ଇତିହାସ ରଚିଲା Amul, ଏବେ ଏହି ଦେଶରେ ବିକିବ ଭାରତୀୟ ଦୁଗ୍ଧ
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ମିଲ୍କ ପ୍ରଡକ୍ଟ ବ୍ରାଣ୍ଡ୍ ଅମୂଲ ରଚିଲା ଇତିହାସ। ଆମେରିକା ବଜାରରେ ହେଲା ଅମୁଲ ମିଲ୍କର ଏଣ୍ଟ୍ରୀ। କୌଣସି ଭାରତୀୟ ଡାଏରୀ ବ୍ରାଣ୍ଡ୍ ଭାବରେ ଆମେରିକାରେ ପ୍ରଥମ ଉପଲବ୍ଧ ହାସଲ କଲା ଅମୂଲ ମିଲ୍କ। ସୂଚନାଥାଉକି, ଅମୂଲ ବ୍ରାଣ୍ଡ୍ କ୍ଷୀର ବିକ୍ରି ପାଇଁ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଙ୍ଗ ଫେଡରେସନ (ଜିସିଏମଏମଏଫ) ଆମେରିକାର ୧୦୮ ପୁରୁଣା ଡାଏରୀ ‘ମିଶିଗନ ମିଲ୍କ ପ୍ରୋଡ୍ୟୁସର୍ସ ଆସୋସିଏସନ’ ସହ ଡିଲ୍ କରିଛି। ଏନେଇ ଜିସିଏମଏମଏଫ୍ର ପରିଚାଳନାରେ ନିର୍ଦ୍ଦେଶକ ଜୟେନ ମେହତା କୋ-ଅପରେଟିଭ୍ର ବାର୍ଷିକ ବୈଠକରେ ଘୋଷଣା କରିଛନ୍ତି। ଏହା ପ୍ରଥମ ଥର ଯେତେବେଳେ ଅମୂଲ ବ୍ରାଣ୍ଡ୍ର ତାଜା ମିଲ୍କ ରେଞ୍ଜକୁ ଭାରତ ବାହାରେ ଆମେରିକା ଭଳି ମାର୍କେଟରେ ଲଞ୍ଚ କରାଯାଉଛି।ଅମୂଲ ମିଲ୍କ ଆମେରିକାରେ ଏକ ଗ୍ୟାଲନ୍ (୩.୮ ଲିଟର) ଏବଂ ଅଧା ଗ୍ୟାଲନ (୧.୯ ଲିଟର) ପ୍ୟାକେଜିଂରେ ମିଳିବ। ଆମେରିକାରେ ୬% ଫ୍ୟାଟ ଥିବା ଅମୂଲ ଗୋଲ୍ଡ ବ୍ରାଣ୍ଡ୍, ୪.୫ % ଫ୍ୟାଟ୍ ଥିବା ଅମୂଲ ଶକ୍ତି ବ୍ରାଣ୍ଡ୍, ୩% ଫ୍ୟାଟ୍ ଥିବା ଅମୂଲ ତାଜା ଏବଂ ୨% ଫ୍ୟାଟ୍ ଥିବା ଅମୂଲ ସ୍ଲିମ ବ୍ରାଣ୍ଡ୍ ହିଁ ବିକ୍ରି ହେବ। ଏହି ବ୍ରାଣ୍ଡ୍କୁ ଏବେ ଇ୍ଷ୍ଟ କୋର୍ଟ ଏବଂ ମିଡ୍-ଓ୍ବେଷ୍ଟ ମାର୍କେଟରେ ବିକ୍ରି କରାଯିବ।ଉଲ୍ଲେଖଯୋଗ୍ୟ, ଅମୂଲ ଭାରତରେ ଘରେ ଘରେ ପରିଚିତ କ୍ଷୀର ବ୍ରାଣ୍ଡ୍। ଏହା ଭାରତର ସୁପର ବ୍ରାଣ୍ଡ୍ସ ମଧ୍ୟ
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ମିଲ୍କ ପ୍ରଡକ୍ଟ ବ୍ରାଣ୍ଡ୍ ଅମୂଲ ରଚିଲା ଇତିହାସ। ଆମେରିକା ବଜାରରେ ହେଲା ଅମୁଲ ମିଲ୍କର ଏଣ୍ଟ୍ରୀ। କୌଣସି ଭାରତୀୟ ଡାଏରୀ ବ୍ରାଣ୍ଡ୍ ଭାବରେ ଆମେରିକାରେ ପ୍ରଥମ ଉପଲବ୍ଧ ହାସଲ କଲା ଅମୂଲ ମିଲ୍କ।
ସୂଚନାଥାଉକି, ଅମୂଲ ବ୍ରାଣ୍ଡ୍ କ୍ଷୀର ବିକ୍ରି ପାଇଁ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଙ୍ଗ ଫେଡରେସନ (ଜିସିଏମଏମଏଫ) ଆମେରିକାର ୧୦୮ ପୁରୁଣା ଡାଏରୀ ‘ମିଶିଗନ ମିଲ୍କ ପ୍ରୋଡ୍ୟୁସର୍ସ ଆସୋସିଏସନ’ ସହ ଡିଲ୍ କରିଛି। ଏନେଇ ଜିସିଏମଏମଏଫ୍ର ପରିଚାଳନାରେ ନିର୍ଦ୍ଦେଶକ ଜୟେନ ମେହତା କୋ-ଅପରେଟିଭ୍ର ବାର୍ଷିକ ବୈଠକରେ ଘୋଷଣା କରିଛନ୍ତି। ଏହା ପ୍ରଥମ ଥର ଯେତେବେଳେ ଅମୂଲ ବ୍ରାଣ୍ଡ୍ର ତାଜା ମିଲ୍କ ରେଞ୍ଜକୁ ଭାରତ ବାହାରେ ଆମେରିକା ଭଳି ମାର୍କେଟରେ ଲଞ୍ଚ କରାଯାଉଛି।
ଅମୂଲ ମିଲ୍କ ଆମେରିକାରେ ଏକ ଗ୍ୟାଲନ୍ (୩.୮ ଲିଟର) ଏବଂ ଅଧା ଗ୍ୟାଲନ (୧.୯ ଲିଟର) ପ୍ୟାକେଜିଂରେ ମିଳିବ। ଆମେରିକାରେ ୬% ଫ୍ୟାଟ ଥିବା ଅମୂଲ ଗୋଲ୍ଡ ବ୍ରାଣ୍ଡ୍, ୪.୫ % ଫ୍ୟାଟ୍ ଥିବା ଅମୂଲ ଶକ୍ତି ବ୍ରାଣ୍ଡ୍, ୩% ଫ୍ୟାଟ୍ ଥିବା ଅମୂଲ ତାଜା ଏବଂ ୨% ଫ୍ୟାଟ୍ ଥିବା ଅମୂଲ ସ୍ଲିମ ବ୍ରାଣ୍ଡ୍ ହିଁ ବିକ୍ରି ହେବ। ଏହି ବ୍ରାଣ୍ଡ୍କୁ ଏବେ ଇ୍ଷ୍ଟ କୋର୍ଟ ଏବଂ ମିଡ୍-ଓ୍ବେଷ୍ଟ ମାର୍କେଟରେ ବିକ୍ରି କରାଯିବ।
ଉଲ୍ଲେଖଯୋଗ୍ୟ, ଅମୂଲ ଭାରତରେ ଘରେ ଘରେ ପରିଚିତ କ୍ଷୀର ବ୍ରାଣ୍ଡ୍। ଏହା ଭାରତର ସୁପର ବ୍ରାଣ୍ଡ୍ସ ମଧ୍ୟରୁ ଗୋଟିଏ। ଏତିକି ନୁହେଁ ଭାରତରେ ‘ଶ୍ବେତ କ୍ରାନ୍ତି’ ଆଣିବାରେ ରହିଥିଲା ବଡ଼ ଯୋଗଦାନ। ଏହାର ସଫଳତା ହିଁ ଭାରତରେ ଡାଏରୀ ସମବାୟକୁ ପ୍ରଶସ୍ତ କରିଥିଲା। ଆଉ ଏହା ଫଳରେ ନାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡର ମଧ୍ୟ ମୂଳଦୁଆ ପଡ଼ିଥିଲା।