ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଲେ ଲୋକେ, ପ୍ରଥମ ଦିନରେ ୧୨୮ରୁ ଅଧିକ ଅଭିଯୋଗର ଶୁଣାଣି

ଭଦ୍ରକ ୧/୭:  ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଏଠି ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି ଜନ ଅଭିଯୋଗ ଶୁଣାଣି । ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଅଭିଯୋଗ ଗ୍ରହଣ ହୋଇଛି ।ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ଅଭିଯୋଗକାରୀ କହିଛନ୍ତି ଯେ ୨୦୧୧ ରେ ରାସ୍ତା ସମସ୍ୟା ଅଭିଯୋଗ ପରେ ସମାଧାନ ହୋଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ଆଉ ମାଟି ମୁଠାଏ ପଡିଲା ନାହିଁ । ନୂଆ ସରକାର ଆସିବା ପରେ ଅଭିଯୋଗ ନେଇ ଆସିଛି ଓ ଖୁବ ଶୀଘ୍ର ସମସ୍ୟା ସମାଧାନ ହେବା ନେଇ ଆଶା ରଖିଛି । ସେହିଭଳି କୂଲଣା ଅଞ୍ଚଳର ଅଭଯୋଗକାରୀ କହିଛନ୍ତି ୨୦୨୧ରେ ୨ଲକ୍ଷ ଟଙ୍କାର ରାସ୍ତା କାମର ବିଲ୍‌ ମିଳୁନି । ଏମିତିକି ସ୍ଥାନୀୟ ବିଡିଓ ଓ କନିଷ୍ଠ ଯନ୍ତ୍ରୀ ପିସି ନେଇ ବିଲ୍‌ ପାସ୍‌ କରୁନାହାନ୍ତି । ଏଥର ସମସ୍ୟା ସମାଧାନର ଆଶା ରଖିଛନ୍ତି ସେ । ବାସୁଦେବପୁରର ଜଣେ ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ଭେଟି ନିଜ ସମସ୍ୟା ଜଣାଇଛନ୍ତି । ଆଜି ୧୨୮ରୁ ଅଧିକ ଅଭିଯୋଗର ଶୁଣାଣି ହୋଇଥିବା କହିଛନ୍ତି ଜିଲ୍ଲାପାଳ । ଅନେକ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।   

ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଲେ ଲୋକେ, ପ୍ରଥମ ଦିନରେ ୧୨୮ରୁ ଅଧିକ ଅଭିଯୋଗର ଶୁଣାଣି

ଭଦ୍ରକ ୧/୭:  ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଏଠି ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି ଜନ ଅଭିଯୋଗ ଶୁଣାଣି । ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଅଭିଯୋଗ ଗ୍ରହଣ ହୋଇଛି ।ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ଅଭିଯୋଗକାରୀ କହିଛନ୍ତି ଯେ ୨୦୧୧ ରେ ରାସ୍ତା ସମସ୍ୟା ଅଭିଯୋଗ ପରେ ସମାଧାନ ହୋଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ଆଉ ମାଟି ମୁଠାଏ ପଡିଲା ନାହିଁ । ନୂଆ ସରକାର ଆସିବା ପରେ ଅଭିଯୋଗ ନେଇ ଆସିଛି ଓ ଖୁବ ଶୀଘ୍ର ସମସ୍ୟା ସମାଧାନ ହେବା ନେଇ ଆଶା ରଖିଛି । 

ସେହିଭଳି କୂଲଣା ଅଞ୍ଚଳର ଅଭଯୋଗକାରୀ କହିଛନ୍ତି ୨୦୨୧ରେ ୨ଲକ୍ଷ ଟଙ୍କାର ରାସ୍ତା କାମର ବିଲ୍‌ ମିଳୁନି । ଏମିତିକି ସ୍ଥାନୀୟ ବିଡିଓ ଓ କନିଷ୍ଠ ଯନ୍ତ୍ରୀ ପିସି ନେଇ ବିଲ୍‌ ପାସ୍‌ କରୁନାହାନ୍ତି । ଏଥର ସମସ୍ୟା ସମାଧାନର ଆଶା ରଖିଛନ୍ତି ସେ । ବାସୁଦେବପୁରର ଜଣେ ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ଭେଟି ନିଜ ସମସ୍ୟା ଜଣାଇଛନ୍ତି । ଆଜି ୧୨୮ରୁ ଅଧିକ ଅଭିଯୋଗର ଶୁଣାଣି ହୋଇଥିବା କହିଛନ୍ତି ଜିଲ୍ଲାପାଳ । ଅନେକ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।