ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ତାଲିବାନୀ ନିର୍ଯାତନା: ଭିଡିଓ ଭାଇରାଲ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର,୨୭ା୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସମର୍ଥ ମାନସିକ ଅନଗ୍ରସର ଥାଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସହରରେ ଆଲୋଡନ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଗଭୀର ଉଦ୍‌ବେଗ ପ୍ରକାଶ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଭିଯୋଗର ତଦନ୍ତ କରି ଦୋଷୀଙ୍କ […] The post ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ତାଲିବାନୀ ନିର୍ଯାତନା: ଭିଡିଓ ଭାଇରାଲ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.

ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ତାଲିବାନୀ ନିର୍ଯାତନା: ଭିଡିଓ ଭାଇରାଲ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର,୨୭ା୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସମର୍ଥ ମାନସିକ ଅନଗ୍ରସର ଥାଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସହରରେ ଆଲୋଡନ ସୃଷ୍ଟି ହୋଇଛି।

ଏହି ଘଟଣାକୁ ନେଇ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଗଭୀର ଉଦ୍‌ବେଗ ପ୍ରକାଶ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ପରେ ସମର୍ଥ ସଂସ୍ଥାରେ ଏସ୍‌ଡିପିଓ ତୋଫାନ ବଗଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉକୁ ନେଇ ଏସ୍‌ଡିଓ ବାଗ କହିଛନ୍ତି, ଘଟଣାର ଅନୁସନ୍ଧାନ ପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ ଖବର ଦିଆଯାଇଥିଲା। ସାମାଜିକ ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ ମିଳିଲା ପରେ ସଂସ୍ଥାର ମାଲିକ, ସମ୍ପାଦକ ତଥା ଘଟଣାରେ ସମ୍ପୃକ୍ତ ସହାୟିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅପରପକ୍ଷରେ ଭାଇରାଲ ହୋଇଥିବା ଭିଡ଼ିଓରେ ଜଣେ ମହିଳା ଅନ୍ତେବାସୀଙ୍କୁ ତଳେ ପକାଇ ସଂସ୍ଥାର ଜଣେ ପୁରୁଷ ଓ ଜଣେ ମହିଳା ମୁଥ, ଗୋଇଠା ମାରିବା ଏବଂ ବାଡ଼ି, ବେତରେ ପିଟଛନ୍ତି। ମାଡ଼ ଖାଇଥିବା ମହିଳା ଜଣକ ବେହୋସ ହୋଇ ଯାଉଥିବା ଦେଖିବାକୁ ମିଳିଛି। ମାଡ଼ ମାରୁଥିତ୍ବା ବ୍ୟକ୍ତି ସଂସ୍ଥା ସମ୍ପାଦକ ହରିଶ ଚନ୍ଦ୍ର ଦାଶ ଓ ଅନ୍ୟ ଜଣେ ସହାୟିକା ମହିଳା ବୋଲି ଭିଡିଓରେ ଜଣାପଡୁଛି। ଏପରିକି ସେମାନେ ମହିଳା ଓ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ସ୍ଥାନରେ ଏକାଠି ଗାଧୋଇ ଦେବାର ଭିଜୁଆଲ ମଧ୍ୟ ଭାଇରାଲ ହୋଇଛି। ପ୍ରତିଦିନ କେତେକ ଅନ୍ତେବାସୀଙ୍କୁ ମାତ୍ରାଧିକ ଡୋଜ ନିଶା ଔଷଧ ଦିଆଯାଉଥିତ୍ବାରୁ ସେମାନେ ଦୁଇଦିନ ପର୍ଯ୍ୟନ୍ତ ଅଚେତ ହୋଇ ଶୋଇ ରହିଥାନ୍ତି। ସମୟ ସମୟରେ ଏଥିପାଇଁ କେତେକ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି ବୋଲି ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା କେତେକ ମହିଳା କର୍ମଚାରୀ ଓ ଅନ୍ତେବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ଏହାକୁ ନେଇ ସଂସ୍ଥାର ମହିଳା ସହାୟିକା କହିଛନ୍ତି, ମହିଳା ମାନସିକ ରୋଗୀ ଜଣକ ତାଙ୍କୁ ବାଡେଇବାରୁ ସେ ତାଙ୍କୁ ମାଡ଼ ମାରିଥିଲେ। ଅପରପକ୍ଷରେ ଏଠାରେ ମାନସିକ ଅନଗ୍ରସର ରୋଗୀଙ୍କୁ ମାଡ଼ ମାରିବା ବା କୌଣସି ପ୍ରକାର ଶାରୀରିକ ନିର୍ଯାତନା ଦିଆଯାଏ ନାହିଁ ବୋଲି ସେ କହିଛନ୍ତି। ମହିଳା ଅନ୍ତେବାସୀଙ୍କୁ ସମ୍ପାଦକ ମାଡ଼ ମାରୁଥିବା ଭିଡିଓରେ ସ୍ପଷ୍ଟ ଜଣ ପଡୁଥିଲେ ସୁଦ୍ଧା ଏହାକୁ ସଂସ୍ଥାର ସମ୍ପାଦକ ଦାସ କାହାକୁ ମାଡ଼ ମାରି ନ ଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି କେନ୍ଦ୍ରରେ ଉଭୟ ମହିଳା ଓ ପୁରୁଷ ମାନସିକ ଅନଗ୍ରସରଙ୍କୁ ରଖାଯାଇଥାଏ।

The post ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ତାଲିବାନୀ ନିର୍ଯାତନା: ଭିଡିଓ ଭାଇରାଲ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.