଡ୍ରାଇଭର୍ ଓ ପଥର ଖଣି କର୍ମଚାରୀଙ୍କୁ ପୁଣି ଗାଡ଼ିରେ ବାରୁଦକୁ ଲୋଡ୍ କରିବା ପାଇଁ କହି ଜଙ୍ଗଲ ମଧ୍ୟକୁ ଗାଡ଼ି ନେଇଥିଲେ । ସେଠାରେ ୪୦ରୁ ଅଧିକ ମାଓବାଦୀ ସମସ୍ତ ୨୦୦ ପେଟି ବାରୁଦ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ ।

ଅନ୍ୟପଟେ ମାଓବାଦୀଙ୍କ ହାତରେ ବିସ୍ଫୋରକ ଲାଗିଥିବା ସନ୍ଦେହରେ ଡିଭିଏଫ୍ ଓ ଝାଡ଼ଖଣ୍ଡ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ପଶ୍ଚିମସିଂଭୁମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ୩ଟି ରାଜ୍ୟ ଯଥା ଓଡିଶା,ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ପୋଲିସର ମିଳିତ କୁମ୍ବିଂ ଅପରେସନ ଜାରି ରହିଥିବାବେଳେ ଏଭଳି କାଣ୍ଡ ଭିଆଇଛନ୍ତି ମାଓବାଦୀ ।