ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କ ନିକଟରୁ ଝାମ୍ପିନେଲେ ଟଙ୍କା ବ୍ୟାଗ

ବ୍ୟାଗରେ ୪୦ରୁ ୫୦ ହଜାର ଟଙ୍କା ଥିବା କହିଛନ୍ତି ଗ୍ରାହକ ସେବା କେନ୍ଦ୍ର ଅଧିକାରୀ।

ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କ ନିକଟରୁ ଝାମ୍ପିନେଲେ ଟଙ୍କା ବ୍ୟାଗ

ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରୁଥିଲେ ମହିଳା। ଅଧବାଟରେ ମହିଳାଙ୍କ ପାଖରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ବ୍ୟାଗରେ ୪୦ରୁ ୫୦ ହଜାର ଟଙ୍କା ଥିଲା ବୋଲି କହିଛନ୍ତି ମହିଳା। ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ସିଜୋନ ଚର୍ଚ୍ଚ ନିକଟରେ ଏପରି ଘଟଣା ଘଟିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା।

ଗତକାଲି ରାତି ପ୍ରାୟ ୯ଟା ସମୟରେ ମହିଳା ଜଣଙ୍କ ପ୍ରତିଦିନ ପରି ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରୁଥିଲେ। ଘରକୁ ଯିବାବେଳେ ହାତରେ ବ୍ୟାଗଟି ଧରିଥିଲେ। ସେହି ବ୍ୟାଗରେ ୪୦ରୁ୫୦ ହଜାର ଟଙ୍କା ଥିଲା। 

ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କ ପାଖରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏନେଇ ମହିଳା ଜଣଙ୍କ ଟେନସା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଖୋଳାତାଡ଼ ଆରମ୍ଭ କରିଛି।